ବାହାର ରାଜ୍ୟକୁ ବେଧଡ଼କ ଗୋ-ଚାଲାଣ

ବାରିପଦା (ଆପ୍ର): ମୟୂରଭଞ୍ଜ ଜିଲ୍ଲାରେ ଖୁଲମଖୁଲ୍ଲା ଚାଲିଛି ଗୋରୁ ଚାଲାଣ । ହିନ୍ଦୁ ସଭ୍ୟତାର ପ୍ରତୀକ ଗୋ-ମାତାଙ୍କୁ ଦେବତା ଭାବେ ପୂଜାର୍ଚ୍ଚନା କରାଯାଇଥାଏ । କିନ୍ତୁ ଅମାନୁଷିକ ଭାବେ ପ୍ରତିଦିନ ଗୋ-ଚାଲାଣ ହେଉଥିବା ପରିଲକ୍ଷିତ ହେଉଛି ।
ଜିଲ୍ଲା ସୀମାନ୍ତ ଅଞ୍ଚଳ ଝାରପୋଖରିଆ ଥାନା ନିକଟରେ ଗୋରୁ ଟ୍ରକ୍କୁ ଦେବସେନା ଅଟକ କରି ଝାରପୋଖରିଆ ପୁଲିସ୍କୁ ଆଜି ହସ୍ତାନ୍ତର କରିଛି । ଝାରପୋଖରିଆ ଥାନା ସମ୍ମୁଖଦେଇ ଗୋମାଫିଆ ପଶ୍ଚିମବଙ୍ଗ ଗୋ-ଚାଲାଣ କରି ଆସୁଥିବା ବେଳେ ଦେବସେନାର ଓଡ଼ିଶା ଷ୍ଟେଟ୍ ଭାଇସ୍ ପ୍ରେସିଡେଣ୍ଟ ପ୍ରଦୀପ କୁମାର ଦାସ ଓ ବଜରଙ୍ଗ ଦଳର କିଛି ସାଥି ଭୋର ୪.୩୦ ସମୟରେ ବମ୍ବେ ଛକ ଗୋଳେଇ ନିକଟରେ ଗୋରୁ ବୋଝେଇ ଗାଡ଼ି (ଓଡି୧୯ଅ ।ର୨୩୮୮)ରୁ ୫୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଛନ୍ତି । ତେବେ ଦେବସେନା, ବଜରଙ୍ଗ ଦଳ ମିଳିତ ପ୍ରୟାସରେ ଗୋରୁ ଟ୍ରକ୍କୁ ଜବତ କରି ଝାରପୋଖରିଆ ପୁଲିସକୁ ହସ୍ତାନ୍ତର କରିଛନ୍ତି । ଝାରପୋଖରିଆ ଥାନାଦେଇ ପ୍ରତ୍ୟେକ ଦିନ ପିକ୍ଅପ୍, ଟ୍ରକ୍ ଓ କଣ୍ଟେନର ଯୋଗେ ପଡ଼ୋଶୀ ରାଜ୍ୟକୁ ଗୋଚାଲାଣ ହେଉଥିଲେ ବି ପୁଲିସ ଚୁପ ରହୁଛି । ମଝିରେ ମଝିରେ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ବି ମାଫିଆମାନେ ସୁଧୁରିବା ନାଁ ଧରୁ ନାହାନ୍ତି । ପୂର୍ବରୁ ଜାମସୋଳା ଓ ବମ୍ବେଛକ ବଜାର ନିକଟରୁ ପୁଲିସ ୨ଟି ଗୋରୁ ଗାଡ଼ି ଜବତ କରିଥିଲା ।
ପ୍ରକାଶ ଥାଉକି, କିଛି ଦିନ ତଳେ ପୁଲିସ କର୍ମଚାରୀ ଗୋରୁ ମାଫିଆଙ୍କ ସହ ଡିଲ୍ କରିବା ସହ ଗୋରୁ ଚାଲାଣ ପାଇଁ ମୋଟା ଅଙ୍କର ଟଙ୍କା ନେଉଥିବା ଅଡିଓ ଭାଇରାଲ୍ ହୋଇଥିଲା । ଏହି ଘଟଣାରେ ମୟୂରଭଞ୍ଜ ଏସ୍ପି ଝାଡ଼ପୋଖରିଆ ଥାନାର ୩ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ । କିନ୍ତୁ ସେହି ଅଡିଓରେ ଅନ୍ୟ ତିନି ଜଣଙ୍କ ବିରୋଧ ଏବେବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *