ଟନ୍ ଟନ୍ ମାଛ ବୋହିନେଲେ

ପାରାଦୀପ (ଆପ୍ର): ସ୍ଥାନୀୟ ରାଇସ୍ମିଲ ନିକଟସ୍ଥ ମାଛ ଘେରିରେଳମାଛ ମରି ଭାସୁଥିବା ଦେଖିବାକୁ ମିଳିଛି । ଲୋକେ ଟନ୍ ଟନ୍ ରୋହି, ଭାକୁର ଆଦି ବୋହି ନେଇଛନ୍ତି । ମାଛ ମଡ଼କର ନିଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ । ତେବେ ବ୍ୟବସାୟିକ ଓ ରାଜନୈତିକ ଶତ୍ରୁତା କାରଣରୁ ବିଷ ପ୍ରୟୋଗ କରାଯାଇଥିବା ଘେରି ମାଲିକ ପ୍ରଭାକର ଲେଙ୍କା ଅଭିଯୋଗ କରିଛନ୍ତି । ଏଥିସହିତ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଅଧିକାରୀ ଘଟଣାସ୍ଥଳକୁ ଯାଇ ସାମ୍ପୁଲ ସଂଗ୍ରହ କରି ପରୀକ୍ଷା ନିମିତ୍ତ ପଠାଇଛନ୍ତି ।
ଘେରି ମାଲିକଙ୍କ ଅଭିଯୋଗ ଅନୁଯାୟୀ ପୂର୍ବରୁ ତାଙ୍କ ସହ ପାର୍ଟନର ଥିବା ଜଣେ ବ୍ୟକ୍ତିଙ୍କ ସହିତ ମନାନ୍ତର ହେବାରୁ ସେ ବିଷ ପ୍ରୟୋଗ କରିବେ ବୋଲି ଧମକ ଦେଇଥିଲେ । ପୌର ଭୋଟ ବେଳେ ତାଙ୍କ ସହିତ ତିକ୍ତତା ବଢିଥିଲା । ସେ ପୂର୍ବ ରାଗରୁ ବିଷ ପକାଇଛନ୍ତି ବୋଲି ପ୍ରଭାକର କହିଛନ୍ତି । ପ୍ରଦୂଷଣ ବୋର୍ଡ ରିପୋର୍ଟ ଆସିବା ପରେ ମାଛ ମଡ଼କର କାରଣ ସ୍ପଷ୍ଟ ହେବ । ଅନ୍ୟପକ୍ଷରେ ପ୍ରଭାକରଙ୍କ ଅଭିଯୋଗକୁ ପୂର୍ବତନ ପାର୍ଟନର୍ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଅଲଗା, ହୋଇଯିବା ପରେ ଘେରି ଆଡେ କେବେ ଯାଇ ନାହାନ୍ତି । ବିଷ ପ୍ରୟୋଗ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *