ନାରାୟଣୀ ଯାତ୍ରା ଆରମ୍ଭ

ଫୁଲବାଣୀ (ବୁ୍ୟରୋ): ବର୍ଷେ ଅନ୍ତରରେ ଅନୁଷ୍ଠିତ ହେଉଥିବା ଫୁଲବାଣୀର ଆରାଧ୍ୟା ଦେବୀ ମା’ ନାରାୟଣୀଙ୍କ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ମଙ୍ଗଳବାର ଆରମ୍ବ ହୋଇଛି । କୋଭିଡ୍ କଟକଣା ଯୋଗୁ ୨୦୧୮ ପରେ ଏହି ଯାତ୍ର ଆରମ୍ଭ ହୋଇଛି । ଦ୍ୱିବାର୍ଷିକ ଯାତ୍ରାର ଏହି ୨୫ତମ ସଂସ୍କରଣ ପରମ୍ପରା ପ୍ରକାରେ ଅକ୍ଷୟ ତୃତୀୟା ଅବସରରେ ଶୁଭାରମ୍ଭ ହୋଇଛି । ବିଧି ପ୍ରକାରେ ସକାଳୁ ପ୍ରଥମେ କମିଟି ପକ୍ଷରୁ ବ୍ରାହ୍ମଣ ବରଣ ହେବା ପରେ ଯାତ୍ରା ପଡ଼ିଆରେ ନିର୍ମିତ ମା’ଙ୍କ ଅସ୍ଥାୟୀ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । କର୍ମ ଆରମ୍ଭ କରାଯାଇ ଗ୍ରାମଦେବୀଙ୍କୁ ପ୍ରତିଷ୍ଠା କରାଯାଇଥିଲା । ଦ୍ୱିପହର ଅମଲାପଡ଼ା ସ୍ଥିତ ବ୍ରାହ୍ମଣଦେବୀ, ଫୁଲବାଣୀ ସାହି ସ୍ଥିତ ବରାଳଦେବୀ ଓ ନଦୀଖଣ୍ଡି ସାହିସ୍ଥିତ ବ୍ୟାଘ୍ରଦେବୀଙ୍କୁ ପଟୁଆରେ ଶହ ଶହ ଭକ୍ତଙ୍କ ସମାଗମରେ ବରଣ କରାଯାଇ ଅସ୍ଥାୟୀ ମନ୍ଦିରକୁ ଅଣାଯାଇଥିଲା । ସନ୍ଧ୍ୟାରେ ହଜାର ହଜାର ଭକ୍ତଙ୍କ ସମାଗମରେ ଓ ବୁିରାଟ ପଟୁଆରରେ ନାରାୟଣୀଙ୍କୁ ବରଣ କରିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବାହାରି ବଜାର ମଧ୍ୟରେ ଥିବା ଦେଶୀ ବେହେରାଙ୍କୁ ପ୍ରଥମେ ବରଣ କରାଯିବା ସହିତ ପଟୁଆରରେ ନାରାୟଣୀ ମନ୍ଦିର ଉଦେ୍ଦଶ୍ୟରେ ଯାତ୍ରା କରିଥିଲା ।
ପୂଜାର୍ଚ୍ଚନା ପରେ ବିଳମ୍ବିତ ରାତିରେ ମା’ଙ୍କ ଆଜ୍ଞାମାଳ ପାଇବା ପରେ ହାଟପଦାସ୍ଥିତ ଅସ୍ଥାୟୀ ମନ୍ଦିରକୁ ଅଣାଯାଇଥିଲା । ମା’ଙ୍କୁ ବରଣ କରିବା ପାଇଁ ଆୟୋଜିତ ପଟୁଆରେ ଅନେକ ସ୍ଥାନୀୟ ଅଞ୍ଚଳର କଳାକାର ମାନେ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ । ହଜାର ହଜାର ଲୋକ ଶୋଭାଯାତ୍ରାରେ ସାମିଲ୍ ହୋଇଥଲେ । ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଥିଲା । ଯାତ୍ରା ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଶେଷଦେବ ମିଶ୍ର, ସଭାପତି ସୁଧାାଂଶୁ ସେନାପତି, ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ, ଉପସଭାପତି ସୁଜିତ କୁମାର ବେହେରାଙ୍କ ସମେତ ସୀମାଞ୍ଚଳ ପ୍ରଧାନ, ଅରୁଣ କୁମାର ପଣ୍ଡା, ସୁମନ ପଟ୍ଟନାୟକ, ପାର୍ଥ ସାରଥି ବିଶ୍ୱାଳ, କାବୁଲା ସେନାପତି ଓ ରମେଶ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ହଜାର ହଜାର ଭକ୍ତଙ୍କର ସମାଗମ ହୋଇଥିଲା । ଠାକୁରାଣୀ ଅସ୍ଥାୟୀ ମଣ୍ଡପରେ ଅବସ୍ଥାପିତ ହେବା ପରେ ବିଳମ୍ବିତ ରାତିରେ ପୂଜାର୍ଚ୍ଚନା କରାଯାଇଥିଲା । ବୁଧବାରଠାରୁ ଯାତ୍ରା ବିଧିବଦ୍ଧ ଭାବେ ଆରମ୍ବ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *