ରସାସିଂହରେ କିଡ୍ନୀ ରୋଗ ଆତଙ୍କ

ଢେଙ୍କାନାଳ (ଆପ୍ର): ଓଡାପଡା ବ୍ଲକ ସଦାଶିବପୁର ପଞ୍ଚାୟତ ରସାସିଂହ ଗ୍ରାମରେ କିଡନୀ ରୋଗ ଆତଙ୍କ ସୃଷ୍ଟି ହୋଇଛି । ବର୍ଷ ବର୍ଷ ଧରି କିଡ୍ନୀ ରୋଗର ଶିକାର ହୋଇ ଶିଶୁଠାରୁ ବୃଦ୍ଧ ପର୍ଯ୍ୟନ୍ତ ଚିିକିତ୍ସିତ ହେଉଥିବା ସୂଚନା ମିଳିଛି । ରସାସିଂହ ଗ୍ରାମ ଢେଙ୍କାନାଳ ସହରଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଅବସ୍ଥିତ । ଗାଁର ୪ ସାହିରେ ଗ ୮ଶହରୁ ଅଧିକ ଲୋକ ରହୁଥିବା ବେଳେ ହିନେ୍ଦାଳ ନିର୍ବାଚନମଣ୍ଡଳୀରେ ଏହା ଅନ୍ତର୍ଭୁକ୍ତ । ଗୋଡି ସାହି ଏବଂ ହରିଜନ ସାହିରେ କିଡନୀ ରୋଗରେ ୧୨ରୁ ଅଧିକ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଚିକିତ୍ସିତ ହେଉଛନ୍ତି ।
କିଛି ମାସ ମଧ୍ୟରେ ଜୀମୁତ ପରିଡା, ପାଣ୍ଡବ ମହାନ୍ତି, ଅଲେଖ ମହାନ୍ତି, ରମେଶ ନାଏକ, ପିତବାସ ସ୍ୱାଇଁ, ଅମୂଲ୍ୟ ନାଏକ, ନିତ୍ୟାନନ୍ଦ ମହାନ୍ତି, ସରସ୍ୱତୀ ନାଏକ, ପୁରସ୍ତମ ନାଏକ, ଅଭିମନୁ୍ୟ ନାଏକ, କୈଳାସ ନାଏକ ପ୍ରମୁଖ ପ୍ରାଣ ହରାଇଛନ୍ତି ।
ଏତଦ୍ଭିନ୍ନ ପ୍ରହଲ୍ଲାଦ ସ୍ୱାଇଁ, ଧୃବଚରଣ ସ୍ୱାଇଁ, ପ୍ରମୋଦ ସ୍ୱାଇଁ, ଉଦୟ ମହାନ୍ତି, ପ୍ରକାଶ ମହାନ୍ତି, କେଦାର ନାଏକ ପ୍ରମୁଖ ଚିକିତ୍ସିତ ହେଉଛନ୍ତି । ଅନେକଙ୍କର କିଡନୀ ଫେଲ୍ ହୋଇଥିବା ଜାଣିବାକୁ ମିଳିଛି । ଗରିବ ଲୋକମାନେ ଟଙ୍କା ଅଭାବରୁ ଉନ୍ନତ ମାନର ଚିକିତ୍ସା ସେବା ପାଇପାରୁ ନାହାନ୍ତି । କିଡନୀ ଟ୍ରାନ୍ସପ୍ଲାଣ୍ଟେସନ ସେମାନଙ୍କ ପାଇଁ ଅସମ୍ଭବ ହୋଇପଡିଛି । ଏହି ଗାଁ ବ୍ରାହ୍ମଣୀ ନଦୀ ନିକଟରେ ରହିଥିବା ବେଳେ ପାନୀୟ ଜଳ ଯୋଗୁ ରୋଗ ବ୍ୟାପୁଥିବାର ଆଶଙ୍କା କରାଯାଉଛି । ପ୍ରଶାସନ ତରଫରୁ ଡାକ୍ତରୀ ଟିମ୍ ପଠାଯାଇ ଚିକିତ୍ସା ସହାୟତା ଓ କାରଣ ଅନୁଧ୍ୟାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *