୩ ଦିନରେ ୭୩ ମାଲ୍ପ୍ରାକ୍ଟିସ୍
ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା
କଟକ (ବୁ୍ୟରୋ): ରାଜ୍ୟରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳତି ମାଟ୍ରିକ ସମ୍ମେଟିଭ-୨ ବୁଧବାର ତୃତୀୟ ଦିନ ପରୀକ୍ଷା ଶେଷ ହୋଇଛି । ତୃତୀୟ ଦିନରେ ଛାତ୍ରଛାତ୍ରୀମାନେ ବିଜ୍ଞାନ ବିଷୟରେ ପରୀକ୍ଷା ଦେଇଛନ୍ତି । ଉକ୍ତ ବିଷୟରେ ମୋଟ ୩୨ଜଣ ଛାତ୍ରଛାତ୍ର କପି କରି ଧରାପଡି ମାଲପ୍ରାକ୍ଟିସ (ଏମପି) ହୋଇଥିବା ବୋର୍ଡ ସଭାପତି ରାମାଶିଷ ହାଜିରା ସୂଚନା ଦେଇଛନ୍ତି । ତେବେ ବୋର୍ଡର ସ୍ପେଶାଲ ସ୍କ୍ୱାଡ ୧୨ଜଣଙ୍କୁ କପି କରୁଥିବା ଅବସ୍ଥାରେ ଧରିଥିବାବେଳେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଗଠନ ହୋଇଥିବା ସ୍କ୍ୱାଡ ୨୦ଜଣ ଛାତ୍ରଛାତ୍ରୀଙ୍କୁ କପି କରୁଥିବା ସମୟରେ ଧରିଛନ୍ତି । ଗତ ୨ ଦିନର ପରୀକ୍ଷା ମଧ୍ୟରେ ବୁଧବାର ସର୍ବାଧିକ ଛାତ୍ରଛାତ୍ରୀ କପି ଏମପି ହୋଇଛନ୍ତି ।
ସମ୍ମେଟିଭ୍-୨ ପରୀକ୍ଷାର ୩ ବିଷୟ ଶେଷ ସୁଦ୍ଧା ମୋଟ ୭୩ଜଣ ଛାତ୍ରଛାତ୍ରୀ କପି କରି ଧରାପଡିଥିବା ଜଣାପଡିଛି । ପରୀକ୍ଷାର ପ୍ରଥମ ଦିନ ଇଂରାଜୀ ପରୀକ୍ଷାରେ ୨୩ଜଣ ଓ ଦ୍ୱିତୀୟ ଦିନ ଗଣିତ ପରୀକ୍ଷାରେ ୧୮ଜଣ କପି କରି ଧରାପଡିଥିଲେ । ଦଶମ ଛାତ୍ରଛାତ୍ରୀମାନେ ଗୁରୁବାର ପ୍ରଥମ ଭାଷା ସାହିତ୍ୟ ବିଷୟରେ ପରୀକ୍ଷା ଦେବେ । ପ୍ରକାଶ ଯୋଗ୍ୟ ଯେ, ଚଳିତଥର ରାଜ୍ୟରେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ଜଣ ଛାତ୍ରଛାତ୍ରୀ ୩ ହଜାର ୫୪୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ଗ୍ରୀଷ୍ଣ ପ୍ରବାହ ଦୃଷ୍ଟିରେ ରଖି ଦ୍ୱିତୀୟ ସିଟିଂକୁ ପରିବର୍ତ୍ତନ କରାଯାଇ ପ୍ରଥମ ସିଟିଂରେ ପରୀକ୍ଷା ଦେବାକୁ ବୋର୍ଡ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ରରେ ପ୍ରଚୁର ପରିମାଣରେ ଗ୍ଲୁକୋଜ, ଓଆରଏସ ପାଣି ମହଜୁଦ ରଖିବା ଲାଗି ରାଜ୍ୟର ବିଭିନ୍ନ କେନ୍ଦ୍ରର ଅଧିକ୍ଷକଙ୍କ ଦ୍ୱାରା ବ୍ୟବସ୍ଥା କରାଯାଇଛି ।