ହାତୀପଲ ଖାଇଗଲେ ଆମ୍ବ, ପଣସ
ନରସିଂହପୁର (ଆପ୍ର): ନରସିଂହପୁର ପୂର୍ବବନାଞ୍ଚଳର ଭୂଷକା ଗ୍ରାମର ଦୁଇଜଣଙ୍କ ଘର ପାଖ ବାଡିରେ ହାତୀପଲ ପସି ବହୁତ କ୍ଷୟକ୍ଷତି କରିଥିବା ଦେଖିବାକୁ ମିଳିଛି । ସୂଚନାରୂ ପ୍ରକାଶ ଗତକାଲି ସନ୍ଧ୍ୟାରେ ୫ରୁ ୭ଟି ହାତୀ ନିକଟସ୍ଥ ଜଙ୍ଗଲରୁ ଆସି ଭୂଷକା ଗ୍ରାମର ସୁବାସ ଜେନା ଏବଂ ସମିର ଜେନାଙ୍କର ବାରିପାଖରେ ଥିବା ୧୨ଟି ଆମ୍ବଗଛ, ପଣସ ଗଛ ଏବଂ ସାଗୁଆନ ଗଛ ଭାଙ୍ଗି ଦେଇଛନ୍ତି । ଏଥିରେ ସୁବାସଙ୍କର ୧୨ଟି ଆମ୍ବଗଛ ମୂଳରୁ ଉପାଡିବା ସହିତ ଭାଙ୍ଗି ସେଥିରେ ଆସିଥିବା ସମସ୍ତ ଆମ୍ବଗୁଡିକୁ ଖାଇ ଦେଇଛନ୍ତି । ପଣସ ଗଛକୁ ଭାଙ୍ଗି ସେହି ଡାଳରେ ଥିବା ପ୍ରାୟ ୨୦ରୁ ଊଦ୍ଧ୍ୱର୍ ପଣସକୁ ଖାଇ ଦେଇଛନ୍ତି । ସେହିପରି ସମିର ଜେନାଙ୍କର ସାଗୁଆନ୍ ଗଛ ମୂଳରୁ ଭାଙ୍ଗିବା ସହିତ ଅନ୍ୟାନ୍ୟ ଫସଲ ନଷ୍ଟ କରିଛନ୍ତି । ବନ ବିଭାଗର ଅପାରଗତା ସଚେତନତା ଅଭାବ ଯୋଗୁଁ ବର୍ତ୍ତମାନ ହାତୀପଲ ଗାଁ ମୁହାଁଁ ହେଉଛନ୍ତି । ଉକ୍ତ ଚାଷୀଙ୍କର କ୍ଷତି ସମ୍ପର୍କରେ ଜାଣିବାପରେ ବନପାଳ ବାମନ ଚନ୍ଦ୍ର ରାଉତ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିଛନ୍ତି । ସରକାରଙ୍କ ତରଫରୁ ହାତୀ ଘଉଡାଇବା ପାଇଁ ବିଭିନ୍ନ ଯୋଜନାରେ ବ୍ୟାପକ ଅର୍ଥ ଖର୍ଚ୍ଚ ହେଉଥିଲେ ମଧ୍ୟ କୈାଣସି ସୁଫଳ ମିଳୁ ନଥିବା ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏପରିକି ପୂର୍ବରୁ ବହୁବାର ହାତୀ ଏବଂ ବନ୍ୟଜନ୍ତୁ ଦ୍ୱାରା ଚାଷୀର ଫସଲ ନଷ୍ଟକୁ ନେଇ ରେଞ୍ଜ ଅଫିସରେ ଅଭିଯୋଗ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଇ ନାହିଁ ।