୫ଜି ସେବାରୁ ଭୁବନେଶ୍ୱର ବାଦ୍

ନୂଆଦିଲ୍ଲୀ, ୩ା୫: ଆସନ୍ତା ଅଗଷ୍ଟ ମାସରୁ ଦେଶରେ ୫ଜି ଇଣ୍ଟର୍ନେଟ୍ ସେବା ଆରମ୍ଭ ହେବ । କିନ୍ତୁ ଏକକାଳୀନ ଦେଶସାରା ୫ଜି ସେବା ଉପଲବ୍ଧ ହେବ ନାହିଁ । ପ୍ରଥମ ପର୍ଯ୍ୟାୟରେ ଯେଉଁ ସବୁ ସହରକୁ ୫ଜି ଇଣ୍ଟରନେଟ୍ ସେବା ମିଳିବ ସେଥିରେ ଭୁବନେଶ୍ୱରକୁ ସାମିଲ୍ କରାଯାଇ ନାହିଁ । ପ୍ରଥମ ପର୍ଯ୍ୟାୟରେ ଯେଉଁ ୧୩ଟି ସହରରେ ୫ଜି ସେବା ଉପଲବ୍ଧ ହେବ, ସେଗୁଡ଼ିକ ହେଲା ଦିଲ୍ଲୀ, ଚଣ୍ଡୀଗଡ଼, ଲକ୍ଷ୍ନୌ, ଅହମଦାବାଦ, ଗୁରୁଗ୍ରାମ, କୋଲକାତା, ଜାମନଗର, ଗାନ୍ଧୀନଗର, ମୁମ୍ବାଇ, ପୁଣେ, ହାଇଦରାବାଦ, ବେଙ୍ଗଲୁରୁ ଓ ଚେନ୍ନାଇ ।
ନିର୍ଦ୍ଦିଷ୍ଟ ୧୩ଟି ସହରକୁ କାହିଁକି ପ୍ରଥମ ପର୍ଯ୍ୟାୟରେ ୫ଜି ସେବା ଉପଲବ୍ଧ ହେବ, ସେ ବିଷୟରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, ନୋକିଆ ଓ ଏରିକ୍ସନ୍ କମ୍ପାନୀ ପ୍ରାଥମିକ ପର୍ଯ୍ୟାୟରେ ଏହି ୧୩ ସହରରେ ଟ୍ରାଏଲ୍ ଓ ଟେଷ୍ଟିଂ କରୁଛନ୍ତି । ଉକ୍ତ ୧୩ ସହରରେ ଇଣ୍ଟର୍ନେଟ୍ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ଅଧିକ, ଇଣ୍ଟର୍ନେଟ୍ର ବ୍ୟବହାର ମଧ୍ୟ ଅଧିକ । ସେଥିପାଇଁ ନିର୍ଦ୍ଦିଷ୍ଟ ୧୩ଟି ସହରକୁ ଚୟନ କରାଯାଇଛି ।
୫ଜି ଇଣ୍ଟର୍ନେଟ୍ ସର୍ଭିସ୍ ଯୋଗାଇବା ପାଇଁ ୩ଟି ବଡ଼ ପ୍ରାଇଭେଟ୍ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ୍, ରିଲାଏନ୍ସ ଜିଓ ଓ ଭୋଡାଫୋନ୍-ଆଇଡିଆ କାମ କରୁଛନ୍ତି । ଏହି ୩ କମ୍ପାନୀ ମୋବାଇଲ୍ ଆସେସରିଜ୍ ନିର୍ମାଣ କରୁଥିବା କମ୍ପାନୀ ଏରିକ୍ସନ୍ ଓ ନୋକିଆର ସହଯୋଗ ନେଇଛନ୍ତି ।
ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତ ସପ୍ତାହରେ କହିଥିଲେ ଯେ, ଅଗଷ୍ଟ ଶେଷ ସୁଦ୍ଧା ଯେକୌଣସି ପରିସ୍ଥିତିରେ ୫ଜି ଇଣ୍ଟର୍ନେଟ୍ ଲଞ୍ଚ୍ କରାଯିବ । ସ୍ପେକ୍ଟ୍ରମ୍ ବିକି୍ର ପ୍ରକି୍ରୟା ଜୁନ୍ ସୁଦ୍ଧା ଶେଷ ହେବ । ମେ’ ପ୍ରଥମ ସପ୍ତାହରେ ସ୍ପେକ୍ଟ୍ରମ୍ ନିଲାମ ସମ୍ବନ୍ଧରେ ଡିଜିଟାଲ୍ ସଞ୍ଚାର କମିଟି (ଡିସିସି) ବୈଠକ ବସୁଛି । ପୁନଶ୍ଚ ଡ୍ରାଇର ସୁପାରିସକୁ ଅପେକ୍ଷା କରାଯାଇଛି । ଟ୍ରାଇ ୧ ଲକ୍ଷ ମେଗାହର୍ଟଜ୍ ସ୍ପେକ୍ଟ୍ରମ୍ ସାଢ଼େ ୭ ଲକ୍ଷ କୋଟି ଟଙ୍କାରେ ନିଲାମ କରିବା ଲାଗି ପୂର୍ବରୁ ସପାରି କରିଲେ । ନିଲାମର ଭାଲିଡିଟି ହେବ ୩୦ବର୍ଷ । ନିଲାମ ଶେଷ ହେବା ମାତ୍ରେ ୫ଜି ସେବା ଆରମ୍ଭ କରାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *