ଗାଁକୁ ନିର୍ମାଣ ହେଲା ରାସ୍ତା

ବିକାଶର ସ୍ୱାଦ ଚାଖିଲେ ସମିଝିରିବାସୀ
ଫିରିଙ୍ଗିଆ (ବୁ୍ୟରୋ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନ ଡିଣ୍ଡିରାଗାଁ ପଞ୍ଚାୟତ ସମିଝିରିଗାଁର ଲୋକେୁ ସ୍ୱାଧୀନତାର ୭୫ ବର୍ଷ ପରେ ବିକାଶର ସ୍ୱାଦ ଚାଖିଲେ । ଏହି ଗାଁକୁ ରାସ୍ତାଟିଏ ନ ଥିଲା । ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟଠାରୁ ମାତ୍ର ୧୫ କିଲୋମିଟର ଓ ପଞ୍ଚାୟତ ମୁଖ୍ୟାଳୟଠାରୁ ୫ କିଲୋମିଟର ଦୂରରେ ଅବସ୍ଥିତ ସିଭିଝିରି ଗାଁ । ଜଙ୍ଗଲ ମଧ୍ୟଦେଇ ଯାଇଥିବା ଏକ ପାଦଚଲା ରାସ୍ତା ଗ୍ରାମବାସୀଙ୍କ ଏକମାତ୍ର ଭରସା ଥିଲା । ରାସ୍ତା ନ ଥିବାରୁ ଗ୍ରାମବାସୀ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇଆସୁଥିଲେ । ରୋଗୀସେବା ପାଇବା ପାଇଁ ରାସ୍ତା ସାଜିଥିଲା ବାଧକ । ଆମ୍ମୁଲାନ୍ସ ସହ ଅନ୍ୟ କøଣସି ଯାନବାହାନ ଗାଁକୁ ଯାଇପାରୁ ନ ଥିବାରୁ ଗାଁରୁ ରୋଗୀ କିଲୋମିଟର କିଲୋମିଟର ଖଟିଆରେ ବୁହାହୋଇ ଆସୁଥିଲେ । ଗାଁର ସମସ୍ୟାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଡିଣ୍ଡିରା ପଞ୍ଚାୟତର ୨ ନଂ ୱାର୍ଡରେ ଥିବା ସିମିଝିରିଗାଁରେ ସମୁଦାୟ ୮୦ଟି ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଗାଁର ଲୋକସଂଖ୍ୟା ରହିଛି ପ୍ରାୟ ୩୦୦ । ତେବେ ରାସ୍ତା ପାଇଁ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ ମୁଖ୍ୟାଳୟ ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ।
ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଫିରିଙ୍ଗିଆ ବଡିଓ ରଶ୍ମି ରଞ୍ଜନ ମହନ୍ତ ଓ ଡିଣ୍ଡିରାଗାଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏକ ସ୍ୱତନ୍ତ୍ର ଟିମ୍ ସହ ଗାଁର ସ୍ଥିତି ଅନୁଧ୍ୟାନ କରିଥିଲେ । ତେବେ ଡେରିରେ ହେଲେ ବି ସ୍ଥାନୀୟ ବିଡିଓଙ୍କ ଅନ୍ତରିକତା ଓ ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀଙ୍କ ପ୍ରଚେଷ୍ଟାରେ ଗାଁକୁ ନିର୍ମାଣ ହୋଇଛି ରାସ୍ତା । ରାସ୍ତାଟି ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ନିର୍ମାଣ କରାଯାଇଥିବା ବେଳେ ପାହାଡ଼କୁ କାଟି ବହୁ ଅକ୍ଲାନ୍ତ ପରିଶ୍ରମ ପରେ ମୋରମ, ମେଟାଲ ପକାଇ ରାସ୍ତା ନିର୍ମାଣ କରାଯାଇଛି । ତେବେଏହି ରାସ୍ତା ପାଇଁ ତିନୋଟି ପର୍ଯ୍ୟାୟରେ ୨୮ ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏଥିରେ ସମିଝିରିଗାଁ ତଥା ଆଖପାଖଗାଁର ଅନେକ ଶ୍ରମିକ ମଧ୍ୟ କର୍ମନିଯୁକ୍ତି ପାଇପାରିଛନ୍ତି । ଅନ୍ୟପଟେ ବର୍ଷବର୍ଷ ଧରି କୁପମଣ୍ଡୁକ ପରି ଜୀବନ ଜାପନ କରିଆସୁଥିବା ତଥା ସ୍ୱାଧୀନତାର ୭୫ ବର୍ଷ ପରେ ବିକାଶର ସ୍ୱାଦ ଚାଖିଥିବା ହିସିମିଝିରି ଗ୍ରାମବାସୀ ବିଡିଓ ରଶ୍ମିରଞ୍ଜନ ମହନ୍ତ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁଲିଲତା ସାହୁ, ମନରେଗାର ଫିରିଙ୍ଗିଆ ବ୍ଲକ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ସୁମନ୍ତ କୁମାର, କନିଷ୍ଠ ଯନ୍ତ୍ରୀ ରମେଶ ଦାସଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଗାମୀ ଦିନରେ ଗ୍ରାମବାସୀଙ୍କୁ ପର୍ଯ୍ୟାୟକ୍ରମେ ବିଭିନ୍ନ ମୌଳିକ ସୁବିଧା ଯୋଗଇ ଦିଆଯିବ ବୋଲି ବିଡିଓ ଶ୍ରୀ ମହନ୍ତ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *