ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ
ଫୁଲବାଣୀ (ବୁ୍ୟରୋ): ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈ÷ଠକ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣଙ୍କ ସହଯୋଗରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈ÷ଠକରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ବନ୍ଧୀୟ ପ୍ରସ୍ତୁତିର ସମୀକ୍ଷା ସହିତ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଅଦ୍ୟାବଧି ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିଭାଗୀୟ ସରକାରୀ ପଦାଧିକାରୀମାନେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ସମ୍ଭାବ୍ୟ ବିପର୍ଯ୍ୟୟକୁ ସମ୍ମୁଖୀନ ହେବା ପୂର୍ବରୁ ଏହର ମୁକାବିଲା ପାଇଁ ସଜାଗ ହେବା ଯେମିତିକି ଶୁଷ୍କ ଖାଦ୍ୟ ଦ୍ରବ୍ୟ, ଔଷଧ, ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା, ଦୁର୍ବଳ ସ୍ଥିତିରେ ଥିବା ନଦୀ ଓ କେନାଲ ବନ୍ଧ ନିର୍ମାଣ ଆଦି ପ୍ରତି ଗୁରୁତ୍ୱ ଦେବା ସହିତ ବିପର୍ଯ୍ୟୟ ପରେ ଥଇଥାନ ପଦକ୍ଷେପକୁ ସଠିକ୍ ଭାବେ ପରିଚାଳନା କରିବାକୁ ବୈ÷ଠକରେ ଉପସ୍ଥିତ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲିକ ପରାମର୍ଶ ଦେଇଥିଲେ । ସେହିପରି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ବହୁ ଧନ ଜୀବନ ନଷ୍ଟକୁ ରୋକିବା ପାଇଁ ସମସ୍ତେ ପ୍ରସ୍ତୁତ ରହି ସଠିକ୍ ସମୟରେ ଆବଶ୍ୟକ ପଦକ୍ଷେପ ନେବା ବୋଲି କହିଥିଲେ । କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି. ଜିଲ୍ଲାରେ କ୍ଷୁଦ୍ର ଜଳସେଚନର କୌଣସି ନଦୀ ବନ୍ଧ ଭାଙ୍ଗିଯିବା ଅବସ୍ଥାରେ ଅଛି କି ନାହିଁ ପଚାରି ବୁଝିଥିଲେ । ଦୁର୍ବଳ ସ୍ଥିତିରେ ଥିବା ସ୍ଥାନ ଓ ଅଞ୍ଚଳ ଆଦିର ପରିଦର୍ଶନ କରି ସଂପୃକ୍ତ ବିଭାଗକୁ ଅବଗତ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନଙ୍କୁ ନିଦେ୍ର୍ଦଶ ପ୍ରଦାନ କରିବା ସଙ୍ଗେ ସଙ୍ଗେ ତୁରନ୍ତ ମରାମତି ପାଇଁ ଆବଶ୍ୟକୀୟ ସାମଗ୍ରୀ ଓ ସରଞ୍ଜାମ ସହିତ ପ୍ରସ୍ତୁତ ରହିବାକୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ କୋଠାବାଡ଼ି, କ୍ଷୁଦ୍ର ଜଳସେଚନ, ବିଦୁ୍ୟତ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦର ନିର୍ବାହୀ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲା ଆପତ୍କାଳୀନ ଅଧିକାରୀ ପ୍ରଦୁ୍ୟମ୍ନ ମଣ୍ଡଳ ପ୍ରାରମ୍ଭିକ ସମ୍ଭାଷଣ ଦେବା ସହିତ ସଭା ପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ବିଶ୍ୱରଞ୍ଜନ ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ଉପ-ଜିଲ୍ଲାପାଳ, ବି.ଡି.ଓ., ତହସିଲ୍ଦାର୍, ସଂପୃକ୍ତ ବିଭାଗୀୟ ପଦାଧିକାରୀ, ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ ଓ ଜାଗୃତି ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନର ପଦାଧିକାରୀମାନେ ଯୋଗ ଦେଇଥିଲେ ।