ହିଜବୁଲ୍ କମାଣ୍ଡର ସମେତ ୩ ଆତଙ୍କୀ ନିହତ
ଶ୍ରୀନଗର (ଏଜେନ୍ସି): ଶୁକ୍ରବାର ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା ମିଳିଛି । ଦକ୍ଷିଣ କାଶ୍ମୀରରେ ଏକ ସୈନ୍ୟ ଅପରେସନ୍ରେ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଅସରଫ ମୌଲବୀ ସମେତ ମୋଟ୍ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ଅସରଫର ମୃତୁ୍ୟ ଘାଟିରେ ସୁରକ୍ଷାକର୍ମୀଙ୍କ ପାଇଁ ଏକ ବଡ଼ ସଫଳତା ଧରାଯାଉଛି । ୨ଠ୨ଠରୁ ଅସରଫ୍ ଏହି ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପକୁ କାର୍ଯ୍ୟକାରୀ କରିଆସୁଥିଲା । ମେ ୬, ୨ଠ୨ଠରେ ରିୟାଜ ନାଇକୁ ନାମକ ମୁଜାହିଦ୍ଦିନ୍ କମାଣ୍ଡରର ମୃତୁ୍ୟ ହେବା ପରେ ଅଶ୍ରଫ୍କୁ କମାଣ୍ଡର ଭାବେ ଏଠାରେ ନିୟୋଜିତ କରିଥିଲା ସଂଗଠନ । ତା’ ମୁଣ୍ଡ ଉପରେ ୧ଠ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଅନନ୍ତନାଗ ଜିଲ୍ଲାର ପହଲଗାମ ଅଞ୍ଚଳର ଶ୍ରୀଚନ୍ଦ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଉଭୟ ପକ୍ଷରୁ ଗୁଳି ବିନିମୟ ଦୀର୍ଘ ସମୟ ଧରି ଜାରି ରହିବା ପରେ ୩ ଆତଙ୍କବାଦୀ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି । ତେବେ ଏମାନେ ଅମରନାଥ ଯାତ୍ରା ସମୟରେ ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା କାଶ୍ମୀର ପୁଲିସ ମହାନିଦେ୍ର୍ଦଶକ କହିଛନ୍ତି । ପ୍ରକାଶ, କରୋନା ମହାମାରୀ ଯୋଗୁ ଦୀର୍ଘ ୨ବର୍ଷ ଧରି ଅମରନାଥ ଯାତ୍ରା ଆୟୋଜନ ହୋଇପାରିନଥିବା ବେଳେ ଚଳିତ ବର୍ଷ ଏହି ଯାତ୍ରାରେ ୫ଲକ୍ଷରୁ ଊଦ୍ଧ୍ୱର୍ ଯାତ୍ରୀ ସାମିଲ ହେବେ ବୋଲି ଜଣାପଡିଛି । ଏହି ସମୟରେ ଆତଙ୍କବାଦୀମାନେ କିଛି ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ସନେ୍ଦହ କରାଯାଉଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଜମ୍ମୁ କାଶ୍ମୀର ମଧ୍ୟକୁ ଅନୁପ୍ରବେଶ କରିବା ଉଦେ୍ଦଶ୍ୟରେ ପ୍ରାୟ ୨ଠଠରୁ ଅଧିକ ପାକିସ୍ତାନୀ ଆତଙ୍କବାଦୀ ସୁଯୋଗ ଅପେକ୍ଷାରେ ରହିଥିବା ଗୁଇନ୍ଦା ରିପୋର୍ଟ ମିଳିଛି ।