ତଜିନ୍ଦର ବଗ୍ଗା ଗିରଫ

କେଜରିୱାଲଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ
ନୂଆଦିଲ୍ଲୀ/ ଚଣ୍ଡୀଗଡ଼(ଏଜେନ୍ସି): ବିଜେପି ନେତା ତଜିନ୍ଦର ପାଲ୍ ସିଂହ ବଗ୍ଗାଙ୍କୁ ହରିଆଣା ପୁଲିସ୍, ଦିଲ୍ଲୀ ପୁଲିସ୍ ହାତରେ ଟେକି ଦେଇଛି । ତେବେ ଏହାକୁ ନେଇ ଦିଲ୍ଲୀ-ପଞ୍ଜାବ-ହରିଆଣା ଭଳି ୩ ରାଜ୍ୟ ପୁଲିସ୍ ଏବେ ସାମ୍ନାସାମ୍ନି ପରିସ୍ଥିତିକୁ ଓହ୍ଲାଇଛନ୍ତି । ଅନ୍ୟପକ୍ଷେ ଦିଲ୍ଲୀ ପୁଲିସ୍ ବଗ୍ଗାଙ୍କୁ ଧରି ଦିଲ୍ଲୀରେ ପହଞ୍ଚôସାରିଛି । ପ୍ରକାଶ, ତଜିନ୍ଦର ବଗ୍ଗା ନିୟମିତ ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟି (ଆପ୍) ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଆପତ୍ତିଜନକ ମତମନ୍ତବ୍ୟ ଦେଇଆସୁଥିଲେ । ତେବେ ଏହାକୁ କେନ୍ଦ୍ର କରି ଆପ୍ର ଜଣେ ନେତା ବଗ୍ଗାଙ୍କ ବିରୋଧରେ ମାମଲା ରୁଜୁୂ କରାଇଥିଲେ । ମାମଲା ଆଧାରରେ ହାଜର ହେବା ପାଇଁ ବଗ୍ଗାଙ୍କୁ ବାରମ୍ବାର ପଞ୍ଜାବ ପୁଲିସ୍ ପକ୍ଷରୁ ସମନ୍ ଜାରି କରାଯାଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ । ପରେ ପଞ୍ଜାବ ପୁଲିସ୍, ଦିଲ୍ଲୀରେ ବଗ୍ଗା ନିଜ ପରିବାର ସହ ରହୁଥିବା ଜାଣିବା ପରେ ଏକ ୫ଠଜଣିଆ ଟିମ୍ ଚଢ଼ଉ କରିଥିଲା ଏବଂ ବଗ୍ଗାଙ୍କୁ ଗିରଫ କରିଥିଲା । ଶୁକ୍ରବାର ସକାଳେ ପଞ୍ଜାବ ପୁଲିସ୍, ଦିଲ୍ଲୀରୁ ବଗ୍ଗାଙ୍କୁ ତାଙ୍କ ନିଜ ଘରୁ ଗିରଫ କରିଥିଲା । ବଗ୍ଗାଙ୍କୁ ପଞ୍ଜାବ ଆଣିବା ତଥା ମୋହାଲି କୋର୍ଟରେ ହାଜର କରାଇବା ଉଦେ୍ଦଶ୍ୟରେ ପଞ୍ଜାବ ପୁଲିସ୍ ଅଗ୍ରସର ହେଉଥିବା ବେଳେ ପଞ୍ଜାବ ପୁଲିସ୍ର ଗାଡ଼ିକୁ ହରିଆଣା ପୁଲିସ୍ କୁରୁକ୍ଷେତ୍ର ଠାରେ ଅଟକାଇ ଦେଇଥିଲା । ପରେ ଦିଲ୍ଲୀ ପୁଲିସ୍ ଅଜାଣତରେ ବଗ୍ଗାଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଥିବା ଦର୍ଶାଇ ହରିଆଣା ପୁଲିସ୍ ଠାରୁ ଦିଲ୍ଲୀ ପୁଲିସ୍ ବଗ୍ଗାଙ୍କୁ ନେଇଯାଇଥିଲା । ଏହାକୁ କେନ୍ଦ୍ର କରି ପଞ୍ଜାବ ପୁଲିସ୍ ହାଇକୋର୍ଟର ଦ୍ୱାରସ୍ଥ ହେବା ସହ ବଗ୍ଗାଙ୍କୁ ପଞ୍ଜାବ ନିଆଯିବାକୁ ଅନୁମତି ଦେବାକୁ ପିଟିସନ୍ ଦାଖଲ କରିଥିଲା । ମାତ୍ର ହାଇକୋର୍ଟ ଏହାକୁ ନାକଚ କରିଦେଇଥିଲେ । ପରେ ଦିଲ୍ଲୀରେ ପଞ୍ଜାବ ପୁଲିସ୍ ବିରୋଧରେ ଦୁଇଟି ଅପହରଣ ଅଭିଯୋଗ ଫାଇଲ୍ କରାଯାଇଥିବା ଜାଣିବାକୁ ମିଳିଛି । ଅନ୍ୟପକ୍ଷେ ବିଜେପି କର୍ମକର୍ତ୍ତାମାନେ ଦିଲ୍ଲୀରେ ଶାସକ ଦଳ ଆମ୍ ଆଦ୍ମୀ ପାର୍ଟି (ଆପ୍) କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ପ୍ରଦର୍ଶନ କରିବା ଦେଖିବାକୁ ମିଳିଛି । ଭିଡ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ପୁଲିସ୍କୁ ଏଠାରେ ବ୍ୟାରିକେଡ୍ ଲଗାଇବାକୁ ପଡିଛି । ଏସବୁ ମଧ୍ୟରେ ବିଜେପି ପଞ୍ଜାବ ସରକାର ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଶିଖଲୋକଙ୍କ ଅପମାନ କରିଥିବା ଅଭିଯୋଗ କରିଛି । ପଞ୍ଜାବରେ ଜଣେ ଶିଖ୍ ମୁଖ୍ୟମନ୍ତ୍ରୀ ରହିଥିବା ସତ୍ତ୍ୱେ ତଜିନ୍ଦର ପାଲ୍ ବଗ୍ଗାଙ୍କୁ ବିନା ପଗଡ଼ିରେ ପଞ୍ଜାବ ପୁଲିସ୍ ଘରୁ ଉଠାଇନେବା, ତାଙ୍କ ବାପା ତଥା ପରିବାରର ଅନ୍ୟ ସଦସ୍ୟଙ୍କ ସହ ହାତାହାତି ହେବା ଭଳି ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ତଜିନ୍ଦର ବଗାଙ୍କ ଗିରଫଦାରୀକୁ ସମ୍ପୂର୍ଣ୍ଣ ବେଆଇନ୍ ଦର୍ଶାଇବା ସହ କେଜରିୱାଲ ପ୍ରତିଶୋଧର ରାଜନୀତି କରୁଥିବା ବିଜେପି ଅଭିଯୋଗ କରିଛି । ପ୍ରକାଶ, ବଗ୍ଗାଙ୍କ ବିରୋଧରେ ଉତ୍ତେଜନା ସୃଷ୍ଟିକାରୀ ବିବୃତି ଦେବା, ଗୁଜବ ପ୍ରଚାର କରିବା ଓ ଧାର୍ମିକ ଏବଂ ସାମ୍ପ୍ରଦାୟିକ ହିଂସାକାଣ୍ଡ ସୃଷ୍ଟି କରାଇବା ପାଇଁ ଉଦ୍ୟମ କରୁଥିବା ଭଳି ଏକାଧିକ ମାମଲା ରୁଜୁ ହୋଇଛି । ତେବେ ବଗ୍ଗାଙ୍କ ବିରୋଧରେ ଏପ୍ରକାର ମାମଲା ନୂଆ ନୁହେଁ । ଦେଶର ଅନ୍ୟତମ ଖ୍ୟତନାମା ଓକିଲ ତଥା ସମାଜସେବୀ ପ୍ରଶାନ୍ତ ଭୂଷଣଙ୍କୁ ସର୍ବସାଧାରଣରେ ଚାପୁଡ଼ା ମାରିବା, ଏକ ଆଲୋଚନା ଚକ୍ରରେ ବରିଷ୍ଠ ଲେଖିକା ଅରୁନ୍ଧତୀ ରୟଙ୍କୁ କାଶ୍ମୀରୀ ଲୋକଙ୍କ ପାଇଁ ଶତ୍ରୁ କହିବା, ପୂର୍ବତନ ପ୍ରଧାନମନ୍ତ୍ରୀ (ଦିବଂଗତ) ରାଜୀବ ଗାନ୍ଧୀଙ୍କୁ ମୋବ୍ ଲିଞ୍ଚôଂର ବାପା ଭାବେ ସମ୍ବୋଧନ କରିବା ଭଳି ଅତ୍ୟନ୍ତ ବିବାଦୀୟ ମନ୍ତବ୍ୟ ଦେଇସାରିଛନ୍ତି ବଗ୍ଗା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *