ସବୁଜ ଶକ୍ତି ପାଇଁ ନକ୍ସା ପ୍ରସ୍ତୁତ କର

ଭୁବନେଶ୍ୱର (ବୁ୍ୟରୋ): ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଭଳି ଆଜି ବିଜୁଳି ସମସ୍ତଙ୍କ ପାଇଁ ଅତି ଜରୁରୀ ହୋଇପଡ଼ିଛି । ଉପଭୋକ୍ତାଙ୍କ ପାଖରେ ୨୪ ଘଣ୍ଟା ନିରନ୍ତର ବିଜୁଳି ଯୋଗାଇଦେବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ତେଣୁ ସବୁ ଉପଭୋକ୍ତାଙ୍କ ଆବଶ୍ୟକତା ପୂରଣ ଆମ ସମସ୍ତଙ୍କର ପ୍ରାଥମିକତା ରହିବା ଉଚିତ୍ ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମତବ୍ୟକ୍ତ କରିଛନ୍ତି ।
ଖାରବେଳ ଭବନସ୍ଥିତ ଶକ୍ତି ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୫-‘ଟି’ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ ରାଜ୍ୟ ସରକାରଙ୍କ ଉପରେ ଓଡ଼ିଶାର ଜନସାଧାରଣ ଦୀର୍ଘଦିନ ହେବ ବିଶ୍ୱାସ କରିଆସିଛନ୍ତି ଏବଂ ବିଭିନ୍ନ ବିଭାଗ ମଧ୍ୟରେ ଶକ୍ତି ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ଓଡ଼ିଶା ବର୍ତ୍ତମାନ ବିଦୁ୍ୟତ ବଳକା ରାଜ୍ୟ ଭାବେ ପରିଗଣିତ । ଏହି ଦୃଷ୍ଟିରୁ ଉପଭୋକ୍ତାଙ୍କୁ ସର୍ବୋଚ୍ଚ ସେବା ଯୋଗାଇଦେବା ବିଭାଗର କର୍ତ୍ତବ୍ୟ । ଆଗାମୀ୨୦୨୩ରେ ରାଉରକେଲାଠାରେ ହକି ବିଶ୍ୱକପ୍ ଆୟୋଜନ ହେଉଥିବାରୁ ସମଗ୍ର ରାଉରକେଲା ସହରର ବିଦୁ୍ୟତ ଭିତ୍ତିଭୂମି ସୁଦୃଢ଼ କରିବା ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ବର୍ତ୍ତମାନ ସମୟରେ ସୌରଶକ୍ତି ପରି ସବୁଜ ଶକ୍ତିର ଉତ୍ପାଦନ ବୃଦ୍ଧି ନିମନ୍ତେ ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ କରିବା ଉପରେ ଆଲୋଚନା ହୋଇଥିଲା । ଏଥି ସହ ବିଭିନ୍ନ ସରକାରୀ ଏବଂ ଘରୋଇ କୋଠାରେ ଅଧିକ ସୌରଶକ୍ତି ଉତ୍ପାଦନ ନିମନ୍ତେ ବ୍ୟବସ୍ଥା ସହ ଆଗାମୀ ଦିନରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବୈଦୁ୍ୟତିକ ଯାନ ବ୍ୟବହାର ନିମନ୍ତେ ଚାର୍ଜିଂ ଷ୍ଟେସନ୍ ସ୍ଥାପନ ଉପରେ ଆଲୋଚନା ହୋଇଥିଲା । ବୈଠକରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଯୋଗଦେଇ ତେଲକୋଇ ଏବଂ ଆଖପାଖ ଅଞ୍ଚଳରେ ଲାଗି ରହୁଥିବା ବିଦୁ୍ୟତ ସମସ୍ୟା ଦୂର ପାଇଁ ଶକ୍ତିମନ୍ତ୍ରୀଙ୍କୁ ଜଣାଇଥିଲେ । ଶକ୍ତିମନ୍ତ୍ରୀ ଏହି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଆଦି ଅଞ୍ଚଳରେ ମଧ୍ୟ ବିଦୁ୍ୟତ ସମସ୍ୟା ସମାଧାନ ଉପରେ ମନ୍ତ୍ରୀ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ବୈଠକରେ ବିଭାଗୀୟ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ସ୍ୱତନ୍ତ୍ର ସଚିବ ସୁରଥ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *