୯ରେ ରୁଷ୍ର ଆନୁଷ୍ଠାନିକ ‘ଯୁଦ୍ଧ’ ଘୋଷଣା
ୱାଶିଂଟନ୍, ୩ା୫: ରୁଷ୍ ରାଷ୍ଟ୍ରପତି ବ୍ଲାଦିମିର ପୁତିନ୍ ଆସନ୍ତା ୯ ତାରିଖ ଦିନ ୟୁକ୍ରେନ୍ ବିରୋଧରେ ଆନୁଷ୍ଠାନିକ ଭାବେ ଯୁଦ୍ଧ ଘୋଷଣା କରିପାରନ୍ତି । ଆମେରିକା ଓ ଅନ୍ୟ ପାାଶ୍ଚାତ୍ୟ ଦେଶର ନେତୃବର୍ଗଙ୍କ ମତରେ, ରୁଷ୍ ଏଭଳି ପଦକ୍ଷେପ ନେଇ ତାର ରିର୍ଜଭ ସେନା ବାହିନୀ ଓ ପୁର୍ନରୁପେ ଯୁଦ୍ଧରେ ନିୟୋଜିତ କରିବାରେ ସକ୍ଷମ ହେବ । ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ୧୯୪୫ ମେ’ ୯ ତାରିଖରେ ହିଟ୍ଲରର ନାଜି ବାହିନୀକୁ ରୁଷିଆ ପରାସ୍ତ କରିଥିଲା । ରୁଷିଆ ମେ’ ୯କୁ ବିଜୟ ଦିବସ ରୂପେ ପାଳନ କରିଆସୁଛି । ଏହି ଦିବସର ପ୍ରତୀକାତ୍ମକ ମହତ୍ତ୍ୱ ଓ ପ୍ରଚାର ମୂଲ୍ୟର ଲାଭ ଉଠାଇ ୟୁକ୍ରେନ୍ରେ ସାମରିକ ବିଜୟ ଘୋଷଣା କରିପାରେ ମସ୍କୋ ।
ଏପର୍ଯ୍ୟନ୍ତ ପୁତିନ୍ ୟୁକ୍ରେନ୍ ଯୁଦ୍ଧକୁ ଯୁଦ୍ଧ ନ କହି ‘ବିଶେଷ ସାମରିକ ଅଭିଯାନ’ ଆଖ୍ୟା ଦେଇ ଆସୁଛନ୍ତି । ରୁଷ୍ରେ ୟୁକ୍ରେନ୍ ବିରୋଧରେ ଯୁଦ୍ଧ କଥା ଉପରେ କଟକଣା ଲଗାଯାଇଛି । ମେ’ ୯ରୁ ଆନୁଷ୍ଠାନିକ ଯୁଦ୍ଧ ଘୋଷଣା କରି ପୁତିନ୍ ଅଧିକ ସୈନିକ ଓ ଯୁଦ୍ଧାସ୍ତ୍ର ପ୍ରୟୋଗ କରିପାରନ୍ତି ।