୨ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ପିଡି
ନବରଙ୍ଗପୁର (ଆପ୍ର): ବିପୁଳ ଅର୍ଥ ନେଇ ଯାଉଥିବା ସମୟରେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟର ପ୍ରକଳ୍ପ ନିଦେ୍ର୍ଦଶକ (ପିଡି) ଲକ୍ଷ୍ମୀଧର ଜେନା । ସୋମବାର ଅଫିସରୁ ୨ ଲକ୍ଷ ୨୦ ହଜାର ଟଙ୍କା ଧରି ୬୦୦ ମିଟର ଦୂର ଡ୍ରିମ୍ କଲୋନୀରେ ଥିବା ଭଡ଼ା ଘରକୁ ଅଫିସ ଗାଡ଼ିରେ ଫେରୁଥିବା ବେଳେ ଡିଆର୍ଡିଏ ଅଫିସ ସମ୍ମୁଖ ରାସ୍ତାରେ ତାଙ୍କୁ ନବରଙ୍ଗପୁର ଭିଜିଲାନ୍ସ ଟିମ୍ ଧରିବା ସହିତ ଟଙ୍କା ଜବତ କରିଛି । ଟଙ୍କା ସଂପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି ।
ତାଙ୍କ ଭଡା ଘରେ ଚଢ଼ାଉ କରାଯାଇ ଆଉ ଏକ ଲକ୍ଷ ଟଙ୍କା ଜବତ ହୋଇଛି । ଲକ୍ଷ୍ମୀଧରଙ୍କୁ ନବରଙ୍ଗପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ପଚରାଉଚରା କରାଯାଇଛି । ଭିଜିଲାନ୍ସ ଅଧିକାରୀ ଭୁବନେଶ୍ୱର ତମାଣ୍ଡୋ ବିଜିପୁରସ୍ଥିତ ଦୁଇ ମହଳା ବାସଭବନ, ପୁରୀ ବାଲୁଖଣ୍ଡ ଅନ୍ତର୍ଗତ କୁମୁଟି ପାଟଣାରେ ଥିବା ସିଂହାରୀ ବଗି· ଘର ରେଡ୍ କରାଯାଇଛି । ଚଢ଼ାଉରେ ଡିଏସ୍ପି ଏସକେ ବିଶ୍ୱାଳ, ଡିଏସ୍ପି କଲବତୀ ବାଗ, ଡ୍ନ୍ପେକ୍ଟର ଅନୁଭା ଦାସ ପ୍ରମୁଖ ସାମିଲ ହୋଇଥିଲେ ।