ଖୋଲିଲା ଦେଶର ସର୍ବବୃହତ୍ ଆଇପିଓ

ନୂଆଦିଲ୍ଲୀ (ଏଜେନ୍ସି): ଦୀର୍ଘ ଦିନର ପ୍ରତୀକ୍ଷା ପରେ ବୁଧବାର ଏଲ୍ଆଇସି ଆଇପିଓ ଜାରି କରାଯାଇଛି । ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ସେୟାରଗୁଡ଼ିକୁ ଆଙ୍କର ନିବେଶକଙ୍କ ପକ୍ଷରୁ ଭଲ୍ ପ୍ରତିକ୍ରିୟା ମିଳିଛିଳ, ଯାହା ଦ୍ୱାରା ଆଇପିଓର ପ୍ରଥମ ଦିନରେ ହିଁ ବମ୍ପର ଓପେନିଂ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ପ୍ରାପ୍ତ ସୂଚନାନୁସାରେ ଏଲ୍ଆଇସି ଆଇପିଓ ଜାରି ହେବାର ପ୍ରଥମ ଦିନରେ ହିଁ ଆଙ୍କର ନିବେଶକଙ୍କ ପାଇଁ ସଂରକ୍ଷିତ ୫୬୨ଠ କୋଟି ଟଙ୍କାର ସେୟାର ସମ୍ପୂର୍ଣ୍ଣ ଭାବେ ସବ୍ସ୍କ୍ରାଇବ୍ ହୋଇଛି । ଅନ୍ୟପକ୍ଷେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ନରୱେର ୱେଲ୍ଥ୍ ଫଣ୍ଡ୍ ନୋର୍ଗେସ୍ ବ୍ୟାଙ୍କ୍ ଇନ୍ଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟ୍ ଏବଂ ସିଙ୍ଗାପୁରର ସୋଭେରେନ୍ ୱେଲ୍ଥ ଫଣ୍ଡ୍ ଜିଆଇସି ସହ ଅନ୍ୟ ଆଙ୍କର ନିବେଶକମାନଙ୍କୁ ମେ’ ୪ରେ ଆଇପିଓ ଖୋଲିବା ପୂର୍ବରୁ ସେୟାର ଆବଣ୍ଟିତ କରିଦିଆଯାଇଛି ।
ବର୍ତ୍ତମାନ ସମୟରେ ଦେଶର ସର୍ବବୃହତ୍ ଆଇପିଓ ଭାବେ ସାମ୍ନାକୁ ଆସିଥିବା ଏଲ୍ଆଇସି ଆଇପିଓ ବୁଧବାର ସକାଳ ୧ଠରୁ ବିକ୍ରି ପାଇଁ ଖୋଲିବା ପରେ ପରେ ପ୍ରଥମ ଦିନରେ କାରବାର ଶେଷ ସୁଦ୍ଧା ଏହା ୬୪% ସେୟାର ବିକ୍ରି କରିସାରିଥିବା ଜାଣିବାକୁ ମିଳିଛି । ମୋଟ୍ ୧୬କୋଟି ୨ଠଲକ୍ଷ ୭୮ହଜାର ୬୭ ସେୟାରକୁ ସେୟାର ମାର୍କେଟ୍ରେ ବିକ୍ରି ପାଇଁ ଉପଲବ୍ଧ କରାଯାଇଥିବା ବେଳେ କାରବାର ଶେଷ ସୁଦ୍ଧା ମୋଟ୍ ୧ଠ କୋଟିରୁ ଅଧିକ ସେୟାର ପାଇଁ ନିଲାମ ଡକାଯାଇସାରିଛି । ସେହିପରି ଏଲଆଇସି ପଲିସି ଧାରକମାନଙ୍କ ପାଇଁ ସଂରକ୍ଷିତ ୧ଠ% ସେୟାର ମଧ୍ୟ ଖୁବ୍ କମ୍ ସମୟ ମଧ୍ୟରେ ବିକ୍ରି ହୋଇଯିବା ସହ ଓଭର ସବ୍ସ୍କ୍ରିପ୍ସନ୍ (ଅତିରିକ୍ତ ସେୟାର ପାଇଁ ଦାବି) ହୋଇଯାଇଥିଲା । ଏତଦ୍ବ୍ୟତୀତ ଏଲଆଇସିର ନିଜସ୍ୱ କର୍ମଚାରୀମାନଙ୍କ ପାଇଁ ମଧ୍ୟ ସଂରକ୍ଷିତ ସେୟାର କୋଟା ମଧ୍ୟ ଖୁବ୍ କମ୍ ସମୟ ମଧ୍ୟରେ ବିକ୍ରି ହୋଇଯାଇଥିଲା । ତେବେ ଖୁଚୁରା ନିବେଶକମାନଙ୍କ ପାଇଁ ନିର୍ଦ୍ଧାରିତ ସେୟାର ମଧ୍ୟରୁ ୫୭% ସେୟାର ବିକ୍ରି ହୋଇଛି । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ନିବେଶକମାନଙ୍କୁ ଏଲଆଇସି ଆଇପିଓରେ ଅର୍ଥ ନିବେଶ କରିବାର ସୁଯୋଗ ମିଳିବ ।
ସୂଚନାଯୋଗ୍ୟ, ଭାରତ ସରକାର ଏଲଆଇସି ଆଇପିଓରୁ ୨୧ଠଠଠ କୋଟି ଟଙ୍କା ମିଳିବା ନେଇ ଆଶା ରଖିଛନ୍ତି । ଏହି ପ୍ରକ୍ରିୟା ଅନ୍ତର୍ଗତ ସରକାର କମ୍ପାନୀରେ ନିଜର ୨୨.୧୩ କୋଟି ସେୟାର ଅର୍ଥାତ୍ ୩.୫% ଅଂଶଧନକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଏଲଆଇସି ଆଇପିଓର ସେୟାର ପିଛା ମୂଲ୍ୟ ୯ଠ୨ରୁ ୯୪୯ଟଙ୍କା କରାଯାଇଛି । ଯେଉଁଥିରୁ ୫ଠ% ସେୟାର କ୍ୱାଲିଫାଏଡ୍ ଇନ୍ଷ୍ଟିଚୁ୍ୟସ୍ନାଲ ପ୍ଲେସ୍ମେଣ୍ଟ (କୁ୍ୟଆଇପି) ପାଇଁ ସଂରକ୍ଷିତ କରାଯାଇଛି । ପ୍ରକାଶଯୋଗ୍ୟ, ସଂସ୍ଥାଗତ ଏବଂ ଖୁଚୁରା ନିବେଶକଙ୍କ ପାଇଁ ଆଇପିଓ ମେ’ ୪ରେ ଖୋଲିବ ଏବଂ ମେ’ ୯ରେ ବନ୍ଦ ହେବ । ଆଇପିଓ ବନ୍ଦ ହେବାର ୧ ସପ୍ତାହ ପରେ ମେ’ ୧୭ରେ କମ୍ପାନୀର ସେୟାର ପୁଞ୍ଜି ବଜାରରେ ତାଲିକାଭୁକ୍ତ ହେବ । ଆଇପିଓ କିଣିବା କ୍ଷେତ୍ରରେ ପଲିସିଧାରକଙ୍କୁ ୬ଠ ଟଙ୍କାର ରିହାତି ମିଳିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *