ଶିମିଳିପାଳ ଜଗିବ ଡ୍ରୋନ୍

ଭୁବନେଶ୍ୱର, ୧୦ା୫ (ବୁ୍ୟରୋ): ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ପ୍ରଥମ ଥର ପାଇଁ ଡ୍ରୋନ୍ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି । ମଙ୍ଗଳବାର ଅଭୟାରଣ୍ୟ କର୍ତ୍ତୃପକ୍ଷ ପରୀକ୍ଷାମୂଳକ ଭାବେ ଡ୍ରୋନ ଅପରେସନ୍ କରି ସଫଳ ହୋଇଛନ୍ତି ।
ଡ୍ରୋନ ସହାୟତାରେ ଜଙ୍ଗଲ ନିଆଁ ଠାବ କରିବା ମୁଖ୍ୟ ଉଦେ୍ଦଶ୍ୟ ହୋଇଥିଲେ ବି ଜରୁରୀ ସମୟରେ ବନରକ୍ଷୀମାନଙ୍କୁ ଘଞ୍ଚ ଜଙ୍ଗଲରେ ସହାୟତା କରିବା ଓ ଦୁର୍ଗମ ଇଲାକାରେ ରହୁଥିବା ଲୋକଙ୍କୁ ଔଷଧ, ରାସନ ଇତ୍ୟାଦି ଯୋଗାଇ ଦେବା ନିମିତ୍ତ ଡ୍ରୋନ୍କୁ ଉପଯୋଗ କରାଯିବ । ଆଜି ଡ୍ରୋନ ଅପରେସନ୍ ସଂକ୍ରାନ୍ତରେ ଏକ ତାଲିମ କାର୍ଯ୍ୟକ୍ରମ ଶିମଳିପାଳ କର୍ତ୍ତୃପକ୍ଷ ଆୟୋଜନ କରିଥିଲେ । ଶିମଳିପାଳ ଉପନିଦେ୍ର୍ଦଶକ ସମ୍ରାଟ ଗୌଡ଼ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, କର୍ମଚାରୀଙ୍କୁ ଡ୍ରୋନ୍ ପରିଚାଳନା ସଂପର୍କରେ ତାଲିମ ଦିଆଯାଇଥିଲା । ପରୀକ୍ଷାମୂଳକଭାବେ ରାସନ ସାମଗ୍ରୀ ଓ ଅନ୍ୟାନ୍ୟ ଦ୍ରବ୍ୟ ଜଙ୍ଗଲ ମଧ୍ୟରେ ଥିବା କର୍ମଚାରୀଙ୍କ ସଫଳତାର ସହ ଯୋଗାଇ ଦିଆଯାଇଥିଲା । ଡ୍ରୋନ ଦ୍ୱାରା ଟାର୍ଗେଟରେ ଥିବା ଆଭ୍ୟନ୍ତରୀଣ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇ ପାରିବ । ଶମିଳିପାଳ ମଧ୍ୟରେ ବନାଗ୍ନି ଠାବ କରି ଲିଭାଇବା ପାଇଁ ଡ୍ରୋନ ଅଧିକ ଉପଯୋଗୀ ହୋଇ ପାରିବ ବୋଲି କୁହାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *