ଆଜି ଚାଷୀଙ୍କ ଖାତାକୁ ଯିବ କାଳିଆ ଟଙ୍କା
ଭୁବନେଶ୍ୱର,୨ା୫(ବୁ୍ୟରୋ): ଅକ୍ଷୟ ତୃତୀୟା ଅବସରରେ ମଙ୍ଗଳବାର ଚାଷୀଙ୍କ ଖାତାକୁ ‘କାଳିଆ’ ସହାୟତା ରାଶି ପଠାଯିବ । ଏହାଦ୍ୱାରା ୪ଠ ଲକ୍ଷରୁ ଊଦ୍ଧ୍ୱର୍ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କାଳିଆ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିବେ । ଚାଷୀଙ୍କ ଖାତାକୁ ସିଧାସଳଖ ଭାବେ ୨ ହଜାର ଟଙ୍କା ଯିବ ବୋଲି ଜଣାପଡ଼ିଛି । କାଳିଆ କିସ୍ତି ବାବଦରେ ୮ଠଠ କୋଟି ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ । ତେବେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଝାରସୁଗୁଡ଼ା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଜିଲ୍ଲାର ଚାଷୀଙ୍କୁ ଏହି ଟଙ୍କା ପଠାଯାଇନପାରେ ବୋଲି ସୂଚନା ମିଳିଛି ।