ଖାଇଗଲେ ୪୩ ମୃତ ବ୍ୟକ୍ତିଙ୍କ ଭତ୍ତା ଟଙ୍କା

ମାଣିକମରା ପଞ୍ଚାୟତରେ ଦୁର୍ନୀତି
ପରଜଙ୍ଗ (ଆପ୍ର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ ମାଣିକମରା ପଞ୍ଚାୟତରେ ଦୁର୍ନିତୀକୁ ନେଇ ଜନ ଅଭିଯୋଗ ଶୁଣାଣୀ ଶିବିରରେ ଜନପ୍ରତିିନିଧିଙ୍କ ସହିତ ଅନ୍ୟମାନେ ଜିଲ୍ଲାପାଳଙ୍କ ନିକଟରେଅଭିଯୋଗ କରିଛନ୍ତି । ଏହି ପଞ୍ଚାୟତରେ ମୋ ସରକାର ବାବାଦରେ ଗତ ୬ ତାରିଖ ଦିନ ନିର୍ବାଚିତ ସରପଞ୍ଚ, ୱାର୍ଡ ମେମ୍ବର ଏବଂ ଗ୍ରାମବାସୀଙ୍କ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପଞ୍ଚାୟତ ଅଧିକାରୀ ଏବଂ ଜିଆର୍ଏସ୍ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁପସ୍ଥିତି ନେଇ ପ୍ରଶ୍ନ ଉଠି୍ଥିବା ବେଳେ ମନରେଗା ଯୋଜନାରେ ହେଉଥିବା କାର୍ଯ୍ୟ,ପୁରୁଣା କିମ୍ବା ନୂଆ କାର୍ଯ୍ୟ ହେଉନଥିବାର ଅଭିଯୋଗ ହୋଇଥିଲା । କେସ ରେକର୍ଡ ଖୋଲିବା ପରେ କାମ ହେବା ସହିତ ମଷ୍ଟରରୋଲରେ ମଜୁରୀ ପ୍ରଦାନ କରାଯାଇଥିବାର ଦେଖିବାକୁ ମିଳିଥିଲା । ଏ ବିଷୟରେ ସରପଞ୍ଚ ପଞ୍ଚାୟତ ଅଧିକାରୀ ଏବଂ ଜିଆରଏସ୍ ଙ୍କୁ ପଚାରି ବାରୁ ମାର୍ଚ୍ଚ ମାସ ଠାରୁ ଏ ପର୍ଯ୍ୟନ୍ତ କାହାରିକୁ ଟଙ୍କା ପ୍ରଦାନ କରାଯାଇନଥିବାର ପ୍ରକାଶ କରିଥିଲେ । ଏ ପଟେ ସରପଞ୍ଚଙ୍କ ବିନା ଅନୁମତିରେ କିପରି ମଷ୍ଟରରୋଲରେ ଟଙ୍କା ପୈଠ ହେଉଛି ତାକୁ ନେଇ ପ୍ରଶ୍ନ ଉଠିଥିଲା । ଗତ ୨ ବର୍ଷ ହେବ ଭତ୍ତା ପାଉଥିବା ୪୩ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଚଞ୍ଚକତା କରି ସେମାନଙ୍କର ଭତ୍ତା ବର୍ତ୍ତମାନ ପର୍ଯ୍ୟନ୍ତ ଉଠା ହେଉଥିବା ଜଣାପଡିଥିଲା । ଏହି ଘଟଣାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହା ସହିତ ୪ରୁ ଅଧିକ ବିଧବା ଲୋକଙ୍କର ଭତ୍ତା ୮ ମାସ ହେବ ମଞ୍ଜୁର ହୋଇଥିବା ବେଳେ ସେମାନଙ୍କୁ ପ୍ରଦାନ କରାଯାଉ ନଥିବାର ଅଭିଯୋଗ ହୋଇଥିଲା ।
ପଞ୍ଚାୟତର ନୂତନ ସରପଞ୍ଚ ଯୋଗଦେବା ପରେ ବିଭିନ୍ନ କାର୍ଯ୍ୟରେ ହୋଇଥିବା ଦୁର୍ନୀତି ସମ୍ପର୍କ ଜଣାପଡିଛି । ପଞ୍ଚାୟତର ୪୩ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ହଡପ ହେଉଥିଲା । ସେମାନେ ହେଲେ ଅଭିମନୁ୍ୟ ରଣା, ଆଦର ବେହେରା, ଆଦର ପ୍ରଧାନ, ଆଖାରି ସେଠୀ, ଅଲି ଦେହୁରୀ, ଅମୃତି ବେୱା, ଅରଖିତ ବେହେରା, ବଚନ ପେଣ୍ଠୋଇ, ଭାମା ସେଠୀ, ବିଲେଇ ବେୱା, ବିଟ୍ ସେଠୀ, ଧ୍ରୁବ ନାଏକ, ଦିଲେଶ୍ୱର ସାହୁ, ଘାଣ୍ଟି ବେହେରା, ଗୋଲାପ ଶତପଥୀ, ଗୋପାଳ ପରିଡା, ଗୋପାଳ ସାହୁ, ଗୁମା ନାଏକ, ହର ପ୍ରଧାନ, ହିନ ବେହେରା, ଜୟକୃଷ୍ଣ ସାହୁ, ଜୟରାମ ସାହୁ, ଜିରା ସାହୁ, ଯୋଗିଆ ଖିଲା, କଖାରୁ ସାହୁ, କାନ୍ଦୁରି ବିଶ୍ୱାଳ, କୀର୍ତ୍ତନ ମହାରଣା, କୋକିଳ ସାହୁ, ଲଳିତ ସାହୁ, ମାଧବ ଦଳେଇ, ମହୁର ପଧାନ, ମଲ୍ଲୀ ଦେହୁରୀ, ମଙ୍ଗୁଳୁ ପଧାନ, ନତ୍ୟାନନ୍ଦ ବେହେରା, ପାଞ୍ଚାଳି ନାଏକ, ପ୍ରଭାକର ଭୁତିଆ, ରଘୁନାଥ ସାହୁ, ରାମଚନ୍ଦ୍ର ଦେହୁରୀ, ଶରତ ଚନ୍ଦ୍ର ଜେନା, ସରୋଜିନୀ ପାତ୍ର, ଶାନ୍ତି ସାମଲ, ସୁଶିଳ ରଣା ଓ ଟଙ୍କଧର ସାହୁ ପ୍ରମୁଖ ମୃତୁ୍ୟ ବରଣ କରିଛନ୍ତି । ଏହାର ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *