ପ୍ରଫେସର ଗୀତାଞ୍ଜଳି ଦାଶ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଭିସି

ବ୍ରହ୍ମପୁର, ୬ା୫(ବୁ୍ୟରୋ): ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଯୁକ୍ତି ପ୍ରଦାନ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବାଠାରୁ ·ରି ବର୍ଷ କିମ୍ବା ପରବର୍ତ୍ତୀ ନିଦେ୍ର୍ଦଶ ପର୍ଯ୍ୟନ୍ତ ପ୍ରଫେସର ଦାସ କୁଳପତି ରହିବେ । ଚୟନ କମିଟି ସୁପାରିଶ କରିଥିବା ପ୍ରଫେସର ଇଶାନ କୁମାର ପାତ୍ର, ପ୍ରଫେସର ସ୍ମୃତିପ୍ରଭା ଦାସ, ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ସାକ୍ଷାତକାର ଶୁକ୍ରବାର ରାଜଭବନରେ ଅନୁଷ୍ଠିତ ହୋଇଥିଲା । କୁଳାଧିପତି ପ୍ରଫେସର ଗଣେଶୀ ଲାଲ ସାକ୍ଷାତକାର ନେଇଥିଲେ । ଏହାପରେ ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ କୁଳପତି ଭାବେ ଚୟନ କରାଯାଇଥିଲା । ପୁନର୍ବାର ଗଞ୍ଜାମର ଜଣେ ପ୍ରଫେସର କୁଳପତି ଭାବେ ନିଯୁକ୍ତି ପାଇଥିବାରୁ ଶିକ୍ଷାବିତ୍, ଛାତ୍ରଛାତ୍ରୀ ଓ ସାଧାରଣରେ ଖୁସିର ଲହରି ଖେଳିଯାଇଛି ।
ଗୀତାଞ୍ଜଳିଙ୍କ ପୈତୃକ ଘର ଗଞ୍ଜାମର କୋଦଳା ଅଞ୍ଚଳରେ ହୋଇଥିବା ବେଳେ ସେ ଦୀର୍ଘ ବର୍ଷଧରି ଖଲ୍ଲିକୋଟ ମହାବିଦ୍ୟାଳୟ ଓ ଶଶୀଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ବାଲେଶ୍ୱରସ୍ଥିତ ଫକୀରମୋହନ ବିଶ୍ୱ ବିଦ୍ୟାଳୟରେ ରାଜନୀତି ବିଜ୍ଞାନ ପ୍ରଫେସର ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ତାଙ୍କର ୩୬ ବର୍ଷର ଅଧ୍ୟାପନା ଓ ୧୨ବର୍ଷର ପ୍ରଫେସର ଅଭିଜ୍ଞତା ରହିଛି । ସେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରୁ ପିଏଚ୍ଡି ହାସଲ କରିଛନ୍ତି । ପ୍ରଫେସର ଦାସ ୫ଟି ପୁସ୍ତକ ଲେଖିଛନ୍ତି । ୪ ଜଣ ତାଙ୍କ ମାର୍ଗଦର୍ଶନରେ ପିଏଚ୍ଡି ହାସଲ କରିଥିବା ବେଳେ ୩୫ ଜଣ ଏମ୍ଫିଲ୍ କରିଛନ୍ତି । ସମ୍ପ୍ରତି ଆଇପିଏସ୍ଏର ଉପସଭାପତି ରହିଥିବା ପ୍ରଫେସର ଗୀତାଞ୍ଜଳି ଦାଶ ହେଉଛନ୍ତି ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ପ୍ରଥମ ମହିଳା କୁଳପତି । ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *