ଅପରାଧମୁକ୍ତ ଶ୍ରୀକ୍ଷେତ୍ର ପାଇଁ ପ୍ରୟାସ

ଆକ୍ସନ ମୋଡ୍ରେ ପୁଲିସ
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ର ହେବ ଅପରାଧ ଓ ନିଶାମୁକ୍ତ । ଏହି ନିଶା ଏବେ ଘାରିଛି ପୁରୀ ପୁଲିସର ମୁଖିଆଙ୍କୁ । ସେଥିଲାଗି ଅପରାଧକୁ ଦମନ କରିବା ଲାଗି ପ୍ରତ୍ୟେକ ଦିନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି ଏସ୍ପି କନୱାର ବିଶାଲ ସିଂହ । ଏପରିକି ବାହାରୁ ଅନେକ ବ୍ୟକ୍ତି ନିଶା ବ୍ୟବସାୟ କରିବା ଲାଗି ଆସି ଏଠାକାର ଯୁବକଙ୍କୁ ପଥଭ୍ରଷ୍ଟ କରୁଛନ୍ତି । ତତ୍ସହିତ ସେମାନେ ହୋଟେଲରେ ରହି ମଧ୍ୟ ବ୍ୟବସାୟ କରୁଛନ୍ତି । ଅନେକ ଦୁର୍ଦ୍ଦାନ୍ତ ବାହାର ରାଜ୍ୟ ବା ଜିଲ୍ଲାରେ କିଛି କାଣ୍ଡ ଭିଆଇ ପୁରୀ ଆସି ହୋଟେଲ୍ରେ ରହୁଛନ୍ତି । ଏଠାରେ ସେମାନଙ୍କ ଗ୍ରୁପ୍ର ସଦସ୍ୟଙ୍କ ସହ ମିଶି ସେମାନଙ୍କୁ ସହରରେ କ୍ରାଇମ୍ କରିବା ଲାଗି ଉସୁକାଉଛନ୍ତି । ଫଳରେ ସେମାନେ ମାଗଣାରେ ନିଶା ଓ ଖାଦ୍ୟ ଖାଇ ସହରରେ ଅରାଜକତା କରୁଛନ୍ତି । ଯାହାଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ପର୍ଯ୍ୟଟକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ।
ଅନ୍ୟପକ୍ଷରେ ସହରରେ ଚୋରି, ଲୁଟ୍ ଓ ହତ୍ୟା ଭଳି ସଙ୍ଗୀନ ଘଟଣା ଘଟୁଛି । ଅପରାଧୀ ଯେତିକି ଚାଲାକ ହେଉ ତା’ଠାରୁ ଏସ୍ପି ଦୁଇଗୁଣା ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି । ଯେପରିକି ସହରରେ କିଛି ଘଟଣା ଘଟିଲେ ସଙ୍ଗେ ସଙ୍ଗେ ସିଧାସଳଖ ଖବର ପହଞ୍ଚôବ ପୁଲିସ ମୁଖିଆଙ୍କ ନିକଟରେ । ସେଥିପାଇଁ ସହରର ଗଳିକନ୍ଦି ଠାରୁ ଆରମ୍ଭ କରି ହୋଟେଲ ଉପରେ ପୁଲିସ ଯାଞ୍ଚ ଜାରି ରହିଛି । ବିଶେଷ ଭାବରେ ସମୁଦ୍ରକୂଳ ହୋଟେଲରେ ଆସି ରହୁଥିବା ଲୋକଙ୍କ ତାଲିକା ସଂଗ୍ରହ କରୁଛି ପୁଲିସ । ତତ୍ସହିତ ହୋଟେଲ୍ରେ ସିସିଟିଭି ଚାଲୁ ରହିଛି କି ନାହିଁ ତାହାକୁ ଯାଞ୍ଚ କରାଯାଉଛି । ଏପରିକି ହୋଟେଲରେ କିଛିକାଣ୍ଡ ଘଟିଲେ ତାହାର ଦୃଶ୍ୟ ଯେଭଳି ସିସିଟିଭିରେ କଏଦ ହୋଇ ରହିବ ସେ ନେଇ ପୁଲିସ ପକ୍ଷରୁ ହୋଟେଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି । ପୁଲିସର ଏଭଳି କାର୍ଯ୍ୟକୁ ଦେଖି ସହରବାସୀଙ୍କ ଠାରୁ ଆରମ୍ଭ କରି ହୋଟେଲ ମାଲିକମାନେ ପ୍ରଶଂସା କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *