ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର ସହାୟତା
ଯୌତୁକ ନିର୍ଯାତନା ମାମଲା
ପୁରୀ (ବୁ୍ୟରୋ): ରାଜ୍ୟ ଆଇନସେବା ପ୍ରାଧିକରଣ କଟକ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଧନେଶ୍ୱର ମଲ୍ଲିକଙ୍କ ନିଦେ୍ର୍ଦଶକ୍ରମେ ସଚିବ ଦେବାଶିଷ ଦାଶ ଜଣେ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ତତ୍ସହିତ ଅବଶିଷ୍ଟ ୩ ଲକ୍ଷ ଟଙ୍କା ଖୁବ୍ ଶୀଘ୍ର ପ୍ରଦାନ କରାଯିବ ବୋଲି ପ୍ରାଧିକରଣ ସଚିବ ଶ୍ରୀ ଦାଶ ପ୍ରେସ୍ ଇସ୍ତାହର ମାଧ୍ୟମରେ ଜଣାଇଛନ୍ତି ।
ସଚବି ଶ୍ରୀ ଦାଶଙ୍କ ସୂଚନାନୁଯାୟୀ, ପୁରୀ ଗ୍ରାମ୍ୟ ନ୍ୟାୟାଳୟ କୋର୍ଟରେ ବିଚାରାଧୀନ ଥିବା ଏକ ଯୌତୁକ ନିର୍ଯାତନା ଜନିତ ମାମଲାରେ ନିଆଁରେ ପୋଡ଼ି ହୋଇଯାଇଥିବା ପୀଡ଼ିତାଙ୍କ ଘରକୁ ଯାଇ ମଙ୍ଗଳବାର ୫ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏହି ସମୟରେ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ସହ ଗ୍ରାମବାସୀମାନେ ମଧ୍ୟ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରାଧିକରଣର ଏଭଳି ପଦକ୍ଷେପକୁ ପରିବାର ସମେତ ଗ୍ରାମବାସୀ ପ୍ରଶଂସା କରିଛନ୍ତି । ଏହି ସମୟରେ ପ୍ରାଧିକରଣର କର୍ମକର୍ତ୍ତା ଶକ୍ତିରଞ୍ଜନ ରାଉତରାୟ, ପୂର୍ଣ୍ଣଚନ୍ଦ୍ର ଚଇନିଙ୍କ ସମେତ ତାଲିମ୍ପ୍ରାପ୍ତ ପାରାଲିଗାଲ ସ୍ୱେଚ୍ଛାସେବୀ ଶୁଭେନ୍ଦୁ କେଶରୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।