ମସଜିଦରେ ଲାଉଡ୍ସ୍ପିକର୍ ମୌଳିକ ଅଧିକାର ନୁହେଁ

ପ୍ରୟାଗରାଜ, ୬ା୫: ମସଜିଦରେ ଲାଉଡ୍ସ୍ପିକର୍ ରହିବାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଇହ୍ଲାବାଦ ହାଇକୋର୍ଟ ଶୁକ୍ରବାର ଗୁରୁତ୍ୱ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ମସ୍ଜିଦ୍ରେ ଅଜାନ୍ ପାଇଁ ଲାଉଡ୍ସ୍ପିକର୍ର ପ୍ରୟୋଗ ମୌଳିକ ଅଧିକାର ନୁହେଁ, ସାମ୍ବିଧାନିକ ଅଧିକାର ମଧ୍ୟ ନୁହେଁ । ଏଥିସହିତ ହାଇକୋର୍ଟର ଡବଲ୍ ବେଞ୍ଚ ଏ ସମ୍ବନ୍ଧୀୟ ପିଟିସନକୁ ଖାରଜ କରିଦେଇଛନ୍ତି । ବଦାୟୁଁର ବିସୌଲୀ ଗ୍ରାମ ସ୍ଥିତ ଏକ ମସ୍ଜିଦ୍ରେ ଲାଉଡ୍ସ୍ପିକର୍ ଲଗାଇ ଅଜାନ୍ କରିବା ପାଇଁ ଏସ୍ଡିଏମ୍ଙ୍କୁ ଦରଖାସ୍ତ ଦିଆଯାଇଥିଲା । ଗତ ବର୍ଷ ଡିସେମ୍ବର ୩ ତାରିଖ ଦିନ ଏସ୍ଡିଏମ୍ ଅନୁମତି ନ ଦେବାରୁ ଇର୍ଫାନ୍ ନାମକ ଜନୈକ ବ୍ୟକ୍ତି ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ । ଗୁରୁବାର ଜଷ୍ଟିସ୍ ବିକେ ବିଡ଼ଲା ଓ ଜଷ୍ଟିସ୍ ବିକାଶ ଏହାର ଶୁଣାଣି କରିଥିଲେ । ଲାଉଡ୍ସ୍ପିକର୍କୁ ନେଇ କେବଳ ଉତ୍ତରପ୍ରଦେଶ ନୁହେଁ, ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ରାଜନୈତିକ ମହଲରେ ହୋହାଲ୍ଲା ଚାଲିଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗତମାସ ୩୧ତାରିଖ ଦିନ ଏକ ଆଦେଶନାମାରେ କହିଥିଲେ ଯେ କୌଣସି ଲାଉଡ୍ସ୍ପିକର୍ ଶବ୍ଦ ମନ୍ଦିର ବା ମସ୍ଜିଦ୍ ବାହାରକୁ ଶୁଣାଯିବ ନାହିଁ । ଯୋଗୀଙ୍କ ଆଦେଶ ମିଳିବା ପରେ ଏପ୍ରି ୩୦ ଶୁଦ୍ଧା ରାଜ୍ୟର ଧାର୍ମିକ ସଭାରୁ ୪୫,୭୭୩ଟି ଲାଉଡସ୍ପିକର୍ ହଟାଇ ଦିଆଯାଇଥିଲା ଏବଂ ୫୮,୮୬୧ଟି ଲାଉଡ୍ସ୍ପିକର୍ର ସ୍ୱର କମାଇ ଦିଆଯାଇଥିଲା । ଅଧିକାଂଶ ଧାର୍ମିକ ସ୍ଥଳରୁ ଲୋକେ ସ୍ୱେଚ୍ଛାରେ ଲାଉଡ୍ସ୍ପିକର୍ କାଢ଼ି ଦେଇଥିବା ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *