ଯୁଦ୍ଧସ୍ତରରେ ବିଶ୍ରାମସ୍ଥଳ ନିର୍ମାଣ

ଆଚାର୍ଯ୍ୟ ହରିହରରେ ରୋଗୀ ଓ ସହାୟକଙ୍କୁ ଆଶ୍ୱସ୍ତି
ଭୁବନେଶ୍ୱର (ବୁ୍ୟରୋ): କଟକ ସ୍ଥିତ ଆ·ର୍ଯ୍ୟ ହରିହର ଆଞ୍ଚଳିକ କ୍ୟାନ୍ସର ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନକୁ ଦୈନିକ ଆସୁଥିବା ରୋଗୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାର ଅସୁବିଧା ବିଷୟ ଦୃଷ୍ଟିକୁ ଆସିବା ମାତ୍ରେ ଏହାର ଆଶୁ ସମାଧାନ ପାଇଁ ବିଶ୍ରାମ ସ୍ଥଳ ନିର୍ମାଣ କରିବା ନିମନ୍ତେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିଦେ୍ର୍ଦଶ ଦେଇଥିଲେ । ତଦନୁଯାୟୀ ଏହି ହସ୍ପିଟାଲ୍ ପରିସରରେ ପୂର୍ତ୍ତ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ କ୍ୟାମ୍ପ ନିର୍ମାଣ ଆରମ୍ଭ କରିଥିଲେ ।
ନିର୍ମାଣ ହେଉଥିବା ୩ଟି କ୍ୟାମ୍ପ୍ ମଧ୍ୟରୁ ସୋମବାର ପୂର୍ବାହ୍ନରେ ଗୋଟିଏ ଶିବିର କାର୍ଯ୍ୟକ୍ଷମ ହୋଇଛି । ଏଥିରେ ରୋଗୀ ଏବଂ ତାଙ୍କର ସହାୟକ ମାନେ ରହୁଛନ୍ତି । ମଙ୍ଗଳବାର ସୁଦ୍ଧା ୨ୟ ଶିବିର ଏବଂ ସପ୍ତାହ ଶେଷ ସୁଦ୍ଧା ୩ୟ ଶିବିର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ସଚିବ ନିଦେ୍ର୍ଦଶ ଦେଇଛନ୍ତି । ଏହି ଶିବିରରେ ଆଲୋକ, ଫ୍ୟାନ୍ ଏବଂ ପାନୀୟଜଳ ଆଦିର ଅତି ଆବଶ୍ୟକୀୟ ବ୍ୟବସ୍ଥା ନିଶ୍ଚିତ କରାଇବା ପାଇଁ ମଧ୍ୟ ନିଦେ୍ର୍ଦଶ ଦିଆଯାଇଛି । ଏ ବିଷୟରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ହସ୍ପିଟାଲ୍ ନିଦେ୍ର୍ଦଶକ ଡାକ୍ତର ଲଲାଟେନ୍ଦୁ ଷଢଙ୍ଗୀ କହିଥିଲେ ଯେ କାର୍ଯ୍ୟକ୍ଷମ ହୋଇଥିବା ୧ମ ଶିବିରରେ ପ୍ରାୟ ୫୦ ଜଣ ରୋଗୀ ଆଶ୍ରୟ ନେଇଛନ୍ତି । ୨ୟ ଏବଂ ୩ୟ ଶିବିର କାର୍ଯ୍ୟକ୍ଷମ ହୋଇଗଲେ ୧୦୦ରୁ ୧୫୦ ରୋଗୀ ଏବଂ ତାଙ୍କର ସହାୟକମାନେ ଆଶ୍ରୟ ନେଇ ପାରିବେ । ସାଧାରଣତଃ ରେଡିଏସନ୍ ନେଉଥିବା ରୋଗୀ ଓ ତାଙ୍କର ସହାୟକମାନେ ହସ୍ପିଟାଲ୍ ବାରଣ୍ଡା ଆଦିରେ ବିଶ୍ରାମ ନେଉଥିଲେ । ହସ୍ପିଟାଲ୍ରେ ଦୈନିକ ହାରାହାରି ୩୫୦ ରୋଗୀ ରେଡିଏସନ୍ ନେଉଛନ୍ତି । ରେଡିଏସନ୍ ଏକ ଆଉଟ୍ଡୋର ଚିକିତ୍ସା । ବର୍ତ୍ତମାନ ହସ୍ପିଟାଲ୍ ବେଡ୍ ସଂଖ୍ୟା ୨୮୧, ଯେଉଁଥିରେକି ଗୁରୁତର ଚିକିତ୍ସାଧିନ ରୋଗୀମାନେ ରହୁଛନ୍ତି । ଏହାଛଡ଼ା ପ୍ରତିଦିନ ହାରାହାରି ୫୦୦ ନୂଆରୋଗୀ ହସ୍ପିଟାଲ ଆସୁଛନ୍ତି । କିଛି ରୋଗୀଙ୍କର ପ୍ରାକ୍-ଆଡ଼୍ମିସନ୍ ପରୀକ୍ଷା ନିରୀକ୍ଷା ଦରକାର ପଡୁଛି । କ୍ୟାନ୍ସର ରୋଗର ନିରୂପଣ ମଧ୍ୟ ଏକ ସମୟ ସାପେକ୍ଷ ପରୀକ୍ଷା । ସୂଚନାଯୋଗ୍ୟ, ଆ·ର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ୍ରେ ୨୦୦ ବେଡ୍ ବିଶିଷ୍ଟ ନୂଆ ୱାର୍ଡ ତିଆରି କରାଯାଉଛି । ଚଳିତ ବର୍ଷ ଜୁନ୍ ମାସ ଶେଷସୁଦ୍ଧା ଏହି ୱାର୍ଡ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ସଚିବ ନିଦେ୍ର୍ଦଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *