ହିମାଚଳ ବିଧାନସଭା ମୁଖ୍ୟ ଫାଟକରେ ଖଲିସ୍ତାନ ପତାକା

ଶିମଲା (ଏଜେନ୍ସି): ହିମାଚଳ ପ୍ରଦେଶର ଶୀତକାଳୀନ ରାଜଧାନୀ ଧର୍ମଶାଳାରେ ଥିବା ବିଧାନସଭା ଭବନର ମୁଖ୍ୟ ଫାଟକରେ ୬ଟି ଖାଲିସ୍ତାନୀ ପତାକା ଏବଂ ପାଚେରୀରେ ରଙ୍ଗ ଦ୍ୱାରା ଖଲିସ୍ତାନ ସ୍ଲୋଗାନ ଲେଖାଯାଇଥିବା ଦେଖିବାକୁ ମିଳିଛି । ସବୁଠୁ ବଡ଼ କଥା ହେଉଛି ଏପ୍ରକାର କାଣ୍ଡ କରିସାରିବା ପରେ ଖଲିସ୍ତାନୀ ଉଗ୍ରବାଦୀମାନେ ଏନେଇ ପୁଲିସ୍କୁ ଫୋନ୍ କରି ସୂଚନା ଦେଇଥିଲେ । ପରେ ପୁଲିସ୍ ସେଠାରେ ପହଞ୍ଚô ଫାଟକ ସାମ୍ନାରେ ଲଗାଯାଇଥିବା ଖଲିସ୍ତାନୀ ପତାକା ଏବଂ ରଙ୍ଗରେ ଲେଖାଯାଇଥିବା ଖଲିସ୍ତାନ ଲେଖାକୁ ରଙ୍ଗ ଲଗାଇ ହଟାଇଥିଲା । ଶନିବାର ବିଳମ୍ବିତ ରାତିରେ ଏସବୁ କରାଯାଇଥିବା ଅନୁମାନ କରାଯାଉଛି । ତେବେ ଏପ୍ରକାର ଘଟଣାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।
ପ୍ରକାଶ, କିଛି ଦିନ ପୂର୍ବେ ଶିଖ୍ ଫର୍ ଜଷ୍ଟିସ୍ ସଂଗଠନର ମୁଖ୍ୟ ଗୁରୁପତ୍ୱନ୍ତ ସିଂ ପନ୍ନୁ ଖଲିସ୍ତାନୀ ପତାକା ଲଗାଇବାକୁ ଧମକ ଦେଇ ହିମାଚଳର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲା । ଚିଠିରେ ପନ୍ନୁ ସିଧାସଳଖ ଧମକ ଦେଇଥିଲା ଯେ, ସେ ଶିମ୍ଲାରେ ଖଲିସ୍ତାନର ପତାକା ଲଗାଇବ । ଅନ୍ୟପକ୍ଷେ ପୁଲିସ୍ ଏହି ମାମଲାରେ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଦେଇଛି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହି ଘଟଣାକୁ କଡା ଭାଷାରେ ନିନ୍ଦା କରିବା ସହ ଏପ୍ରକାର କାର୍ଯ୍ୟକଳାପକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି । ରାତିର ଅନ୍ଧାରରେ ଏପ୍ରକାର କାପୁରୁଷଙ୍କ ଭଳି କାମ କରିବା ଛାଡି ସାହସ ଥିଲେ ଦିନରେ କରିକି ଦେଖାଅ ବୋଲି ସେ ଖଲିସ୍ତାନୀ ଉଗ୍ରବାଦୀଙ୍କୁ ଧମକ ଦେଇଛନ୍ତି । ଶୀତ ଅଧିବେଶନ ପାଇଁ ଉଦ୍ଦିଷ୍ଟ ଏହି ବିଧାନସଭା ଭବନରେ ଅନ୍ୟ ଦିନଗୁଡ଼ିକରେ ସାଧାରଣତଃ ସୁରକ୍ଷା ବ୍ୟବସ୍ଥା କମ୍ ରହିଥାଏ । ଏହାର ଫାଇଦା ନେଇ ଅଭିଯୁକ୍ତମାନେ ଏପରି ଅପରାଧ କରିବାକୁ ସାହସ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *