ଏଲ୍ଆଇଙ୍କ ଅକଳନ ସମ୍ପତ୍ତି

ଭୁବନେଶ୍ୱର, ୫ା୫(ବୁ୍ୟରୋ): ରାଜଧାନୀର ପୁଣି ଜଣେ କୋଟିପତି କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ତାଙ୍କର ଅକଳନ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍ ତାଜୁବ ହୋଇଯାଇଛନ୍ତି । ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ (ଏଲ୍ଆଇ) ଜଗନ୍ନାଥ ରାଉତଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ଉ କରାଯାଇ ବେଆଇନ ସମ୍ପତ୍ତି ଠାବ କରାଯାଇଛି । ସେଥିମଧ୍ୟରେ କଟକ ଓ ଭୁବନେଶ୍ୱରରେ ୯୦ ପ୍ଲଟ୍, ଭୁବନେଶ୍ୱରରେ ୪ କୋଠା ଓ ୩ ଫ୍ଲାଟ୍ ଓ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳସ୍ଥିତ ଚାରିଘରିଆରେ ଏକ ଆଉଟ୍ ହାଉସ୍ ଠାବ କରାଯାଇଛି । ଏତଦ୍ଭିନ୍ନ ବିଭିନ୍ନ ବ୍ୟାଙ୍କରେ ଜଗନ୍ନାଥ ଓ ତାଙ୍କ ପରିବାର ସଦସ୍ୟଙ୍କ ଆକାଉଣ୍ଟରେ ୧୭ ଲକ୍ଷ ଟଙ୍କା, ଘରୁ ୫ଶହ ଗ୍ରାମ ଓଜନର ସୁନା ଗହଣା ଇତ୍ୟାଦି ଠାବ କରାଯାଇଛି । ଚଢ଼ଉ ଜାରି ରହିଥବବାରୁ ଆହୁରି ଅଧିକ ବେଆଇନ ସମ୍ପତ୍ତି ଠାବ ହେବ ବୋଲି ଭିଜିଲାନ୍ସର ଟେକ୍ନିକାଲ ଟିମ୍ ପକ୍ଷରୁ କୁହାଯାଇଛି । ଅପ୍ରେଲ ୨୫ ତାରିଖରେ କଳାରାହାଙ୍ଗ ନିକଟସ୍ଥ ଇଞ୍ଜଣା ପଞ୍ଚାୟତର ଜିଆର୍ଏସ୍ ବାବୁଲି ପ୍ରତିହାରୀଙ୍କର ୫୯ ପ୍ଲଟ୍, କୋଠା ସମେତ ବହୁ କୋଟି ଟଙ୍କା ସମ୍ପତ୍ତି ଠାବ କରାଯାଇଥିଲା । ଏହାର ଦୁଇ ସପ୍ତାହ ନ ବିତୁଣୁ ପୁଣି ଜଣେ କର୍ମଚାରୀଙ୍କର ଅମାପ ସମ୍ପତ୍ତି ଠାବ ହେବା ଘଟଣା ସାଧାରଣରେ ଚ୍ଚାର ବିଷୟ ପାଲଟିଛି ।
ପ୍ରାଣୀଧନ ନିରୀକ୍ଷକଙ୍କର ରଘୁନାଥପୁର ରୟାଲ ଲଗୁନ୍ ଆପାର୍ଟମେଣ୍ଟରେ ଏକ ୩ ବିଏଚ୍କେ ଫ୍ଲାଟ୍ (ଦାମ୍ ପ୍ରାୟ ୫୦ ଲକ୍ଷ ଟଙ୍କା), ରୟାଲ ଗ୍ରୀନ୍ ଗାର୍ଡେନ୍ ଆପାର୍ଟମେଣ୍ଟରେ ୩ ବେଡ୍ରୁମ୍ର ଫ୍ଲାଟ୍, ରୟାଲ ଆର୍କେଡ୍ ଚତୁର୍ଥ ମହଲାରେ ଏକ ୩ ବିଏଚ୍କେ ଫ୍ଲାଟ୍ ରହିଛି । ରଘୁନାଥପୁର ଗାଁରେ ୬୦୦୦ ବର୍ଗଫୁଟ୍ର ଗୋବିନ୍ଦ ଭବନ ନାଁରେ ତିନି ମହଲା କୋଠା ଏବଂ ଏହା ପଛପଟେ ୬୦୦୦ ବର୍ଗ ଫୁଟର ଏକ ତିନି ମହଲା ମାର୍କେଟ କମ୍ପ୍ଲେକ୍ସ, ରଘୁନାଥପୁରରେ ୨୦୦୦ ବର୍ଗଫୁଟର ଏକ ଦୁଇ ମହଲା କୋଠା ଥିବା ଜଣାପଡ଼ିଛି । ବୀମା ଓ ନିବେଶ ନେଇ ତଦନ୍ତ ଜାରି ରହିଛି । ଏହି ଚଢ଼ଉରେ ୫ ଜଣ ଡିଏସ୍ପି, ୧୦ ଜଣ ଇନ୍ସପେକ୍ଟରଙ୍କ ସହିତ ଅନ୍ୟାନ୍ୟ କର୍ମ·ରୀ ସାମିଲ ହୋଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *