ବର୍ଷା ବେଶୀ, ପବନ କମ୍
ଭୁବନେଶ୍ୱର,୮ା୫(ବୁ୍ୟରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ସୃଷ୍ଟ ବାତ୍ୟା ‘ଅସାନି’ ଭୀଷଣ ରୂପ ଧାରଣ କରିଛି । ଏହା ଘଣ୍ଟାପ୍ରତି ୧୪ କିମି ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ବର୍ତ୍ତମାନ ପୁରୀ ଠାରୁ ୮୮୦କିମି ଦୂରରେ କେନ୍ଦ୍ରୀଭୂତ ଅଛି । ୧୦ ତାରିଖରୁ ଏହା ଦିଗ ବଦଳାଇ ଉତ୍ତର ଓ ପଶ୍ଚିମ ଦିଗକୁ ଗତି କରିବ । ଏହା ପ୍ରଭାବରେ ଉପକୂଳ ଜିଲ୍ଲା ଗୁଡିକରେ ୧୦ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି ।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଭୀଷଣ ବାତ୍ୟା ଅସାନି ଓଡିଶା ଉପକୂଳ ନଛୁଇଁଲେ ମଧ୍ୟ ପବନର ବେଗ ଘଣ୍ଟାପ୍ରତି ପାଖାପାଖି ୫୦ରୁ ୬୦କିମି ଭିତରେ ରହିବ । ରବିବାର ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ଏହା ଦକ୍ଷିଣ-ପୂର୍ବ ଓ ଏବଂ ପାଶ୍ୱବତର୍୍ୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଥିଲା । ଅସାନି ଉତ୍ତର-ପଶ୍ଚିମ ଦିଗରେ ନିକୋବର ଦୀପପୁଞ୍ଜ ଠାରୁ ୬୧୦କିମି, ଆଣ୍ଡାମାନ ଦୀପପୁଞ୍ଜ ଠାରୁ ୫୦୦କିମି, ଦକ୍ଷିଣ ପୂର୍ବ ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ) ଠାରୁ ୮୧୦କିମି ଓ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ପୁରୀଠାରୁ ୮୮୦ କିମି ଦୂରରେ ରହିଛି । ଏହା ୧୦ ତାରିଖ ମଧ୍ୟରାତ୍ରୀ ସୁଦ୍ଧା ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ଓ ଏହାର ପାଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ଉପକୂଳ ଠାରୁ ପ୍ରାୟ ୧୦୦କିମି ଦୂରରେ ଦିଗ ବଦଳାଇ ମିଆଁମାର ଆଡକୁ ଯିବାର ସମ୍ଭାବନା ରହିଛି । ତେବେ ଏହା ଓଡିଶା ଉପକୂଳ ସ୍ଥଳଭାଗ ନଛୁଇଁ ସମୁଦ୍ର ଭିତରେ ବିଲୀନ ହୋଇଯିବ ।
ଆସନ୍ତା ୧୦ ତାରିଖ ସନ୍ଧ୍ୟାରୁ ଗଞ୍ଜାମ, ଗଜପତି ଓ ପୁରୀରେ ହାଲୁକାର ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୧୧ତାରିଖରୁ ବର୍ଷାର ପରିମାଣ ବଢିବ । ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଓ କଟକ ଜିଲ୍ଲାର ସ୍ଥାନେସ୍ଥାନେ ପ୍ରବଳ ବର୍ଷା ସହ ୭ରୁ ୧୧ ସେଣ୍ଟିମିଟର ବର୍ଷା ହୋଇପାରେ । ସେହିପରି ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଓଡିଶା ଉପକୂଳର ପାଖାପାଖି ଅଞ୍ଚଳରେ ୧୧ ଓ ୧୨ ତାରିଖରେ ଝଡ ପବନ ଘଣ୍ଟାପ୍ରତି ବେଗ ୪୦ରୁ ୫୦ ସର୍ବାଧିକ ୬୦କିମି ଯାଏ ରହିବାର ସମ୍ଭାବନା ରହିଛି । ୯ ଓ ୧୦ ତାରିଖରୁ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ୧୦ ଓ ୧୨ ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ମଧ୍ୟକୁ ମସô୍ୟଜୀବୀ ମାନଙ୍କୁ ପ୍ରବେଶ ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଗଭୀର ସମୁଦ୍ର ମଧ୍ୟରେ ଥିବା ମସô୍ୟଜୀବୀମାନଙ୍କୁ ୧୦ ତାରିଖ ସକାଳୁ ସୁଦ୍ଧା ଉପକୂଳକୁ ଫେରି ଆସିବାକୁ ସୂଚନା ଜାରି କରାଯାଇଛି । ଓଡିଶାର ସାମୁଦ୍ରକ ବନ୍ଦରଗୁଡିକ ପାଇଁ ୨ନଂ ବିପଦ ସଙ୍କେତ ଜାରି କରାଯାଇଛି ।