ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ଗୁଳି ମାଡ଼ରେ ଆହତ ଦୋକାନୀ ମୃତ
ଭଗାମୁଣ୍ଡା (ଆପ୍ର): ହରିଚନ୍ଦନପୁର ବ୍ଲକ୍ ଶଗଡ଼ପଟା ପଞ୍ଚାୟତ ଖଡ଼ିବାହାଳି ଛକରେ ଗତ ୨୬ତାରିଖ ରାତି ପ୍ରାୟ ୯.୩୦ ମିନିଟ୍ ସମୟରେ ମହାପାତ୍ର ଆଣ୍ଡ ମହାପାତ୍ର ଭେରାଇଟ୍ ଷ୍ଟୋରର ମାଲିକ ଜଗବନ୍ଧୁ ମହାପାତ୍ର(୫୬)ଙ୍କୁ ଗୁଳି ମାଡ଼ ହୋଇଥିଲା । ସେ କଟକ ବଡ଼ ଡାକ୍ତରଖାନାରେ ଚିକିସôଧୀନ ଅବସ୍ଥାରେ ୮ତାରିଖ ରାତି ପ୍ରାୟ ୧୧ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ୯ ତାରିଖ ରାତି ୧୦.୩୦ରେ ତାଙ୍କର ମରଶରୀର ଖଡ଼ିବାହାଳି ଛକରେ ପହଞ୍ଚି ଥିଲା ।
ସୂଚନା ଥାଉକି, ୨୬ ତାରିଖ ରାତିରେ ଶ୍ରୀ ମହାପାତ୍ର ଦୋକାନ ଅଗଣା ଝାଡୁ କରୁଥିବା ବେଳେ ଦୁଇଜଣ ଯୁବକ ବାଇକ୍ ଯୋଗେ ଆସି ସିଗାରେଟ୍ ମାଗିଥଲେ । ଦୋକାନ ବନ୍ଦ ଥିବାରୁ ସିଗାରେଟ୍ ଦେବାପାଇଁ ମନା କରିବାରୁ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଗୁରୁତର ଅବସ୍ଥାରେ ଶ୍ରୀ ମହାପାତ୍ରଙ୍କୁ ଚିକିସôା ପାଇଁ କଟକ ବଡ ଡାକ୍ତରଖାନାକୁ ନିଆଯାଇଥିଲା । ଏହି ଘଟଣାରେ ପୁଲିସ୍ ହରିଚନ୍ଦନପୁର ଥାନା ସୁନାପେଣ୍ଠ ପଞ୍ଚାୟତ କମଳାଙ୍ଗି ଗ୍ରାମର ପୃଥୀରାଜ ମହାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଘଷିପୁରା ଥାନା ବରିପାଳ ଗ୍ରାମର ସିପୁନ୍ ପାତ୍ର ଫେରାର ଅଛି । ଦୀର୍ଘ ୧୫ ଦିନ ବିତିଯାଇଥିଲେ ମଧ୍ୟ ଆସାମୀ ସିପୁନ ପାତ୍ରକୁ ପୁଲିସ୍ ଗିରଫ କରିବାରେ ବିଫଳ ହୋଇଥିବାରୁ ଆଜି ସକାଳ ୭ଟା ସମୟରୁ ମୁଖ୍ୟ ରାସ୍ତା କୁହାଯାଉ ଥିବା ନରଣପୁର-ଡୁୁବୁରୀ ରାସ୍ତାରେ ଶବ ରଖି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ଯାହା ଫଳରେ ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ି ମୋଟର ଅଟକି ରହି ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଘଟଗାଁ ଏସ୍ଡିପିଓ ଅସିତ ରଞ୍ଜନ ମହାନ୍ତି, ହରିଚନ୍ଦନପୁର ଥାନାଧିକାରିଣୀ ସସ୍ମିତା ଦେବତା, ଦୈତାରୀ ଥାନାଧିକାରିଣୀ ତୁଳସୀ ମରୀ ଭୂୟାଁ, ଅତିରିକ୍ତ ତହସିଲଦାର ବିରାଳ କିସ୍କୋଙ୍କ ସମେତ ପୁଲିସ୍ କର୍ମଚାରୀ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କୁ ରାସ୍ତା ଅବରୋଧ ହଟାଇବା ପାଇଁ ବୁଝାସୁଝା କରିଥିଲେ । ଶେଷରେ ଅପରାହ୍ନ ୩ଘଟିକା ସମୟରେ ଘଟଗାଁ ଏସ୍ଡିପିଓ ଅସିତ ରଞ୍ଜନ ମହାନ୍ତି ଦୁଇଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାକୁ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଥିଲା । ବାରମ୍ବାର ଏହି ଅଞ୍ଚଳରେ ଚୋରି, ଡକାୟତି ଭଳି ଘଟଣା ଘଟୁଥିବା ବେଳେ ପୁଲିସ୍ ପ୍ରଶାସନ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *