ଏଣିକି ମଦ ପିଇ ଗାଡ଼ି ଚଲାଇଲେ କୋର୍ଟ ଚାଲାଣ
ଭୁବନେଶ୍ୱର(ବୁ୍ୟରୋ): ଏଣିକି ମଦ ପିଇ ଗାଡ଼ି ଚଳାଉଥିବା ଅବସ୍ଥାରେ ଧରା ପଡ଼ିଲେ ନିସ୍ତାର ନାହିଁ । ନିଶାଡ଼ି ଡ୍ରାଇଭର୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଆକ୍ସନ ମୋଡ୍ରେ ପୁଲିସ୍ ଓ ଅବକାରୀ ବିଭାଗ । କେବଳ ଫାଇନ୍ କଟାଯିବନି ମଦ୍ୟପ ଡ୍ରାଇଭରଙ୍କୁ ଅଟକ ରଖିବା ସହ କୋର୍ଟ·ଲାଣ କରାଯିବ । ଆବଶ୍ୟକ ସ୍ଥଳେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ୩ ମାସ ପାଇଁ ରଦ୍ଦ କରାଯିବ ।
ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ପ୍ରକାଶିତ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଶୁକ୍ରବାର ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ମିଳିତ ଭାବେ ଚଢ଼ଉ କରାଯାଇ ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ୪୬୬ ଜଣଙ୍କୁ ଠାବ କରାଯାଇଥିଲା । ସୁପ୍ରିମକୋର୍ଟ ସଡ଼କ ନିରାପତ୍ତା କମିଟିର ନିଦେ୍ର୍ଦଶ ଅନୁଯାୟୀ, ନିଶାଡ଼ି ଡ୍ରାଇଭର୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରାଯାଇଛି । କେବଳ ରାତିକ ମଧ୍ୟରେ ୧୭୯ ଡ୍ରାଇଭିଂ ଲାଇସେନ୍ସ ସସ୍ପେଣ୍ଡ କରାଯାଇଛି । ୩୭୭ଟି ଗାଡ଼ି ଜବତ କରାଯିବା ସହିତ ୩୭୮ ଡ୍ରାଇଭର୍ଙ୍କୁ ଗିରଫ କରାଯାଇଛି ।
ସେହିପରି କମିଶନରେଟ ପୁଲିସ୍ ଓ ଆର୍ଟିଓ ପକ୍ଷରୁ କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକରେ ଯାଞ୍ଚ କରାଯାଉଛି । ମଞ୍ଚେଶ୍ୱର ପୁଲିସ୍ ଏବଂ ଆର୍ଟିଓ-୨ ତରଫରୁ ହାଇଟେକ ଛକରେ ମିଳିତ ଚେକିଂ କରାଯାଇ ମଦ୍ୟପ ଚାଳକଙ୍କୁ ଧରାଯାଇଛି । ଅନ୍ୟପକ୍ଷରେ ଆସନ୍ତା ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଜାତୀୟ ଏବଂ ରାଜ୍ୟ ରାଜପଥରେ ସ୍ୱତନ୍ତ୍ର ହେଲ୍ମେଟ୍ ଚେକିଂ ଅଭିଯାନ କରିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପକ୍ଷରୁ ସମସ୍ତ ଆର୍ଟିଓଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଟି୍ରପଲ୍ ରାଇଡିଂ, ନାବାଳକ ଗାଡ଼ିଚାଳକଙ୍କୁ ଏହି ଅଭିଯାନରେ ଚିହ୍ନଟ କରିବାକୁ କୁହାଯାଇଛି । ବିନା ହେଲ୍ମେଟ୍ରେ ଗାଡ଼ି ଚଳାଉଥିଲେ ତିନି ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।