ଉଚ୍ଛେଦ କରିବାକୁ ଯାଇ ଅଧିକାରୀ ହଟହଟା

ସରକାରୀ ଜମିରେ ୩୦ ଘର
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ଭୁବନ ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥ ଭାଲୁଖାଇ କଲୋନୀରେ ସରକାରୀ ଜମିରେ ଘର କରିଥିବାବେଳେ ଏହାକୁ ଉଚ୍ଛେଦ କରିବାକୁ ଯାଇ ଅଧିକାରୀଙ୍କୁ ହଟହଟା ହେବାକୁ ପଡ଼ିଛି । ଭାଲୁଖାଇ ନିକଟରେ ସରକାରୀ ଜମିରେ ୩୦ଟି ପରିବାରର ଘର ରାସ୍ତାରେ ଯିବା ପାଇଁ ସର୍ଭେ ହୋଇଛି । ସରକାରୀ ଜାଗାରେ ଘର କରିଥିବାରୁ ସରକାରଙ୍କ ପକ୍ଷରୁ ସାହାଯ୍ୟ ମିଳିଥିଲା, ତାହା ଲକ୍ଡାଉନ୍ରେ ଖର୍ଚ୍ଚ ହୋଇଗଲା । ସରକାର ରାସ୍ତା ସମ୍ପ୍ରସାରଣ ପାଇଁ ସରକାରୀ ଜମିରୁ ଘର ଉଚ୍ଛେଦ କରିବାକୁ ନିୟମ ଅନୁସାରେ, ମାଜିଷ୍ଟ୍ରେଟ୍ଙ୍କ ସହିତ ଅଧିକାରୀମାନେ ଭାଲୁଖାଇ ନିକଟରେ ପହଞ୍ଚିଥିଲେ । କିନ୍ତୁ ଏହି ଉଚ୍ଛେଦକୁ ସ୍ଥାନୀୟ ବାସିନ୍ଦାମାନେ ଘୋର ବିରୋଧ କରିଥିଲେ । ଫଳରେ ଏହି ଉଚ୍ଛେଦ ସାମୟିକ ଭାବରେ ବନ୍ଦ କରିଦିଆଯାଇଛି । କିନ୍ତୁ ରାସ୍ତା ଉପରେ ଥିବା କେବିନ୍ ଗୁଡ଼ିକ ହଟାଇ ଦିଆଯାଇଛି । ଆଗାମୀ ଦିନରେ ପ୍ରଶାସନ ତରଫରୁ ୩୦ଟି ପରିବାରକୁ ଜାଗା ମିଶନ ଜରିଆରେ ଜମି ପ୍ରଦାନ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବା ପାଇଁ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକରୀଙ୍କ ଉପସ୍ଥିତିରେ ଥଇଥାନ କରାଯିବା ପରେ ଉଚ୍ଛେଦ କରିବାକୁ ସ୍ଥିର ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *