ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଜମି ଓ ପକ୍କା ଘର

ଫୁଲବାଣୀ (ବୁ୍ୟରୋ): ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବାକୁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି । ମାତ୍ର ଜିଲ୍ଲା ସ୍ତରରେ ଏହି ଯୋଜନା ବାଟବଣା ହେଉଛି । ପ୍ରକୃତ ହିତାଧିକାରୀଙ୍କୁ ଜମି ଓ ପକ୍କା ଘର ମିଳୁନି । ତଞ୍ଚକତା କରି ଥିଲା ବାଲାଙ୍କୁ ଜମି ଓ ପକ୍କା ଘର ପ୍ରଦାନ କରାଯାଇଥିବା ଅଭିଯୋଗ ହେଉଛି । ଓଡ଼ିଶା ଝୁମ୍ପୁଡ଼ି ବସ୍ତି ବାସିନ୍ଦାଙ୍କୁ ଘରବାଡ଼ି ଅଧିକାର ଅଧିନିୟମ, ୨୦୧୭କୁ କାର୍ଯ୍ୟକାରୀ କରିବା ପାଇଁ କନ୍ଧମାଳ ଜିଲ୍ଲାରେ ଡ୍ରୋନ ସର୍ବେକ୍ଷଣ କରାଯାଇ ହିତାଧିକାରୀ ଚୟନ କରାଯାଇଛି । କିନ୍ତୁ ଏହି ଚୟନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।
ପ୍ରକୃତ ହିତାଧିକାରୀଙ୍କୁ ଏଠାରେ ଉପେକ୍ଷା କରାଯାଇଛି । ଚାକିରି କରିଥିବା ଲୋକଙ୍କୁ ମଧ୍ୟ ଏହି ଯୋଜନାରେ ଚୟନ କରାଯାଇଛି । ୨୦୧୮ ମସିହ ଫୁଲବାଣୀ ପୋ÷÷ର ପରିଷଦ ଏବଂ ବାଲିଗୁଡ଼ା ଓ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀମାନେ ସେମାନଙ୍କ ଅଧିକରେ ଥିବା ବସ୍ତି ଗୁଡ଼ିକର ନାମ, ୱାର୍ଡ ନଂ, ରେଭେନୁ୍ୟ ଗ୍ରାମ, ପ୍ଲଟ ନଂ ଓ ପରିବାର ସଦସ୍ୟଙ୍କ ସଂଖ୍ୟା ସହିତ ଭୂକର ସମ୍ବନ୍ଧୀୟ ନକ୍ସା ଏବଂ ଖତିୟାନ କପି ଦାଖଲ କରିଥିଲେ । ଉକ୍ତ ରିପୋର୍ଟକୁ ସଠିକ ଭାବେ ତର୍ଜମା କରାଯାଇନାହିଁ । ପୁନଃ ତଦନ୍ତ କରାଯାଇ ପ୍ରକୃତ ହିତାଡ଼ôକାରୀଙ୍କୁ ଚୟନ କରିବାକୁ ଆଇନଜୀବୀ ସତ୍ୟ ନାରାୟଣ ବେହେରା ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *