ପ୍ରାଥମିକ ବିଦ୍ୟାଳୟରେ ନାମଲେଖା ଆରମ୍ଭ ଦାବିରେ ଧାରଣା

ବନ୍ଦ ଓ ମିଶ୍ରଣ ନୀତି ବାତିଲ କରାଯାଉ
ଛତ୍ରପୁର (ଆପ୍ର): ବନ୍ଦ ହୋଇଯାଇଥିବା ପ୍ରାଥମିକ ବିଦ୍ୟାଳୟଗୁଡିକୁ ଖୋଲିବା ଦାବିରେ ଦିଗପହଣ୍ଡି ବ୍ଲକ୍ ନୂଅାଁଘନସିଂ, ଗୋବରବାଲସା ଓ ବିଜୟନଗରଗଡ଼, ପୁରୁଷୋତ୍ତମପୁର ବ୍ଲକ୍ର ଢେପ ଅନ୍ତରିଗାଁ ଏବଂ ଶେରଗଡ଼ ବ୍ଲକ୍ର କମଳାଦେଇପୁର ଆଦି ଗ୍ରାମର ଶହ ଶହ ଅଭିଭାବକ ଓ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ ।
ରାଜ୍ୟ ସରକାର ୨୦୧୮ମସିହାରେ ଗଞ୍ଜାମ ଜିଲ୍ଲାର ୪୩୩ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ପରିପ୍ରେକ୍ଷୀରେ ଦିଗପହଣ୍ଡି ବ୍ଲକ୍ର ନୂଅାଁଘନସିଂ, ଗୋବରବାଲସା ଏବଂ ବିଜୟନଗରଗଡ, ପୁରୁଷୋତ୍ତମପୁର ବ୍ଲକ୍ର ଢ଼େପଅନୁରିଗାଁ, ଶେରଗଡ଼ ବ୍ଲକ୍ର କମଳାଦେଇପୁର ଆଦି ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ନିକଟବର୍ତ୍ତୀ ସ୍କୁଲରେ ମିଶ୍ରଣ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ହେଲେ ଉକ୍ତ ବିଦ୍ୟାଳୟ ଗୁଡିକରେ ସରକାରଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ପଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି । ଛାତ୍ରଛାତ୍ରୀଙ୍କ ସଂଖ୍ୟାର ସମ୍ପୂର୍ଣ୍ଣ ବିବରଣୀ ବିଇଓ ଏବଂ ବିଡିଓଙ୍କୁ ପ୍ରଦାନ କରାଯିବା ସହ ପୂର୍ବରୁ ଗ୍ରାମବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ ମଧ୍ୟ କରାଯାଇଛି । ଏହା ସତ୍ତ୍ୱେ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ମିଶ୍ରଣ ହୋଇଥିବା ବିଦ୍ୟାଳୟକୁ ଯିବାକୁ ହେଲେ ମୁଖ୍ୟ ସଡ଼କ ପାର କରି ପିଲାଙ୍କୁ ପ୍ରାୟ ୧କି.ମି ଯିବାକୁ ହେବ । ଅଧିକାଂଶ ଅଭିଭାବକ ଗରିବ, ଦିନ ମଜୁରିଆ ହୋଇଥିବାରୁ ପିଲାଙ୍କୁ ପ୍ରତ୍ୟେକ ଦିନ ନେବା ଆଣିବା କରିବା ମଧ୍ୟ ସମ୍ଭବପର ନୁହେଁ । ତେଣୁ ଅବିଳମ୍ବେ ସରକାର ମିଶ୍ରଣ ନିଷ୍ପତ୍ତି ବାତିଲ କରିବା ସହ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ବିକାଶ ତଥା ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦେବା ପାଇଁ ବିଦ୍ୟାଳୟ ସୁରକ୍ଷା କମିଟି, ଗଞ୍ଜାମ ଜିଲ୍ଲା ତରଫରୁ ଦୃଢ଼ ଦାବି କରାଯାଇଛି ।
ଜିଲ୍ଲା ପ୍ରଶାସନ କିମ୍ବା ବିଭାଗୀୟ ଅଧିକାରୀ ଆନେ୍ଦାଳନକାରୀଙ୍କ ସହ ଆଲୋଚନା କରିବା ପରିବର୍ତ୍ତେ ଛୋଟ ପିଲାମାନଙ୍କୁ ଆନେ୍ଦାଳନରେ ସାମିଲ କରିଥିବା ନେଇ ୨ଜଣଙ୍କୁ ଅଟକ କରିଥିଲେ । ଏହାର ପ୍ରତିବାଦରେ ଶହ ଶହ ଅଭିଭାବକ ଓ ଛାତ୍ରଛାତ୍ରୀ ଛତ୍ରପୁର ଥାନା ଘେରାଉ କରିଥିଲେ । ଘଟଣାସ୍ଥଳରେ ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ, ଅତିରିକ୍ତ ଏସ୍ପି ଠାକୁର ପ୍ରସାଦ ପାତ୍ର, ଜିଲ୍ଲା ଶିଶୁ ଅଧିକାରୀ ଜୟନ୍ତ ଷଢ଼ଙ୍ଗୀ, ଜିଲ୍ଲା ଶିକ୍ଷାଧିକାରୀ ବିନୀତା ସେନାପତି, ତହସିଲଦାର ପ୍ରକାଶ ଚନ୍ଦ୍ର ମିଶ୍ର, ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ ସମେତ ଅନ୍ୟାନ୍ୟ ଅଧିକାରୀମାନେ ପହଞ୍ଚô ଆନେ୍ଦାଳନକାରୀଙ୍କୁ ବୁଝାସୁଝା କରିଥିଲେ । ଅଟକ ଥିବା ୨ଆନେ୍ଦାଳନକାରୀଙ୍କୁ ଛାଡିବା ପରେ ସରକାରୀ ନିୟମରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଆନେ୍ଦାଳନରେ ଏଆଇଡିଏସ୍ଓ ରାଜ୍ୟ ଉପସଭାପତି ସୋମନାଥ ବେହେରା, ଜିଲ୍ଲା ସମ୍ପାଦକ ନିମାଇଁଚରଣ ସାହୁଙ୍କ ସମେତ ନାରାୟଣ ସାହୁ, ପପୁନ ସାହୁ, କିଷାନ ସାହୁ, କାମରାଜ ସାହୁ, ଶୁଭସ୍ମିତା ପାଣିଗ୍ରାହୀ ଆଦି ସଙ୍ଗଠନର କର୍ମକର୍ତ୍ତା ଏବଂ ପ୍ରଫୁଲ୍ଲ ସେଠୀ, ରବି ସେଠୀ, ଦୂର୍ଯ୍ୟଧନ ସେଠୀ, ପ୍ରକାଶ ପାତ୍ର, କିରଣ ନାହାକ, ଅରୁଣ ନାହାକ, ମୋହନ ନାହାକ, ବିଷ୍ଣୁ ପ୍ରସାଦ ମହାରଣା, ପ୍ରତାପ ଗୌଡ, ପିଣ୍ଟୁ ଗୌଡ ପ୍ରମୁଖ ସାମିଲ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *