ଟ୍ରଲିରେ ସ୍ୱାମୀଙ୍କ ଶବକୁ ଆଣିଲେ ପତ୍ନୀ

ହାଜତରେ ଆଦିବାସୀ ଯୁବକଙ୍କ ମୃତୁ୍ୟ
ବେତନଟୀ (ଆପ୍ର): ଗତକାଲି ବେତନଟୀ ଥାନା ଅଧୀନ ନୟାତାରାଣାର ଆଦିବାସୀ ଯୁବକ ରାଜେଶ ସିଂ (୪୫)ଙ୍କ ବାରିପଦା ସର୍କଲ ଜେଲ୍ରେ ବିଚାରାଧୀନ ଅଭିଯୁକ୍ତ ଭାବେ ଥିବା ବେଳେ ମୃତୁ୍ୟ ହୋଇଥିଲା । ମୃତୁ୍ୟର କାରଣ ଅସ୍ପଷ୍ଟ ହୋଇ ଥିବା ବେଳେ ଆଜି ସକାଳୁ ରାଜେଶଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିଲା । ବେତନଟୀ ଥାନାରେ ରୁଜୁ ହୋଇ ଥିବା ଏକ ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିଲେ ରାଜେଶ । କିନ୍ତୁ ଆଜି ଶବ ବ୍ୟବଚ୍ଛେଦ ପରେ ମୃତଦେହ କିପରି ବାରିପଦା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରୁ ପ୍ରାୟ ୧୫ କିମି ଦୂର ନୟାତାରାଣାରେ ଥିବା ତା ପନôୀ ଓ ତିନି ଜଣ ସନ୍ତାନଙ୍କ ପାଖରେ ପହଞ୍ଚିବ ସେଥି ପ୍ରତି ଜିଲ୍ଲା ପ୍ରଶାସନ, ଜେଲ୍ କର୍ତ୍ତୃପକ୍ଷ କିମ୍ବା ମାନବ ଅଧିକାର ଅନୁଷ୍ଠାନ କେହି ହେଲେ ଧ୍ୟାନ ଦେଇ ନ ଥିଲେ । ଶେଷରେ ଏକ ଟ୍ରଲିରେ ଲଦି ନିଜ ସ୍ୱାମୀଙ୍କ ଶବକୁ ତାଙ୍କ ଧର୍ମପନôୀ ସୁକାନ୍ତି ସିଂ ଆଣିଥିଲେ । ଗୋଟିଏ ପଟେ ଘରର ଏକମାତ୍ର ରୋଜଗାର ସଦସ୍ୟ ତଥା ପରିବାରର କର୍ତ୍ତାଙ୍କ ଦେହାନ୍ତକୁ ନେଇ ମନସ୍ତାପରେ ଥିବା ସୁକାନ୍ତୀଙ୍କ ଦୁର୍ଦ୍ଦଶାକୁ ଦେଖି ଗ୍ରାମବାସୀ ଓ ଆତ୍ମୀୟ ସ୍ୱଜନ ମାନେ ମଧ୍ୟ ଟ୍ରଲି ସହିତ ଚାଲି ଚାଲି ଓ ଦୌଡ଼ି ଦୌଡ଼ି ଗ୍ରାମ ଅଭିମୁଖେ ଆସିଥିଲେ । ଆଦିବାସୀ ବୋଲି ସରକାରଙ୍କ ହେପାଜତରେ ଥିବା ଜଣେ ବିଚାରାଧୀନ ଅଭିଯୁକ୍ତଙ୍କ ପ୍ରତି ସରକାରଙ୍କର ଆଭିମୁଖ୍ୟକୁ ସାଧାରଣରେ କଡ଼ା ସମାଲୋଚନା କରାଯାଇଛି ।
ଚାରି ଥାକିଆ ଜାତୀୟ ରାଜପଥ ନିର୍ମାଣ କରୁଥିବା ଆଇରନ ଟ୍ରାଙ୍ଗେଲ ପରିସରରେ ଘଟିଥିବର ଏକ ଘଟଣା ବାବଦରେ ହୋଇଥିବା ମାମଲାରେ ମୁଖ୍ୟ ଅଭିଯୁକ୍ତ ରାଜେଶ ତାକୁ ସହଯୋଗ କରି ଥିଲା ବୋଲି ବୟାନ ଦେବାରୁ ପୋଲିସ ରାଜେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେଣୁ ଗ୍ରାମବାସୀ ମାନେ ରାଜେଶର ମୃତ ଦେହକୁ ଆଇରନ ଟ୍ରାଙ୍ଗେଲର ଫାଟକରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବାରିପଦା ସଦର ତହସିଲଦାର ବିକ୍ରମ କିଶୋର ପରିଡ଼ା, ବେତନଟୀ ଥାନା ଆଇଆଇସି ରେଣୁବାଳା ସାହୁ, ଫାଣ୍ଡି ଅଧିକାରୀ ପିସି ପଣ୍ଡା ଓ ଅନ୍ୟମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଦାନ୍ତିଆମୁହାଁ ପଞ୍ଚାୟତ ସମିତି ସଭ୍ୟ ସୁକୁଲ ମୁର୍ମୁ, ଜନାର୍ଦ୍ଦନ ମହାନ୍ତ, ରତିକାନ୍ତ ମହାନ୍ତ, ସଂଗ୍ରାମ କେଶରୀ ଦେବ, ଯଦୁପତି ମହାନ୍ତ ଓ ବହୁ ସ୍ଥାନୀୟ ନେତା ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଶେଷରେ ବାରିପଦା ତହସିଲଦାର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ ରେଡକ୍ରସରୁ ୧୦ ହଜାର ସହାୟତା ରାଶି ପ୍ରଦାନ କରିଥିଲେ । ଆଇରନ ଟ୍ରାଙ୍ଗେଲର ପ୍ରକଳ୍ପ ନିଦେ୍ର୍ଦଶକ ମୋହନ କୁମାର ମିଶ୍ର, ବରିଷ୍ଠ ପ୍ରବନ୍ଧକ ଦୀନେଶ ପ୍ରସାଦ ସିଂ ପ୍ରମୁଖ ଆଲୋଚନା କରି ଗରିବ ପରିବାରକୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ସ୍ଥାନୀୟ ଯୁବ ନେତା ମଧ୍ୟ ନିଜର କ୍ଷମତା ମୁତାବକ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଶେଷରେ ଶବ ଘରକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *