ଦିଲ୍ଲୀରେ ଅଗ୍ନିକାଣ୍ଡ: ୨୬ ଜୀବନ୍ତ ଦଗ୍ଧ
ନୂଆଦିଲ୍ଲୀ, ୧୩ା୫: ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ୍ ନିକଟବର୍ତ୍ତୀ ଏକ ତିନି ମହଲା କୋଠାରେ ଶୁକ୍ରବାର ସନ୍ଧ୍ୟାରେ ନିଆଁ ଲାଗି ଅତି କମ୍ରେ ୨୬ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଛନ୍ତି ଏବଂ ୧୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ପୁଲିସ୍ ଓ ଫାୟରବ୍ରିଗେଡ୍ ଝରକା ତାଡ଼ି କୋଠା ଭିତରୁ କିଛି ଲୋକଙ୍କୁ ଉଦ୍ଧାର କରିଛି । କୋଠାଟି ସଂକୀର୍ଣ୍ଣ ସ୍ଥାନରେ ଥିବାରୁ ଏବଂ କୋଠା ଭିତରେ ବହୁ ପରିମାଣର ଜିନିଷପତ୍ର ଥିବା ଯୋକଉଦ୍ଧାର କାର୍ଯ୍ୟରେ ଅସୁବିଧା ସୃଷ୍ଟି ହୋଇଛି । ରାତ୍ର ୧୦.୩୦ ସୁଦ୍ଧା ୨ମହଲାରେ ସର୍ଚ୍ଚିଂ ସମ୍ପୂର୍ଣ୍ଣ ହୋଇଛି । ତୃତୀୟ ମହଲା ଭିତରକୁ ଉଦ୍ଧାରକାରୀ ଦଳ ପହଞ୍ଚôବା ଉଦ୍ୟମ କରୁଛନ୍ତି । ତେଣୁ ମୃତୁ୍ୟ ସଂଖ୍ୟା ଅଧିକ ହେବା ଆଶଙ୍କା ପ୍ରକାଶ ପାଇଛି । କୋଠା ଭିତରେ ଆହୁରି ୩୦-୪୦ ଲୋକ ଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ୨୭ ଦମକଳ ଓ ୧୦୦ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ଜେସିବି ମେସିନ୍ ଓ କ୍ରେନ୍ ଯୋଗେ ଲୋକଙ୍କୁ ଉଦ୍ଧାର କରାଯାଉଛି । କେତେକ ଲୋକ ରଶି ସାହାଯ୍ୟରେ ତଳକୁ ଚାଲିଆସିଛନ୍ତି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ ମେଟ୍ରୋ ଷ୍ଟେସନ୍ର ପିଲର୍ ୫୪୪ ନିକଟରେ ନିର୍ମିତ ଏହି କମରସିଆଲ୍ ବିଲ୍ଡିଂକୁ ଅଫିସ୍ ସ୍ପେସ୍ ଭାବେ ବିଭିନ୍ନ କମ୍ପାନୀକୁ ଭଡାରେ ଦିଆଯାଇଥାଏ । ନିଆଁ ପ୍ରଥମ ମହଲାରେ ଲାଗିଥିଲା । ସେଠାରେ ସିସିଟିଭି କ୍ୟାମେରା ଓ ରାଉଟର୍ ମାନୁ ଫାକ୍ଚରିଂ କମ୍ପାନୀର ଗୋଦାମ ଥିଲା । ପୁଲିସ କମ୍ପାନୀ ମାଲିକଙ୍କୁ ଗିରଫ କରିଛି ।