୯ଠ ବର୍ଷ ହେଲା ଯୋଗାଉଛି ସେବା

ମାଛକୁଣ୍ଡ ପାହାଡ଼ରେ ବ୍ରିଟିଶ୍ ଅମଳର ଗାଡ଼ି
କେରାପୁଟ (ଆପ୍ର): କୋରାପୁଟ ଜିଲ୍ଲାର ମାଛକୁଣ୍ଡ ବିଦୁ୍ୟତ୍ ଉତ୍ପାଦନ କେନ୍ଦ୍ରରେ ରହିଛି ବି୍ରଟିଶ୍ ଅମଳର ଏକ ଟ୍ରେନ୍ । ଯାହା ଦେଖିବାକୁ ରେଳ ଧାରଣାର ଟ୍ରଲି ଭଳି କିନ୍ତୁ ଏହା ଏକ ଲୁହା ରସି ସାହାଯ୍ୟରେ ଚାଲୁଛି । ପ୍ରାୟ ୯୧ ବର୍ଷ ହେଲା ଏହି ଟ୍ରେନ୍ ବିନା ଦୁର୍ଘଟଣାରେ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଛି ଯାହାକି ଏକ ରେକର୍ଡ ।
୧୯୩୧ରେ ମାଛକୁଣ୍ଡ ହାଇଡ଼୍ରୋ ଇଲେକ୍ଟ୍ରିକ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବ୍ରିଟିଶରମାନେ ଏହାକୁ ନିର୍ମାଣ କରିଥିଲେ । ସେତେବେଳେ ବଣ ପାହାଡ଼ଭରା ଏହି ଅଞ୍ଚଳର ୨ ହଜାର ଫୁଟ୍ ତଳେ ଏକ ପାୱାର ଷ୍ଟେସନ ବସାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପାହାଡ଼ ଉପରୁ ଯାତାୟାତ କରିବା କଷ୍ଟକର ଥିଲା । ଫଳରେ ବ୍ରିଟିଶ୍ ଇଂଜିନିୟରମାନେ ଚରଖି ସାହାଯ୍ୟରେ ଚାଲୁଥିବା ଗାଡ଼ି ତିଆରି କରିଥିଲେ । ଚରଖି ଦ୍ୱାରା ଏହା ମଜଭୁତ ଲୁହା ତାର ସାହାଯ୍ୟରେ ଉପର ଓ ତଳକୁ ଯିବା ଆସିବା କରୁଛି । ପାୱାର ପ୍ଳାଣ୍ଟ ସାଇଡ୍ରେ ଖୋଳିବା ଓ ପଥର ହଟାଇବା ପାଇଁ ମେସିନ, ଶ୍ରମିକ ଓ କର୍ମ·ରୀମାନଙ୍କୁ ନେବା ଆଣିବାରେ ଏହି ଗାଡ଼ିକୁ ସେ ସମୟରେ ବ୍ୟବହାର କରାଯାଉଥିଲା । ଏହି ବଗିରେ ୨୦ ଟନ୍ ପର୍ଯ୍ୟନ୍ତ ଓଜନ ବହନ କରିବାର କ୍ଷମତା ରହିଛି । ଏହାର ବେଗ ପ୍ରତି ସେକେଣ୍ଡରେ ୧୪୩ ଫୁଟ୍ ।
ଏହି ବଗି ସାହାଯ୍ୟରେ ପ୍ଲାଣ୍ଟରେ ପହଞ୍ଚିବାକୁ ୧୫ରୁ ୧୮ ମିନିଟ୍ ଲାଗୁଥିବା ବେଳେ ରାସ୍ତାରେ ୬ କିମି ଘାଟି ଅତିକ୍ରମ କରିବାକୁ ପଡ଼ୁଛି ଓ ଅଧିକ ସମୟ ଲଗୁଛି । ମାଛକୁଣ୍ଡ ପାୱାର ଷ୍ଟେସନ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ରାସ୍ତା ହୋଇଛି କିନ୍ତୁ କର୍ମ·ରୀମାନେ ଏହି ଗାଡିରେ ଯାତାୟାତ କରୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *