ଅନୁଧ୍ୟାନ କଲେ ଏଏସ୍ଆଇ ଟିମ୍

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ଏପରିକି କାର୍ଯ୍ୟକୁ ନେଇ ବିଭିନ୍ନ ରାଜନୈତିକ ନେତାଙ୍କ ଠାରୁ ଆରମ୍ଭ କରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିଧାସଳଖ ବିରୋଧ କରୁଛନ୍ତି । ଏହାରି ମଧ୍ୟରେ ହାଇକୋର୍ଟ କାର୍ଯ୍ୟ ସମ୍ପର୍କରେ ରିପୋର୍ଟ ତଲବ କରିବା ଘଟଣା ଆହୁରି ଘଟଣାକୁ ଉଷ୍ଣତା କରିଦେଇଛି । ଅନ୍ୟପକ୍ଷରେ କୋର୍ଟଙ୍କ ନିଦେ୍ର୍ଦଶକ୍ରମେ ଏଏସ୍ଆଇର ରିଜିଓନାଲ ଡାଇରେକ୍ଟର ଦିଲ୍ଲୀପ ଖଟେଇଙ୍କ ନେତୃତ୍ୱରେ ଏକ ୪ ଜଣିଆ ପ୍ରତିନିଧିମଣ୍ଡଳୀ ରବିବାର ପୁରୀ ଗସ୍ତରେ ଆସି ଉତ୍ତର ଓ ଦକ୍ଷିଣ ଦ୍ୱାରକୁ ଯାଇ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି । ଏପରିକି ମେସିନ୍ ସହାୟତାରେ କେତେଗାତ ଖୋଳାଯାଇଛି ଏବଂ କ’ଣ ନିର୍ମାଣ ହୋଇଛି ତାହାର ଏକ ତାଲିକା ପ୍ରସ୍ତୁତ କରିଛନ୍ତି । ଏହି ସମୟରେ ଏଏସ୍ଆଇର ରିଜିଓନାଲ ଡାଇରେକ୍ଟରଙ୍କ ସହ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ, ଆସିଷ୍ଟାଣ୍ଡ ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାସ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଯାଞ୍ଚ ସମ୍ପର୍କରେ ଏଏସ୍ଆଇ ଟିମ୍ କୌଣସି ମୁହଁ ଖୋଲି ନ ଥିଲେ । କେବଳ ଡାଇରେକ୍ଟର ଶ୍ରୀ ଖଟେଇ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ହାଇକୋର୍ଟଙ୍କ ନିଦେ୍ର୍ଦଶକ୍ରମେ ଆସି ଯାଞ୍ଚ କରୁଛୁ । ଆସନ୍ତା ୭ରେ କୋର୍ଟଙ୍କୁ ଯାଞ୍ଚ ରିପୋର୍ଟ ପ୍ରଦାନ କରିବୁ । ଏହି ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ୍ତ କୁମାର ସାହୁ, ଶ୍ରୀମନ୍ଦିରର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *