ରହିତାଦେଶ ଦିଆଯାଇନି

ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା
କଟକ, ୯ା୫ (ବୁ୍ୟରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ମିଳିତଭାବେ କାର୍ଯ୍ୟ ତଦାରଖ କରିବାକୁ ରାଜ୍ୟ ସରକାର ଓ ଏଏସ୍ଆଇକୁ ନିଦେ୍ର୍ଦଶ ଦେଇଛନ୍ତି ହାଇକୋର୍ଟ । ଏହାସହ ପରିକ୍ରମା ପ୍ରକଳ୍ପ ଉପରେ କୌଣସି ରହିତାଦେଶ ଲଗାଇ ନାହାନ୍ତି ଅଦାଲତ ।
ପୁରୀ ଶ୍ରୀମନ୍ଦିର ସମ୍ପର୍କିତ ମୃଣାଳିନୀ ପାଢ଼ୀ ବନାମ କେନ୍ଦ୍ର ସରକାର ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିଦେ୍ର୍ଦଶନାମା ଅନୁଯାୟୀ ଏହି କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ତେବେ ଶ୍ରୀମନ୍ଦିରର ଐତିହ୍ୟ ଉପରେ ଯେଭଳି କୌଣସି ପ୍ରଭାବ ନ ପଡିବ, ତାହା ରାଜ୍ୟ ସରକାର ଦେଖିବାକୁ ନିଦେ୍ର୍ଦଶରେ ସ୍ପଷ୍ଟ କରିଛନ୍ତି ।
ଏହାସହ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଓଡିଶା ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ହାଇକୋର୍ଟଙ୍କ ପୂର୍ବ ନିଦେ୍ର୍ଦଶନାମା ଅନୁଯାୟୀ ମେ ୨ ତାରିଖରେ ଏଏସଆଇ ପ୍ରତିନିଧି ଦଳ ପରିକ୍ରମା ଅଞ୍ଚଳ ବୁଲିବା ସହ ଓବିସିସି ଏବଂ ଶ୍ରୀମନ୍ଦିିର ପ୍ରଶାସନ ସହିତ ଏକ ବୈଠକରେ ଆଲାଚନା କରିଥିଲେ । ତଦନୁଯାୟୀ ଏଏସଆଇ ହାଇକୋର୍ଟରେ ଏହି ରିପୋର୍ଟ ଉପସ୍ଥାପନ କରିଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ପ୍ରକାର ଅନୁମତି ଦିଆଯାଇ ନଥିବା ନେଇ ଏଏସ୍ଆଇ ସତ୍ୟପାଠରେ ଉଲ୍ଲେଖ କରିଛି । ଏହାସହ ନିଷିଦ୍ଧାଞ୍ଚଳରେ କାର୍ଯ୍ୟ ପାଇଁ ଏଏସଆଇ ଅନୁମତି ଆବଶ୍ୟକ ଥିବାବେଳେ ରେଗୁଲେଟେଡ ଅଞ୍ଚଳ ପାଇଁ ନ୍ୟାସନାଲ ମନୋମେଣ୍ଟ ଅଥରିଟିଙ୍କ ଅନୁମତି ଆବଶ୍ୟକତା ରହିଛି ବୋଲି ଏଏସଆଇ ପକ୍ଷରୁ ସତ୍ୟପାଠରେ କୁହାଯାଇଛି । ତେବେ ଶ୍ରୀମନ୍ଦିର ନିକଟରେ ଏବେ ଚାଲିଥିବା ନିର୍ମାଣ କାର୍ଯ୍ୟ ଯୋଗୁ ଶ୍ରୀମନ୍ଦିରର କ’ଣ ସବୁ କ୍ଷତି ହୋଇଛି, ସେନେଇ ସତ୍ୟପାଠରେ କିଛି ବିସ୍ତୃତ ବିବରଣୀ ଏଏସ୍‌ଆଇ ପକ୍ଷରୁ ପ୍ରଦାନ କରାଯାଇନଥିଲା । ତେଣୁ ପୁଣି ଥରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିବାକୁ ହାଇକୋର୍ଟ ଏଏସ୍‌ଆଇକୁ ନିଦେ୍ର୍ଦଶ ଦେଇଛନ୍ତି ।
ବର୍ତ୍ତମାନ ଚାଲିଥିବା ନିର୍ମାଣ କାର୍ଯ୍ୟ ଯୋଗୁ ଶ୍ରୀମନ୍ଦିର କ’ଣ କ୍ଷତି ହୋଇଛି, ତାହା ନିର୍ଦ୍ଦିଷ୍ଟ ଭାବେ ରିପାର୍ଟରେ ଉଲ୍ଲେଖ କରିବାକୁ କୋର୍ଟ କହିଛନ୍ତି । ଅନ୍ୟପକ୍ଷରେ ଏଏସ୍ଆଇର ଦାଖଲ କରିଥିବା ରିପୋର୍ଟ ଉପରେ ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଜୁନ୍ ୨୦ ତାରିଖ କିମ୍ବା ତା ପୂର୍ବରୁ ରାଜ୍ୟ ସରକାର ସତ୍ୟପାଠ ଦାଖଲ ପାଇଁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଜୁନ ୨୨ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ଶ୍ରୀମନ୍ଦିର ନିକଟରେ ଏବେ ଟଏଲେଟ୍‌ ଆଦି ନିର୍ମାଣ ହେଉଥିବା ବେଳେ ସେଗୁଡ଼ିକର କାମ ପାଖାପାଖି ୭୦-୭୫ ଭାଗ ଶେଷ ହାଇଗଲାଣି । ତେଣୁ ଆବେଦନକାରୀଙ୍କ ପକ୍ଷରୁ ନିର୍ମାଣ କାର୍ଯ୍ୟ ଉପରେ ସ୍ଥଗିତାଦେଶ ଜାରି କରିବାକୁ ହାଇକାର୍ଟଙ୍କୁ ନିବେଦନ କରାଯାଇଥିଲା ।
ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଜାରି କରି ନାହାନ୍ତି । ସରକାରଙ୍କ ପକ୍ଷରୁ ଦୃଢ଼ ଯୁକ୍ତି ଉପସ୍ଥାପନ କରାଯାଇଥିଲା ଯେ ଯାହାସବୁ ହେଉଛି ସୁପ୍ରିମର୍କୋଟଙ୍କ ଗାଇଡ୍‌ ଲାଇନ୍‌ ଭିତରେ ହେଉଛି । ଆଜି ଆବେନକାରୀ ଓ ସରକାରଙ୍କ ପକ୍ଷରୁ କୋର୍ଟରେ ଏହି ମାମଲାରେ ଯୁକ୍ତି ଉପସ୍ଥପାନ କରାଯାଇଥିଲା । ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଶ୍ରୀମନ୍ଦିର ଚାରିପାଖେ ଏବେ ଯେଉଁ ନିର୍ମାଣ କାର୍ଯ୍ୟ ଚାଲିଛି, ସେଥିପାଇଁ କୌଣସି ଅନୁମତି ଆବଶ୍ୟକ ନାହିଁ । ଅନ୍ୟପକ୍ଷରେ ଏଏସ୍‌ଆଇ ପକ୍ଷରୁ କୁହାଯାଇଥିଲା ଯେ ପ୍ରତ୍ୟେକ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତିର ଆବଶ୍ୟକତା ରହିଛି । ସୂଚନାଯୋଗ୍ୟ, ପୂର୍ବ ଶୁଣାଣି ସମୟରେ ରାଜ୍ୟ ସରକାର ଓ ପ୍ରତ୍ନତତ୍ତ୍ୱ ବିଭାଗକୁ ଜବାବ ତଲବ କରିଥିଲେ ହାଇକୋର୍ଟ । କ’ଣ ନିର୍ମାଣ ହେଉଛି, କିଏ ନିର୍ମାଣ କରୁଛି ଓ ଶ୍ରୀମନ୍ଦିର ପ୍ରତି କି ବିପଦ ରହିଛି ସେ ସମ୍ପର୍କରେ ଏହି ରିପୋର୍ଟ ମାଗିଥିଲେ ହାଇକୋର୍ଟ । ଏ ସଂକ୍ରାନ୍ତରେ ରାଜ୍ୟ ସରକାର ଓ ପ୍ରତ୍ନତତ୍ତ୍ୱ ବିଭାଗକୁ ଜବାବ୍‌ ରଖିବାକୁ କୋର୍ଟ ନିଦେ୍ର୍ଦଶ ଦେଇଥିଲେ । ପ୍ରତ୍ନତତ୍ତ୍ୱ ବିଭାଗ ସେହି ସ୍ଥାନକୁ ସ୍ୱାଧୀନ ଭାବରେ ଯାଇ ଖନନର ତଦାରଖ କରି ପାରିବ କିନ୍ତୁ ଯିବା ପୂର୍ବରୁ ଗସ୍ତ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇବାକୁ କୋର୍ଟ କହିଥିଲେ । ପୁରୀର ସମାଜସେବୀ ଦିଲ୍ଲୀପ ବରାଳଙ୍କ ପକ୍ଷରୁ ହାଇକାର୍ଟରେ ରୁଜୁ ମାମଲାରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଆର କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣାଣି କରି ଏଭଳି ନିଦେ୍ର୍ଦଶ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *