ଉଚ୍ଚତା ୧ଠ୮ ଫୁଟ୍

ଝାଡ଼ଖଣ୍ଡରେ ଦେଶର ଉଚ୍ଚତମ ଶିବଲିଙ୍ଗ
ରାଞ୍ଚି (ଏଜେନ୍ସି): ଦେଶର ଉଚ୍ଚତମ ଶିବଲିଙ୍ଗ ଅଛି କର୍ଣ୍ଣାଟକରେ । ଏବେ ସେହି ଉଚ୍ଚତାର ଏକ ଶିବଲିଙ୍ଗ ସ୍ଥାପନ କରାଯାଇଛି ରାଞ୍ଚିରେ । ଏଥିପାଇଁ ପାଞ୍ଚଦିନବ୍ୟାପୀ ପ୍ରାଣପ୍ରତିଷ୍ଠା ଅନୁଷ୍ଠାନ ମଙ୍ଗଳବାର ସକାଳୁ ଭବ୍ୟ କଳସ ଯାତ୍ରା ସହ ଆରମ୍ଭ ହୋଇଛି । ହଜାର ହଜାର ମହିଳା ମୁଣ୍ଡରେ କଳସ ରଖି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପାଞ୍ଚ କିଲୋମିଟର ବ୍ୟାପୀ କଳସ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା ।
ଏହି ଶିବଲିଙ୍ଗର ଉଚ୍ଚତା ୧୦୮ ଫୁଟ୍ । କର୍ଣ୍ଣାଟକର କୌଟିଲ୍ୟ ଲିଙ୍ଗେଶ୍ୱର ମନ୍ଦିରରେ ଥିବା ଶିବଲିଙ୍ଗର ଉଚ୍ଚତା ମଧ୍ୟ ୧୦୮ ଫୁଟ୍ । ରାଞ୍ଚି ମନ୍ଦିର ନିର୍ମାଣ ପାଇଁ ୧୦ ବର୍ଷ ଲାଗିଛି । ସେଠାରେ ପଚାଶ ଜଣ ଶ୍ରଦ୍ଧାଳୁ ଏକ ସଙ୍ଗେ ଜଳାଭିଷେକ କରିବା ବ୍ୟବସ୍ଥା ହୋଇଛି । ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ବନାରସରୁ ପୁଜାରୀ ଆସିଥିଲେ । ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ସୁରେଶ ସାହୁଙ୍କ ନେତୃତ୍ୱରେ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ସେଥିରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ମୁକୁନ୍ଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ବୁଧବାରଠାରୁ ୭ ତାରିଖ ପର୍ଯ୍ୟନ୍ତ ମନ୍ଦିରରେ ଅଖଣ୍ଡ ରାମାୟଣ ପାଠ କରାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *