ଶୀର୍ଷରେ ବେଙ୍ଗଲ, ଶେଷରେ ଓଡ଼ିଶା

ସବୁଠୁ ମହଙ୍ଗା ୧ଠ ରାଜ୍ୟ
ନୂଆଦିଲ୍ଲୀ,୧୩ା୫: ଖୁଚୁରା ମହଙ୍ଗା ହାର ୮ବର୍ଷର ରେକର୍ଡ ଭଙ୍ଗ କରିଛି ବୋଲି ସରକାରୀ ରିପୋର୍ଟ ଆସିଛି । ବିଶେଷଜ୍ଞମାନଙ୍କ ମତରେ ବର୍ଷ ତମାମ ମହଙ୍ଗାସ୍ଥିତି ଜାରି ରହିପାରେ । କେଉଁ ରାଜ୍ୟରେ ମହଙ୍ଗା ମାଡ ସବୁଠୁ ଅଧିକ, ତାହା ମଧ୍ୟ ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି । କେତେକ ରାଜ୍ୟରେ ମହଙ୍ଗା ହାର ରାଷ୍ଟ୍ରୀୟ ହାରଠାରୁ କମ୍ ରହିଛି ।
ରିପୋର୍ଟ ଅନୁଯାୟୀ ଏପ୍ରିଲ୍ ମାସରେ ଦେଶରେ ଖୁଚୁରା ମହଙ୍ଗା ହାର ଥିଲା ୭.୭୯ ପ୍ରତିଶତ । ରାଜ୍ୟୱାରୀ ମହଙ୍ଗା ହାର ଆକଳନରୁ ଜଣାଯାଇଛି ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ହରିଆଣା, ମହାରାଷ୍ଟ୍ର, ଆସାମ, ଉତ୍ତର ପ୍ରଦେଶ ପ୍ରଭୃତି ରାଜ୍ୟରେ ମହଙ୍ଗା ହାର ରାଷ୍ଟ୍ରୀୟସ୍ତରର ହାରାହାରି ମହଙ୍ଗା ହାରଠାରୁ ମଧ୍ୟ ଅଧିକ । ଅପରପକ୍ଷେ ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ଓ ଦିଲ୍ଲୀ ରାଜ୍ୟର ଲୋକମାନଙ୍କ ଉପରେ ମହଙ୍ଗା ମାଡ ଅନ୍ୟ ରାଜ୍ୟଠାରୁ କମ୍ ।
ସବୁଠୁ ମହଙ୍ଗା ୧୦ ରାଜ୍ୟ ତାଲିକାର ଶୀର୍ଷରେ ରହିଛି ପଶ୍ଚିମବଙ୍ଗ, ଶେଷରେ ଅଛି ଓଡ଼ିିଶା । ଏହି ୧୦ ରାଜ୍ୟରେ ଖୁଚୁରା ମହଙ୍ଗା ହାର ଏପରି: (୧) ପଶ୍ଚିବଙ୍ଗ-୯.୧୨%, (୨) ମଧ୍ୟ ପ୍ରଦେଶ- ୯.୧% (୩) ତେଲେଙ୍ଗାନା- ୯.୦୨%, (୪) ହରିୟାଣା- ୯.୦୨%, (୫) ମହାରାଷ୍ଟ୍ର- ୮.୭୮%, (୬) ଆସାମ- ୮.୫୪%, (୭) ଉତ୍ତର ପ୍ରଦେଶ- ୮.୪୬%, (୮) ଗୁଜରାଟ- ୮.୦୨%, (୯) ରାଜସ୍ଥାନ- ୮.୧୨%, (୧୦) ଓଡ଼ିଶା- ୮.୦୮% ।
ଦିଲ୍ଲୀରେ ମହଙ୍ଗା ହାର ମାତ୍ର ୬.୫୮ ଥିବାସ୍ଥଳେ ବିହାର ଓ ଉତ୍ତରାଖଣ୍ଡରେ ତାହା ଯଥାକ୍ରମେ ୭.୫୬ ଓ ୬.୭୭ ପ୍ରତିଶତ ।
କ୍ରମାଗତ ୪ ମାସ ହେଲା ଖୁଚୁରା ମହଙ୍ଗା ହାର ରେକର୍ଡ ସ୍ତରକୁ ଛୁଇଁବାର ପ୍ରଧାନ କାରଣ ବିଭିନ୍ନ ଖାଦ୍ୟ ଦ୍ରବ୍ୟର ଅତ୍ୟଧିକ ମୂଲ୍ୟ ବୃଦ୍ଧି । ସରକାରୀ ରିପୋର୍ଟ ଅନୁଯାୟୀ ନିମ୍ନୋକ୍ତ ଖାଦ୍ୟ ଓ ଅନ୍ୟାନ୍ୟ ଖାଉଟୀ ସାମଗ୍ରୀର ମହଙ୍ଗା ହାର ଖୁବ୍ ଅଧିକ: ଖାଇବା ତେଲ- ୧୭.୨୮%, ପନିପରିବା- ୧୫.୪୧%, ଇନ୍ଧନ ଓ ବିଦୁ୍ୟତ୍- ୧୦.୮୦%, ମସଲା-୧୦.୫୬%, କପଡା ଓ ଜୋତା- ୯.୮୫%, ମାଂସ ଓ ମାଛ- ୬.୯୭%, କ୍ଷୀର- ୫.୪୭%, ମୃଦୁପାନୀୟ- ୫.୪୬%, ଫଳ- ୪.୯୯%, ପାନ ମସଲା- ୨.୭%, ଡାଲି- ୧.୮୬% ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *