ସୌରମଣ୍ଡଳରେ ୨ୟ ପୃଥିବୀ
ନୂଆଦିଲ୍ଲୀ (ଏଜେନ୍ସି): ମହାକାଶ ଆଜି ବି ମଣିଷ ସମାଜ ପାଇଁ ଅନେକ ରହସ୍ୟର ଗନ୍ତାଘର ସାଜି ରହିଛି । ମହାକାଶ ଉପରେ ଆଜି ପର୍ଯ୍ୟନ୍ତ ଗବେଷଣା ଜାରି ରହିଛି, ତଥାପି ଏହା ଅସମାପ୍ତ, ଅପରିର୍ଯ୍ୟାପ୍ତ ରହିଛି । ମହାକାଶ ଗର୍ଭରୁ କେତେବେଳେ କ’ଣ ସାମ୍ନାକୁ ଆସୁଛି ତାହା କେବଳ ସମୟ ସାପେକ୍ଷ । ତେବେ ମହାକାଶ ବିଜ୍ଞାନୀମାନଙ୍କୁ ସମ୍ପ୍ରତି ସୌରମଣ୍ଡଳର ଶନି ଗ୍ରହ ନିକଟରୁ ଏପରି କିଛି ସୂଚନା ମିଳିଛି ଯାହାକି ସୌରମଣ୍ଡଳରେ ଆଉ ଏକ ପୃଥିବୀର ସ୍ଥିତି ସମ୍ପର୍କରେ ଇଂଙ୍ଗିତ କରୁଛି । ସାଧାରଣତଃ ୮୨ଟି ଛୋଟ ଛୋଟ ଚନ୍ଦ୍ରମା (ଚନ୍ଦ୍ର ତୁଳନାରେ ଅପେକ୍ଷାକୃତ ଛୋଟ) ଦ୍ୱାରା ଚର୍ତୁପାଶ୍ୱର୍ରୁ ଘେରି ହୋଇ ରହିଥିବା ଶନି ପ୍ରଣାଳୀ ସ୍ୱତଃ ଏକ ସୂକ୍ଷ୍ମ ସୌରମଣ୍ଡଳ ଭାବେ ନିଜର ଉପସ୍ଥିତି ଜାହିର କରିଆସୁଛି । ତେବେ ଏହି ଶନି ପ୍ରଣାଳୀର ସବୁଠାରୁ ଅଧିକ ଆକର୍ଷଣୀୟ ତଥା ବୃହତ୍ତମ ଚନ୍ଦ୍ର ଭାବେ ‘ଟାଇଟନ୍’ ବିବେଚିତ ହୋଇଥାଏ । ସବୁଠୁ ବଡ଼କଥା ହେଉଛି, ଟାଇଟନ୍ ଦେଖିବାକୁ ଠିକ୍ ପୃଥିବୀ ଭଳି ।
ବୈଜ୍ଞାନିକମାନଙ୍କୁ ସମ୍ପ୍ରତି ଟାଇଟନ୍ରୁ ଜୀବସତ୍ତାର ବଳିଷ୍ଠ ପ୍ରମାଣ ମିଳିଛି, ଯାହାକି ପୃଥିବୀରେ ମିଳୁଥିବା ଜୀବସତ୍ତା ସହ ସମାନ ବୋଲି ପ୍ରତୀତ ହେଉଛି । ଟାଇଟନ୍ରେ ନଦୀ, ହ୍ରଦ ଏବଂ ସମୁଦ୍ର ଅଛି ଯାହା ବର୍ଷାରେ ପରିପୂର୍ଣ୍ଣ ରହିଛି । ଏହାର ସିଧା ଅର୍ଥ ଶନି ମଣ୍ଡଳ (ପ୍ରଣାଳୀ)ରେ ସବୁଠୁ ବଡ଼ ଚନ୍ଦ୍ର ଟାଇଟନ୍ରେ ମଧ୍ୟ ପୃଥିବୀ ଭଳି ସବୁଜିମାଜନିତ ବର୍ଷାଚକ୍ର ସ୍ୱାଭାବିକ ରହିଛି । କାରଣ ଏଠାରେ ଥିବା ନଦୀ, ହ୍ରଦ ଏବଂ ସମୁଦ୍ରର ସଂରଚନା ସବୁଜିମାଜ ବ୍ୟତୀତ ଅନ୍ୟ କିଛି ହୋଇନପାରେ ବୋଲି ଅନୁମାନ କରାଯାଉଛି । ତରଳ ମିଥେନ୍ ଟାଇଟନ୍ରେ ବରଫ ଭଳି ଏକ ରେଖା ସୃଷ୍ଟି କରିଛି । ଏତଦ୍ବ୍ୟତୀତ ନାଇଟ୍ରୋଜେନ୍ୟୁକ୍ତ ପବନ ହାଇଡ୍ରୋକାର୍ବନଯୁକ୍ତ ବାଲିର ପାହାଡ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି । ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟର ଭୂ-ବିଜ୍ଞାନୀ ମାଥୁ୍ୟ ଲାପ୍ରୋଟ୍ଙ୍କ ନେତୃତ୍ୱାଧୀନ ଗବେଷଣାଦଳଙ୍କ କହିବାନୁସାରେ ଟାଇଟନ୍ରେ ପୃଥକ୍ ପୃଥକ୍ ବାଲିର ପାହାଡ, ପଡ଼ିଆ ଆଦି ନିର୍ମାଣ ହେବା ସମ୍ଭବ । ସିଧା ଅର୍ଥରେ କହିଲେ ପ୍ରତ୍ୟେକ ମୁହୂର୍ତ୍ତରେ ଏଠାରେ ବହୁଥିବା ପବନ ଏକ ଖାଲି ସ୍ଥାନରେ ବାଲିର ପାହାଡ ସୃଷ୍ଟି କରିଦେଉଥିବା ବେଳେ କିଛି ସମୟ ମଧ୍ୟରେ ଏହା ଉଭାନ ମଧ୍ୟ ହୋଇଯାଉଛି ।