ସପ୍ତାହରେ ୨୭ ଗିରଫ, ୩.୨ଠ ଲକ୍ଷ ଜରିମାନା

ଜୋର୍ ଧରିଛି ମଦୁଆ ଧରପଗଡ଼ ଅଭିଯାନ
ଆସିକା (ଆପ୍ର): ଆସିକା ପୁଲିସ୍ ନଜରରେ ମଦୁଆ ଗାଡ଼ି ଚାଳକ । ଗତ ୨ତାରିଖ ଠାରୁ ଆସିକା ପୁଲିସ୍ ଆକ୍ସନ୍ ମୁଡ୍କୁ ଓହ୍ଲାଇଛି । ରାତି ତମାମ ଥାନା ପରିସରଭୁକ୍ତ ଅଞ୍ଚଳରେ ନାକା କରାଯାଉଛି । ପୁଲିସ୍ ପ୍ରଶାସନର ପଦାଧିକାରୀ ମାନେ ଯାନବାହନ ଯାଞ୍ଚ କରିୁଛନ୍ତି । ଗତ ୨ତାରିଖ ଠାରୁ ଆରମ୍ଭ ହୋଇଥିବା ମଦୁଆ ଧରପଗଡ଼ ଅଭିଯାନରେ ସୋମବାର ସୁଦ୍ଧା ୨୭ଜଣ ଗିରଫ ହୋଇଥିବା ବେଳେ ୩ଲକ୍ଷ ୨୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ମଦ୍ୟପାନ କରି ଗାଡି ଚଳାଉଥିବା ଅଭିଯୋଗରେ ୨୭ଟି ଗାଡି ଜବତ କରାଯାଇଥିବା ବେଳେ ୧୪ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ବାତିଲ କରିବା ପାଇଁ ପରିବହନ ବିଭାଗକୁ ଚିଠି ଲେଖାଯାଇଛି ବୋଲି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବି୍ରିଜେଶ୍ କୁମାର ରାଏଙ୍କ ପରାମର୍ଶକ୍ରମେ ଆସିକା ଉପଖଣ୍ଡ ପୁଲିସ୍ ଅଧିକାରୀ ଉମାଶଙ୍କର ସିଂ ଓ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ପୁଲିସ୍ ଟିମ୍ ଥାନା ପରିସରଭୁକ୍ତ ବିଜୁ ପଟ୍ଟନାୟକ ଛକ, ପାକଲାପଲ୍ଲୀ ଛକ, କାଳଷଣ୍ଢପୁର ଛକ, କଇଁଫୁଲିଆ ଛକ ସମେତ ବିଭିନ୍ନ ସ୍ଥାନରେ ହେଲମେଟ୍ ଚେକିଂ, ମଦ୍ୟପ ଧରପଗଡ, ଟ୍ରିପଲ୍ ରାଇଡିଂ, ନାବାଳକ ଗାଡ଼ି ଚାଳକ ଯାଞ୍ଚ କରୁଛନ୍ତି । ଗତ କିଛି ଦିନ ହେଲା ବାହାଘର ଋତୁ ଚାଲିଛି । ମଦ୍ୟପ ଗାଡି ଚାଳକଙ୍କୁ ଧରିବା ପାଇଁ ପୁଲିସ୍ କର୍ମଚାରୀଙ୍କୁ ବି୍ରଜ୍ ଆନାଲାଇଜର ଯୋଗାଇ ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *