ଅନୁରାଧାଙ୍କ ରେକର୍ଡ ଭାଙ୍ଗିଲେ ଜ୍ୟୋତି

ଭୁବନେଶ୍ୱର, ୧୧ା୫ (ବୁ୍ୟରୋ): ସାଇପ୍ରସ୍ର ଲିମାସୋଲ୍ଠାରେ ଚାଲିଥିବା ସାଇପ୍ରସ୍ ଇଣ୍ଟରନାସ୍ନାଲ୍ ଇଭେଣ୍ଟରେ ଜ୍ୟୋତି ୟାରାଜୀ ୧୦୦ ମିଟର୍ ହର୍ଡଲ୍ସରେ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି । ସେ ୧୩.୨୩ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତ୍ୱ ଅତିକ୍ରମ କରିଛନ୍ତି । ୨୨ବର୍ଷୀୟା ଆନ୍ଧ୍ର ଆଥ୍ଲେଟ୍ ମଙ୍ଗଳବାର ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହି ରେକର୍ଡ ୨୦୦୨ ମସିହାରୁ ଓଡ଼ିଶାର ଅନୁରାଧା ବିଶ୍ୱାଳଙ୍କ ନାମରେ ଥିଲା । ସେ ୧୩.୩୮ ସେକେଣ୍ଡର ରେକର୍ଡ ସମୟ ନେଇଥିଲେ ।ସାଇପ୍ରସ୍ ଇଣ୍ଟରନାସ୍ନାଲ୍ ମିଟ୍ ଏକ ବିଶ୍ୱ ଆଥ୍ଲେଟିକ୍ସ ମହାଦେଶୀୟ ଟୁର୍ ଚାଲେଞ୍ଜର୍ କାଟେଗୋରୀ ଡି ଇଭେଣ୍ଟ ।
ଜ୍ୟୋତି ଭୁବନେଶ୍ୱରସ୍ଥିତ ରିଲାଏନ୍ସ ଫାଉଣ୍ଡେସନ୍ ଓଡ଼ିଶା ଆଥ୍ଲେଟିକ୍ସ ହାଇ ପର୍ଫର୍ମାନ୍ସ ସେଣ୍ଟରଃାରେ ଯୋସେଫ୍ ହିଲିଅର୍ଙ୍କ ଅଧୀନରେ ପ୍ରଶିକ୍ଷଣ ନେଉଛନ୍ତି । ସେ ଗତ ମାସରେ କୋଝିକୋଡ଼େଠାରେ ଫେଡେରେସନ୍ କପ୍ ସମୟରେ ୧୩.୦୯ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତ୍ୱ ଅତିକ୍ରମ କରିଥିଲେ । କିନ୍ତୁ ତାହା ଜାତୀୟ ରେକର୍ଡ ଭାବେ ଯାଇ ନ ଥିଲା, କାରଣ ସେତେବେଳେ ପବନର ବେଗ +୨.୧ ମି./ସେ. ଥିଲା, ଯାହାକି ଅନୁମୋଦନୀୟ ସୀମା (+୨.୦ ମି./ସେ.)ଠାରୁ ଅଧିକ ଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *