ସମାଧାନ ପରେ ହେଲା ଚାପ ଖେଳ

ଅଲାରନାଥଙ୍କ ଚନ୍ଦନ ଯାତ୍ରା ନୀତିରେ ବିଭ୍ରାଟ
ବ୍ରହ୍ମଗିରି (ଆପ୍ର): ମହାପ୍ରଭୁ ଅଲାରନାଥଙ୍କ ଚନ୍ଦନ ଯାତ୍ରାରେ ବିଭ୍ରାଟ ଦେଖାଦେଇଛି । ବିମାନ କାନେ୍ଧଇବାକୁ କେନ୍ଦ୍ରକରି ବିମାନ ବଡ଼ୁଙ୍କ ମଧ୍ୟରେ ବିବାଦ ଯୋଗୁଁ ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀଅଲାରନାଥଙ୍କ ଚାପ ହୋଇ ନ ଥିବା ଦେଖିବାକୁ ମିଳିଛି । ପୂର୍ବରୁ ଚନ୍ଦନ ପୁଷ୍କରିଣୀରେ ସିଂହାସନ ରୂପୀ ନନ୍ଦା ଓ ଭଦ୍ରା ଚାପ ଡଙ୍ଗାକୁ ପୂର୍ବରୁ ସୁସଜ୍ଜିତ କରି ରଖାଯାଇଥିଲା । ଆଜି ଚନ୍ଦନ ଯାତ୍ରାର ପ୍ରଥମ ସନ୍ଧ୍ୟାରେ ଶ୍ରୀଜିଉଙ୍କ ବିଜୟ ବିଗ୍ରହ ମଦନ ମୋହନ, ଭୂଦେବୀ, ଶ୍ରୀଦେବୀ ଲକ୍ଷ୍ମୀ, ସରସ୍ୱତୀ ସୁସଜ୍ଜିତ ବିମାନରେ ଏବଂ ରାମକୃଷ୍ଣ ସୁସଜ୍ଜିତ ପାଲିଙ୍କିରେ ବିରାଜମାନ କରି ଶୋଭାଯାତ୍ରା ପଟୁଆରରେ ଯାଇ ସନ୍ଧ୍ୟା ପୂର୍ବରୁ ଚାପ ପୁଷ୍କରିଣୀରେ ଅପେକ୍ଷାରତ ନନ୍ଦା ଓ ଭଦ୍ରାଙ୍କ ସିଂହାସନରେ ବିଜେ କରି ଚାପ ଖେଳି ଥାଆନ୍ତେ । ବିମାନବଡୁଙ୍କ ବିବାଦ ଯୋଗୁଁ ହୋଇପାରିଲା ନାହିଁ ଚାପ । ଯାହାକି ଅକ୍ଷୟ ତୃତୀୟାରେ ଚାପ ହୋଇପାରି ନ ଥିବା ଏକ ପରିତାପର ବିଷୟ । ଯାହାକି ଅଲାରନାଥ ଇତିହାସରେ ଏହା ପ୍ରଥମ ଘଟଣା । ଆଜି ବିମାନ ସେବା ନୀତି ନିର୍ଘଣ୍ଟ ହେବା ପରେ ଶୃଙ୍ଖଳିତ ଚନ୍ଦନଯାତ୍ରା ପାଇଁ ଅଇଁଠା ମଳିକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରତି ଦିନ ଅପରାହ୍ଣ ୪ଟାରେ ଦିନ ଚାପ ଏବଂ ରାତି ୧୧ଟାରେ ରାତି ଚାପ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ତେଣୁ ଆଲୋଚନା ପରେ ଆଜି ଦ୍ୱିତୀୟ ଦିନରେ ଚାପ ଶୃଙ୍ଖଳିତ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *