ଡି୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଜାତୀୟ ମଡେଲ୍
ଭୁବନେଶ୍ୱର (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର ସହରାଞ୍ଚଳରେ ଆରମ୍ଭ କରିଥିବା ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ୍କୁ ସଫଳତା ମିଳିଛି । ଏହା ଏବେ ଜାତୀୟ ମଡେଲ୍ରେ ପରିଣତ ହୋଇଛି । ଦେଶର ବିଭିନ୍ନ ଭାଗରେ ଏହି ମଡେଲ୍କୁ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି ।
ଓଡ଼ିଶା ଜଳ ଏକାଡେମୀକୁ ଜାତୀୟ ସ୍ତରରେ ଏକ ଅଗ୍ରଣୀ କାପାସିଟି ବିଲ୍ଡିଂ ଇନ୍ଷ୍ଟିଚୁ୍ୟଟ୍ ଭାବେ ଏମ୍ପାନେଲ୍ଡ୍ କରାଯାଇଛି । ୱାଟ୍କୋର ମୁଖ୍ୟ ନିର୍ବାହୀ ଜାତୀୟ ଟାସ୍କଫୋର୍ସ ସଦସ୍ୟ ଭାବେ ସାମିଲ୍ ହୋଇଛନ୍ତି । କର୍ଣ୍ଣାଟକର ଉଚ୍ଚସ୍ତରୀୟ ପ୍ରଶାସନିକ ଟିମ୍ ଏବଂ ଓଡ଼ିଶା ସରକାରଙ୍କ ଅଧିକାରୀଙ୍କ ସହ ଅନୁଷ୍ଠିତ ବୈଠକରୁ ଏହା ଜଣାପଡ଼ିଛି । କର୍ଣ୍ଣାଟକର ନଗର ଉନ୍ନୟନ ସଚିବ ଅଜୟ ନାଗଭୂଷଣଙ୍କ ନେତୃତ୍ୱରେ ଏକ ୨ଠ ଜଣିଆ ଟିମ୍ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ଜି ମାଥିଭାଥାନନ୍ଙ୍କ ସମେତ ଓଡ଼ିଶା ୱାଟର ଏକାଡେମୀର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ମିଶନ୍ର ବିଭିନ୍ନ ଦିଗ ସମ୍ପର୍କରେ କର୍ଣ୍ଣାଟକର ଟିମ୍କୁ ଅବଗତ କରାଯାଇଥିଲା । ଏହି ଟିମ୍ ପୁରୀ ଏବଂ ଭୁବନେଶ୍ୱରରେ କ୍ଷେତ୍ର ପରିଦର୍ଶନ କରିବା ସହ ଏହାର କାର୍ଯ୍ୟକାରିତା ଦେଖିଥିଲେ । ଏହି ଟିମ୍ ସଦସ୍ୟ ସିଧାସଳଖ ଟ୍ୟାପ୍ରୁ ପାଣି ପିଇଥିଲେ । ଏହାପରେ ସେମାନେ ଏହି ମିଶନ୍ ଉପରେ ସନ୍ତୋଷ ପ୍ରକାଶ କରିଥିଲେ ।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ ଏହି ମିଶନ୍ ଜରିଆରେ ପୁରୀର ପ୍ରାୟ ୨.୫ ଲକ୍ଷ ଲୋକ ଟ୍ୟାପ୍ରୁ ସିଧାସଳଖ ପାଣି ପିଇବା ସହ ବିନା ବିଶୁଦ୍ଧୀକରଣରେ ରୋଷେଇରେ ବ୍ୟବହାର କରୁଛନ୍ତି । ଭୁବନେଶ୍ୱର ଏବଂ କଟକ ସହରରେ ମଧ୍ୟ ଏହା ଆରମ୍ଭ ହୋଇଛି । ୯୮ ଜୋନ୍ରେ ବିଭକ୍ତ ହୋଇଥିବା ଭୁବନେଶ୍ୱରର ୧ଠଟି ଜୋନ୍ରେ ୨୪ ଘଣ୍ଟିଆ ଡି୍ରଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ୍ ଆରମ୍ଭ ହୋଇଛି । ୨ଠ୨୩ ଡିସେମ୍ବର ସୁଦ୍ଧା ଭୁବନେଶ୍ୱରର ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ଏହି ମିଶନ୍ରେ ପାନୀୟ ଜଳ ଯୋଗାଇବାକୁ ଲକ୍ଷ୍ୟ ଧାର୍ଯ୍ୟ ଷହାଇଛି । ସେହିପରି କଟକର ୨ଟି ଜୋନ୍ରେ ଏହି କାର୍ଯ୍ୟ ସମାପ୍ତ ହୋଇଛି । ୨ଠ୨୩ ଅଗଷ୍ଟ ସୁଦ୍ଧା ବ୍ରହ୍ମପୁରରେ ପ୍ରକଳ୍ପ ଶେଷ କରିବାକୁ କାର୍ଯ୍ୟ ଜାରି ରହିଛି । ଏହାଛଡ଼ା ସୁନ୍ଦରଗଡ଼, ମୟୁରଭଞ୍ଜ ଏବଂ ଯାଜପୁର ଜିଲ୍ଲାରେ ଏହି ପ୍ରକଳ୍ପ ଆରମ୍ଭ କରାଯାଉଛି । ୨ଠ୨୩ ଡିସେମ୍ବର ସୁଦ୍ଧା ୧୭ ପ୍ରମୁଖ ସହରରେ ଏହି ମିଶନ୍ ପାଇଁ ଲକ୍ଷ୍ୟ ରହିଛି ।