ଦେଶଦ୍ରୋହ ଆଇନ ରହୁ
ସୁପ୍ରିମ୍କୋର୍ଟରେ କେନ୍ଦ୍ରର ତର୍କ
ନୂଆଦିଲ୍ଲୀ (ଏଜେନ୍ସି): ଦେଶଦ୍ରୋହ ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍କୋର୍ଟରେ ରୁଜୁ ହୋଇଥିବା ମାମଲାର ଶୁଣାଣି ଗୁରୁବାର ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣିଂ ଜେନେରାଲ କେ.କେ.ବେଣୁଗୋପାଳ କୋର୍ଟରେ କହିଥିଲେ ଯେ, ଦେଶଦ୍ରୋହ ଆଇନର ଉଚ୍ଛେଦ କରାଯିବା ଉଚିତ୍ । ତେବେ କେଉଁ ଅପରାଧକୁ ଦେଶଦ୍ରୋହ କୁହାଯିବ ଏବଂ ଏହାକୁ ଲାଗୁ କରିବା ସମ୍ବନ୍ଧରେ ଗାଇଡ୍ଲାଇନ୍ ଜାରି କରାଯିବା ଆବଶ୍ୟକ ।
ଦେଶଦ୍ରୋହ ଆଇନର ବୈଧତା ଉପରେ ପ୍ରଶ୍ନ ଉଠାଇ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ, ଅରୁଣ ଶୌରୀ, ମହୁଆ ମୋଇତ୍ରା ଏବଂ ଅନ୍ୟ କେତେକ ବ୍ୟକ୍ତିଙ୍କ ପକ୍ଷରୁ ସର୍ବୋଚ୍ଚ ଅଦାଲତରେ ପିଟିସନ୍ ଦାଖଲ କରାଯାଇଥିଲା । ଏହା ଉପରେ ପ୍ରଧାନବିଚାରପତି ଏନ୍.ଭି.ରମଣ, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ହିମା କୋହଲିଙ୍କ ନ୍ୟାୟ ପୀଠ ଶୁଣାଣି କରୁଛନ୍ତି । କୋର୍ଟ ଜବାବ ତଲବ କରିବା ପରେ କେନ୍ଦ୍ର ସରକାର ସମୟ ମାଗିଛନ୍ତି । କୋର୍ଟ ମେ’୯ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଏଣୁ ମେ ୧୦ରୁ ମାମଲାର ପୁଣି ଶୁଣାଣି ହେବ ।