ଦିବ୍ୟାଙ୍ଗଙ୍କ ପାଇଁ ସେନ୍ସରି ପାର୍କ
ଭୁବନେଶ୍ୱର (ବୁ୍ୟରୋ): ରାଜଧାନୀ ଭୁବନେଶ୍ୱରରେ ଭିନ୍ନକ୍ଷମ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ପାର୍କ ସରକାରଙ୍କ ଏକ ଅଭିନବ ପ୍ରୟାସ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ଶହୀଦନଗରରେ ସେନ୍ସରି ପାର୍କ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଏପରି ଉଦ୍ୟମ ଫଳରେ ଭିନ୍ନକ୍ଷମଙ୍କ ସାମାଜିକ ମହାସ୍ରୋତରେ ସଂପୃକ୍ତି ସଶକ୍ତ ହୋଇପାରିବ ।
ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଅଧୀନରେ ଏହି ସେନ୍ସରି ପାର୍କ ଆରମ୍ଭ ହୋଇଛି । ୧୩୬୮ ବର୍ଗମିଟର ପରିମିତ ଅଞ୍ଚଳରେ ୦.୯୯ କୋଟି ଟଙ୍କା ବ୍ୟୟରେ ଏହି ପାର୍କ ନିର୍ମାଣ କରାଯାଇଛି । ଏଥିରେ ଭିନ୍ନକ୍ଷମ ଶିଶୁଙ୍କ ପାଇଁ ବିଭିନ୍ନ ସୁବିଧା ରହିଛି । ପାଥ୍ୱେ, ପାନୀୟ ଜଳ ଟ୍ୟାପ୍, ସ୍ୱତନ୍ତ୍ର ଆବଶ୍ୟକତା ରହିଥିବା ପିଲାଙ୍କ ପାଇଁ ବିଭିନ୍ନ ଖେଳସାମଗ୍ରୀ ସୁବିଧା ଥିବା ଏହି ପାର୍କକୁ ଆସି ଭିନ୍ନକ୍ଷମ ଶିଶୁ ସେମାନଙ୍କ ମାନସିକ ଓ ଶାରୀରିକ ଅଭିବୃଦ୍ଧିର ସୁଯୋଗ ପାଇପାରିବେ । ଦେଶରେ ଏପରି ପାର୍କ ନିର୍ମାଣ ପ୍ରଥମ ବୋଲି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ୱରରେ ଥିବା ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ ଢାଞ୍ଚାରେ ବ୍ରହ୍ମପୁର ଓ ସମ୍ବଲପୁରରେ ଦୁଇଟି ସାଟେଲାଇଟ୍ ସେଣ୍ଟର ପ୍ରତିଷ୍ଠା କରାଯିବ । ସେନ୍ସରି ପାର୍କର ପରି·ଳନା ଓ ତତ୍ତ୍ୱାବଧାନରେ ନାଗରିକ ସମାଜ ପ୍ରଯନô କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ୩୦ ନଂ ୱାର୍ଡର କର୍ପୋରେଟର ରାଜକିଶୋର ଦାସ, ଭୁବନେଶ୍ୱର ସ୍ମାର୍ଟ ସିଟିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଓ ବିନୟ କୁମାର ଦାସ, ସ୍ମାର୍ଟ ସିଟି ଲିଃର ସାଧାରଣ ପ୍ରବନ୍ଧକ କମଲଜିତ ଦାସ, ନାଗରିକ ସମାଜ ପକ୍ଷରୁ ଡାକ୍ତର ଅରୁଣ କୁମାର ମହାନ୍ତି ଉପସ୍ଥିତ ଥିଲେ ।