୫୨ ରନ୍ରେ କେକେଆର୍ ବିଜୟୀ

ଆଇପିଏଲ୍-୨୦୨୨ । ୫୬ତମ ମ୍ୟାଚ୍
ମୁମ୍ବାଇ,୯ା୫ (ଏଜେନ୍ସି): ଆଇପିଏଲ୍-୨୦୨୨ର ୫୬ତମ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ମଧ୍ୟରେ ଖେଳାଯାଉଛି । ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ୨୦ ଓଭର୍ରେ କେକେଆର୍ ୯ ୱିକେଟ୍ ହରାଇ ମୁମ୍ବାଇ ଇଣ୍ଡିଆନ୍ସକୁ ୧୬୬ ରନ୍ ଟାର୍ଗେଟ୍ ଦେଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ୧୭.୩ ଓଭର୍ରେ ୧୦ ୱିକେଟ୍ ହରାଇ ୧୧୩ ରନ୍ ସଂଗ୍ରହ କରିଥିଲା । ଫଳରେ କେକେଆର୍ ୫୨ରନ୍ରେ ବିଜୟୀ ହୋଇଛି ।
ଭେଙ୍କଟେଶ ଆୟର ୨୪ ବଲ୍ରେ ୪୩ ରନ୍ କରିଥିବାବେଳେ କୁମାର କାର୍ତ୍ତିକେୟଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଅଜିଙ୍କ ରାହାଣେ ୨୪ ବଲ୍ରେ ୨୫ ରନ୍ କରି ମଧ୍ୟ ଆଉଟ୍ ହୋଇଥିଲେ । ଅଧିନାୟକ ଶ୍ରେୟସ୍ ଆୟର ୮ ବଲ୍ରେ ୬ ରନ୍ କରି ମୁରୁଗନ୍ ଅଶ୍ୱିନଙ୍କ ଶିକାର ପାଲଟିଥିଲେ । ଆଣ୍ଡ୍ରେ ରସେଲ୍ (୯)ଙ୍କ ୱିକେଟ୍ ଜସ୍ପ୍ରୀତ୍ ବୁମ୍ରା ନେଇଥିଲେ । ଆୟର୍ ଓ ରାହାଣେ ପ୍ରଥମ ୱିକେଟ୍ ଯାଏଁ ୬୦ ରନ୍ ସଂଗ୍ରହ କରିଥିଲେ । ଏହା ଥିଲା ଚଳିତ ସିଜନ୍ରେ କେକେଆର୍ ପକ୍ଷରୁ ସବୁଠୁ ବଡ଼ ଓପନିଂ ଯୋଡ଼ି । ଜସ୍ପ୍ରୀତ୍ ବୁମ୍ରା ଆଇପିଏଲ୍ କ୍ୟାରିୟର୍ର ସବୁଠୁ ବୃହତ୍ ପ୍ରଦର୍ଶନ ପୂର୍ବକ ୧୦ ରନ୍ ଦେଇ ୫ ୱିକେଟ୍ ହାତେଇଛନ୍ତି । କେକେଆର୍ର ପ୍ରଥମ ୯ ଓଭର୍ରେ ମାତ୍ର ଗୋଟିଏ ୱିକେଟ୍ ପତନ ହୋଇଥିଲା ।
ଅନ୍ୟପକ୍ଷେ ମୁମ୍ବାଇକୁ ମ୍ୟାଚ୍ ପୂର୍ବରୁ ଏକ ବୃହତ୍ ଝଟ୍କା ଲାଗିଛି । ଦଳର ମଧ୍ୟ କ୍ରମ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଆହତ ଯୋଗୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି । ତାଙ୍କ ବଦଳରେ ରମନଦୀପ ସିଂହଙ୍କୁ ଦଳରେ ସାମିଲ୍ କରାଯାଇଛି । ସେହିଭଳି କେକେଆର୍ରେ ଚୂଡ଼ାନ୍ତ ଏକାଦଶରେ ୫ ଜଣଙ୍କୁ ପରିବର୍ତ୍ତନ କରାଯାଇଛି । ଅଜିଙ୍କେ ରାହାଣେ, ଭେଙ୍କଟେଶ ଆୟର, ପେଟ୍ କମିନ୍ସ, ବରୁଣ ଚକ୍ରବର୍ତ୍ତୀ ଏବଂ ଶେଲ୍ଡନ୍ ଜ୍ୟାକ୍ସନ୍ଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ପଏଣ୍ଟ ଟେବୁଲ୍ର ସବୁଠୁ ନିମ୍ନରେ ରହିଛି ମୁମ୍ବାଇ । ସମୁଦାୟ ୧୦ଟି ମ୍ୟାଚ୍ ଖେଳି କେବଳ ଦୁଇଟିରେ ବିଜୟ ଲାଭ କରିଥିବାବେଳେ କେକେଆର୍ ୧୧ ମ୍ୟାଚ୍ ଖେଳି ୪ଟିରେ ବିଜୟୀ ହୋଇଛି । ମୁମ୍ବାଇ ପାଇଁ ପ୍ଲେଅପ୍ ରାସ୍ତା ବନ୍ଦ ହୋଇସାରିଥିବାବେଳେ ଯଦି କେକେଆର୍ ପରାସ୍ତ ହୁଏ ତାହେଲେ ମଧ୍ୟ ପ୍ଲେ-ଅଫ୍ରୁ ବାଦ୍ ପଡ଼ିଯିବ ।
ଜବାବରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ମାତ୍ର ୨ ରନ୍ରେ ସାଉଦୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ପରେ ପରେ ଆନେ୍ଦ୍ର ରସେଲ୍ଙ୍କୁ ତିଲକ୍ ବର୍ମା ପାଭିଲିଅନ୍ ବାଟ ଦେଖାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *