ମନରେଗା ଯୋଜନାରେ ଜେସିବି କରୁଛି କାମ!
ପାଟପୁର (ଆପ୍ର): କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବାଟ ହୁଡୁଛି । ଶ୍ରମିକଙ୍କୁ କାମ ଯୋଗାଇ ଦେବା ବଦଳରେ ମେସିନ୍ କରୁଛି କାମ । ଏଭଳି ଦେଖିବାକୁ ମିଳିଛି ସାନଖେମୁଣ୍ଡି ବ୍ଲକ୍ରେ । ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ସିଙ୍ଗିପୁର ପଞ୍ଚାୟତର ତେଲିଆପଲି-ସିଙ୍ଗିପୁର ମୁଖ୍ୟ ରାସ୍ତାରେ ଥିବା ଏକ ପୋଖରୀରୁ ନିୟମିତ ଭାବେ ଜେସିବି ଲଗାଇ ଟ୍ରାକ୍ଟର ଦ୍ୱାରା ମାଟି ଉଠାଯାଉଥିବା ଖବର ପାଇ ସାନଖେମୁଣ୍ଡି ତହସିଲଦାର ଡଃ. ଶ୍ରୀନିବାସ ବେହେରା ଗତ ରବିବାର ରାତି ପ୍ରାୟ ୧୨ଟାରେ ଅତର୍କର୍ିତ ଚଢ଼ାଉ କରିଥିଲେ । ପୋଖରୀ କାମରେ ନିୟୋଜିତ ଜେସିବି ଓ ଟ୍ରାକ୍ଟରକୁ ଜବତ କରାଯାଇଛି ।
ପୋଖରୀ ପାଶ୍ୱର୍ରେ କୌଣସି ସୂଚନା ଫଳକ ନ ଥିବା ବେଳେ ରାତିସାରା ଜେସିବି ଓ ଟ୍ରାକ୍ଟର ଦ୍ୱାରା କାମ କରିବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହେଉଛି । ତହସିଲଦାର ପୋଖରୀ କାମରେ ନିୟୋଜିତ ଟ୍ରାକ୍ଟର ଓ ଜେସିବିକୁ ପାଟପୁର ଥାନାରେ ଜିମା ଦେଇଥିବା ବେଳେ ମନରେଗା କାମ ଚାଲିଥିବା ନେଇ କୌଣସି କର୍ମଚାରୀ ମୁହଁ ଖୋଲୁନାହାଁନ୍ତି । ସିଙ୍ଗିପୁର ଜିଆର୍ଏସ୍ଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି କାମ ବିଷୟରେ ଓ ତହସିଲଦାରଙ୍କ ଚଢ଼ଉ କମ୍ବା ପୋଖରୀ ସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି । ପୋଖରୀ ପାଶ୍ୱର୍ରେ କୌଣସି ସୂଚନା ଫଳକ ନ ଥିବା କାରଣରୁ କେଉଁ ଯୋଜନାରେ କାମ ହେଉଛି ତାହା ଏବେ ସାଧାରଣରେ ଆଲୋଚନା ହେଉଛି । ସାନଖେମୁଣ୍ଡି ବ୍ଲକ୍ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସଫଳ କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିଛି । ଜବତ ଜେସିବି ଓ ଟ୍ରାକ୍ଟର ପାଟପୁର ଥାନାରେ ଅଟକ ରହିଛି ।