୪୨ରୁ ୭ ତୁମ୍ବ ନିର୍ମାଣ ଶେଷ

ଆଉ ୫୫ ଦିନ ପରେ ଘୋଷଯାତ୍ରା
ପୁରୀ (ବୁ୍ୟରୋ): ଆଉ ମାତ୍ର ୫୫ ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ସେଥିପାଇଁ ଚଳଚଞ୍ଚଳ ରଥଖଳା । ମହାପ୍ରଭୁ ବରଷକେ ଥରେ ତାଙ୍କର ଅଗଣିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ପାଇଁ ଶ୍ରୀମନ୍ଦିରର ନୀଳକନ୍ଦରର ରତ୍ନସିଂହାସନକୁ ଛାଡ଼ି ଆସିଥାନ୍ତି ବଡ଼ଦାଣ୍ଡକୁ । ସେଥିପାଇଁ ସମୟ ପାଖେଇ ଆସିଲାଣି । ଚଳିତବର୍ଷ ମହାମାରୀ କରୋନା ପାଇଁ ଭକ୍ତ ଗହଣରେ ରଥଯାତ୍ରା ହେବ କି ନା ତାହା ଅନିଶ୍ଚିତତା ମଧ୍ୟରେ ରହିଛି । ମାତ୍ର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର୍ସୋରରେ ଆରମ୍ଭ ହୋଇଛି । ଶ୍ରୀନଅର ସମ୍ମୁ୍ଖ ରଥଖଳାରେ ଶ୍ରୀଜିଉଙ୍କ ପାଇଁ ତିନି ରଥ ନିର୍ମାଣ କାର୍ଯ୍ୟ ଚାଲିଛି । କିପରି ଭାବେ ମହାପ୍ରଭୁଙ୍କ ତିନି ରଥ ନିର୍ମାଣ କାର୍ଯ୍ୟ ସଠିକ୍ ସମୟରେ ଶେଷ ହେବ ସେ ନେଇ ଚିନ୍ତାରେ ରହିଛନ୍ତି ବିଶ୍ୱକର୍ମା କାରିଗର । ରଥଖଳାରେ ଟାଣଖରା ଓ ଅସହ୍ୟ ଗୁଳୁଗୁଳିକୁ ଖାତିର ନ କରି ମାହାରଣା ସେବାୟତମାନେ ତିିନିରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ତିନି ରଥ ପାଇଁ ୪୨ ତୁମ୍ବ ଆବଶ୍ୟକ ଥିବାବେଳେ ତୁମ୍ବ କାର୍ଯ୍ୟ ଜାରି ରହିଛି । ତିନି ରଥ ନିମନ୍ତେ ୭ରୁ ଊଦ୍ଧ୍ୱର୍ ତୁମ୍ବ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଏହି ଦିନ ତିନିରଥର ଚକ ଡେରା ନୀତି ସମ୍ପନ୍ନ କରାଯିବ । ତେଣୁ କିପରି ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଶେଷ କରାଯାଇ ସୁରୁଖୁରୁରେ ଚକ ଡେରା ନୀତି ସମ୍ପନ୍ନ ହେବ ସେ ନେଇ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ବିଶ୍ୱକର୍ମା କାରିଗର । ଅନ୍ୟପଟରେ ଏନେଇ କୃଷ୍ଣଚନ୍ଦ୍ର ମହାରଣା କୁହନ୍ତି ମହାପ୍ରଭୁଙ୍କ କାର୍ଯ୍ୟ ସେ ନିଜେ କରିଥାନ୍ତି । ଆମ୍ଭେ ହେଲୁ ଏକମାତ୍ର ମାଧ୍ୟମ । ତାଙ୍କର ବିନା ନିଦେ୍ର୍ଦଶରେ ଯେପରି ଗଛର ପତ୍ରଟିଏ ଝଡ଼େ ନାହିଁ ଠିକ୍ ସେହିପରି ଏହି ତିନିରଥ କିପରି ନିର୍ମାଣ ହେଉଛି ତାହା ତାଙ୍କୁ ଜଣା । ପ୍ରତ୍ୟେକଦିନ ରଥଖଳାରେ କାର୍ଯ୍ୟ ଆରମ୍ଭ କରିବା ପୁର୍ବରୁ ମହାପ୍ରଭୁଙ୍କ ସ୍ମରଣ କରି କାର୍ଯ୍ୟ ଆରମ୍ଭ ହୋଇଥାଏ । ତେଣୁ ତାଙ୍କ ଦୟାରୁ ପରମ୍ପରା ଅନୁଯାୟୀ ତିନି ରଥ ନିର୍ମାଣ ଶେଷ ହେବ ବୋଲି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *