ହେଲମେଟ୍ ଓ ଦ୍ରୁତ ଗାଡ଼ିଚାଳନା ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ
ସଡ଼କ ସୁରକ୍ଷା କମିଟି ବୈଠକ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଜିଲ୍ଲା ସଡକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମଦ୍ୟପଙ୍କ ଯୋଗୁ ଅଧିକ ସଡକ ଦୁର୍ଘଟଣା ଘଟୁଥିବାରୁ ଯାନଚାଳକଙ୍କ ଉପରେ ଦୃଷ୍ଟି ରଖି ଯାଞ୍ଚ କରିବାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ସ୍ଥାନୀୟ ପୁଲିସ ,ଏମ୍ଭିଆଇ,ପରିବହନ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ହେଲମେଟ ଯାଞ୍ଚ କରିବା ସହିତ ଦୃତ ଗତିରେ ଯାନ ଚଳାଉଥିବା ବ୍ୟକ୍ତି ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ । ଦୁର୍ଘଟଣା ପ୍ରବଣ ସ୍ଥାନରେ ଅଧିକ ସାଇନେଜ ବୋର୍ଡ ଲଗାଇ ଲୋକମାନଙ୍କୁ ସଚେତନ କରିବାକୁ କହିଥିଲେ । ଜନସାଧାରଣ ସଡକ ସୁରକ୍ଷା ପ୍ରତି ଅଧିକ ସଚେତନ ହୋଇପାରିଲେ ଦୂର୍ଘଟଣାକୁ ଏଡାଇ ଦେଇ ଧନ ଜୀବନ ହାନୀକୁ ରୋକାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଅତ୍ୟଧିକ ଲୋଡିଂ କରି ପରିବହନ କରୁଥିବା ଗାଡି ଏବଂ ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ଯାନବାହନ ଗୁଡିକୁ ନିୟମିତ ଭାବରେ ଯାଞ୍ଚ ନିମନ୍ତେ ଉପଜିଲ୍ଲାପାଳ, ତହସିଲଦାର ଓ ବିଡିଓମାନଙ୍କୁ ସେ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ରକ୍ଷକ ଯୋଜନାରେ ଦୁର୍ଘଟଣା ଗ୍ରସ୍ତଙ୍କୁ କିପରି ତକ୍ରାଳ ସାହାଯ୍ୟ କରାଯାଇପାରିବ ସେଥିପାଇଁ ସଲଗ୍ନ ରାସ୍ତା ପାଶ୍ୱର୍ସ୍ଥ ଦୋକାନୀ ଏବଂ ବାସିନ୍ଦାଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ । ଦୁର୍ଘଟଣାକୁ ରୋକିବା ନିମନ୍ତେ ଜାତୀୟ ରାଜପଥ ଓ ଅନ୍ୟାନ୍ୟ ଗହଳି ସ୍ଥାନରେ ଯାଞ୍ଚ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଏସ୍ପି ଲୋଗାନୟାଗୀ ଭି. ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଦୁର୍ଘଟଣାରେ ମୃତୁ୍ୟ ହାର କମିଥିବାର ଏସ୍ପି ପ୍ରକାଶ କରିଛନ୍ତି । ସଋକ ଦୁର୍ଘଟଣାରେ ମୃତୁ୍ୟ ଘଟିଥିବା ୨ଟି ପରିବାର ଅଭାଗିନୀ ନାଏକ ଏବଂ ମନେ୍ଦାଦରୀ ନାଏକଙ୍କୁ ଜିଲ୍ଲାପାଳ ଏବଂ ଏସପି ୨ଲକ୍ଷ ଟଙ୍କା ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି । ଏହି ବୈଠକରେ ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଦଶକ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ସହିତ ଅତିରିକ୍ତ ଏସ୍ପି ପୁରୁଷୋତ୍ତମ ସେଠୀ, ହିନେ୍ଦାଳ ଉପଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ସିଡିଏମଓ ଅଶୋକ କୁମାର ଦାଶ, ସଡ଼କ ସୁରକ୍ଷା କମିଟିର ସଦସ୍ୟ ପ୍ରଦୁ୍ୟମ୍ନ ରଥ, ରତନ କୁମାର ନାୟର, ରେଡ୍କ୍ରସ ଶାଖାର ଭିପି ବିରଞ୍ଚି ନାରାୟଣ ପାଣିଙ୍କ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ ।