ଅଧିକ ଜମି ଅଧିଗ୍ରହଣ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରୂପରେଖ ପରିବର୍ତ୍ତନ
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଥମିବାର ନାଁ ଧରୁ ନ ଥିବାବେଳେ ପୁଣି ସାଂସ୍କୃତିକ ଉପଦେଷ୍ଟା କମିଟିର ବୈଠକର ଆଲୋଚନାକୁ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା । ପୂର୍ବରୁ ଶ୍ରୀମନ୍ଦିରର ମେଘନାଦ ପାଚେରି ଠାରୁ ୭୫ ମିଟର ପରିସର ମଧ୍ୟରେ ଅର୍ଥାତ୍ ଶହେ ମିଟର ନିଷିଦ୍ଧାଞ୍ଚଳରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ଲାଗି ପ୍ରସ୍ତାବ ରହିଥିଲା । ମାତ୍ର ସେଥିରେ ପରିବର୍ତ୍ତନ କରାଯାଇଛି । ନିଷିଦ୍ଧାଞ୍ଚଳ ପରିବର୍ତ୍ତେ ୧୦୦ ମିଟର ବାହାରେ ଅର୍ଥାତ୍ ରେଗୁଲେଟେଡ୍ ଅଞ୍ଚଳରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି । ତତ୍ସହିତ ବାହାର ରାସ୍ତା ଲାଗି ଆବଶ୍ୟକ ପଡ଼ିଲେ ମଧ୍ୟ ଜମି ଅଧିଗ୍ରହଣ କରାଯିବ । ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମେଘନାଦ ପାଚେରି ଠାରୁ ଶହେ ମିଟର ପରିସର ମଧ୍ୟରେ ରହିଥିବା ବାସିନ୍ଦାମାନେ ଚିନ୍ତା ପ୍ରକଟ କରିଛନ୍ତି ।
ଅନ୍ୟପକ୍ଷରେ ଏହାକୁ ନେଇ ମଧ୍ୟ ଏବେ ଠାରୁ ଜନଅସନ୍ତୋଷ ଆରମ୍ଭ ହେଲାଣି । ଏନେଇ ସ୍ଥାନୀୟ ବାସିନ୍ଦା ତଥା ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କୁହନ୍ତି, ପ୍ରଥମେ ମହାପ୍ରଭୁଙ୍କ କାର୍ଯ୍ୟ ଲାଗି ପୂର୍ବରୁ ୭୫ ମିଟର ଉଚ୍ଛେଦକୁ ସମର୍ଥନ କରିଥିଲୁ । ଏପରିକି କାର୍ଯ୍ୟକୁ ବିରୋଧ କରୁଥିଲେ ସୁଦ୍ଧା ଆମେ ତାହାକୁ ସମର୍ଥନ କରି କାର୍ଯ୍ୟ କରିବାକୁ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢ଼ାଉଛି । ହେଲେ ପୁଣି ଶହେ ମିଟର ବାହାରେ ନିର୍ମାଣ କରାଯିବା ଏବଂ ଉଚ୍ଛେଦ କରାଯିବ ତାହାକୁ ଦୃଢ଼ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ସେହିଭଳି ଦୋଳମଣ୍ଡପ ସାହି, ମାଟିମଣ୍ଡପ ସାହି, କାଳିକାଦେବୀ ସାହି, ଗୋଷାଣୀ ଲେନ୍ର ବହୁ ଘର ଭଙ୍ଗାଯିବ । ଏହି ଖବର ପ୍ରଚାରିତ ହେବା ପରେ ଉକ୍ତ ସାହିବାସିନ୍ଦାଙ୍କ ମଧ୍ୟରେ ଭାଳେଣି ଆରମ୍ଭ ହେଲାଣି । ଅନେକ ବାସିନ୍ଦା ଶହେ ମିଟର ଉଚ୍ଛେଦ ପ୍ରକ୍ରିୟାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଗକୁ ପ୍ରଶାସନ ଯଦି ଉଚ୍ଛେଦ ପ୍ରକି୍ରୟା ଲାଗି ଯୋଜନା ଆରମ୍ଭ କରନ୍ତି ତାହାକୁ ସାମୂହିକ ଭାବେ ବିରୋଧ କରିବା ସହ ଇଞ୍ଚେ ଜମି ଛାଡ଼ିବୁ ନାହିଁ ବୋଲି ରୋକ୍ଠୋକ୍ କହିଛନ୍ତି ସ୍ଥାନୀୟ ବାସିନ୍ଦା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *